• Home
  • News
  • ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର
News

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

ଦୈନନ୍ଦିନ ଜୀବନରେ ପେଟ୍ରୋଲର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲେ ହେଁ ଦିନକୁ ଦିନ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି । ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପାଖାପାଖି ପହଞ୍ଚି ଯାଇଛି । ଯାହାଫଳରେ ଆଗାମୀ ଦିନରେ ଦେଶରେ ପେଟ୍ରୋଲ ଦର ଲିଟର ପିଛା ୮୦ ଟଙ୍କା ଏବଂ ଡିଜେଲ ମୂଲ୍ୟ ଲିଟର ପିଛା ୬୫ ଟଙ୍କା ଟପିବା ନେଇ ଆଶଙ୍କା ଦେଖାଦେଇଛି ।

୨୦୧୫ ମସିହା ଜୁଲାଇ ପରେ ତେଲ ମୂଲ୍ୟ କେବେ ଏହି ସ୍ତର ଛୁଇଁ ନଥିଲା । ଚଳିତବର୍ଷ ଜୁନ୍‌ରେ ଏହା ହ୍ରାସ ପାଇ ୪୪ ଡଲାରକୁ ଖସିଆସିଥିଲା । କିନ୍ତୁ ଜୁନ୍‌ରୁ ଇତି ମଧ୍ୟରେ ଅଶୋଧିତ ତେଲ ମୂଲ୍ୟ ଅନ୍ତର୍ଜାତୀୟ ବଜାରରେ ପ୍ରାୟ ୪୦ ପ୍ରତିଶତ ବଢ଼ିସାରିଲାଣି । ସରକାର ନିକଟରେ ଏଲ୍‌ପିଜି ଦର ବଢ଼ାଇ ସାରିଛନ୍ତି । ଆଗକୁ ପୁଣି ଏଲ୍‌ପିଜି ଏବଂ ବିମାନ ଇନ୍ଧନ ମୂଲ୍ୟ ବୃଦ୍ଧି ଆଶଙ୍କା ମଧ୍ୟ ରହିଛି ।

ନିକଟରେ ସରକାର ପେଟ୍ରୋଲ ଏବଂ ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ହ୍ରାସ କରିଥିଲେ । ଏହାଫଳରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇଥିଲା । କିନ୍ତୁ ଏହା ପୁଣି କ୍ରମାଗତଭାବେ ବୃଦ୍ଧି ପାଇବାରେ ଲାଗିଛି । ନୋମୁରାର କହିବା ଅନୁଯାୟୀ ବିତ୍ତୀୟ ନିଅଣ୍ଟକୁ ମଧ୍ୟ ବର୍ଦ୍ଧିତ ଅଶୋଧିତ ତେଲ ଦର ପ୍ରଭାବିତ କରିବ ।

ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର  ବ୍ୟାରେଲ ପିଛା ତେଲ ଦର ଆଜି ୬୩ ଡଲାର ପହଞ୍ଚିଛି , ୮୦ ଟଙ୍କା ଛୁଇଁପାରେ ପେଟ୍ରୋଲ ଦର

ପଢନ୍ତୁ, ହିମାଚଳ ପ୍ରଦେଶରେ ଆଗାମୀ ୯ ତାରିଖ ଦିନ ହେବାକୁ ଥିବା ନିର୍ବାଚନ ପାଇଁ ଆଜି ଶେଷ ପ୍ରଚାର

Related posts

ପଶ୍ଚିମବଙ୍ଗର ନାମ ବଦଳିବ

Krishna Kumar Manoj

ଧାମରାରେ ପ୍ରତିଷ୍ଠା ହେବ ବାଣିଜ୍ୟିକ ବିମାନ ବନ୍ଦର

Krishna Kumar Manoj

ଆମ ଗାଁ ଆମ ବିକାଶ: ୨୦୯ ପଞ୍ଚାୟତକୁ ୪୭.୨୪ କୋଟି ମଞ୍ଜୁରୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More