News

ଗୋଆ ବିମାନବନ୍ଦରରେ ବିମାନରୁ ଖସିଲା ଇନ୍ଧନ ଟ୍ୟାଙ୍କ

Gg

ଗୋଆରେ ଏକ ବିମାନ ଉଡ଼ାଣ ଭରିବା ସମୟରେ ଏହାର ଇନ୍ଧନ ଟ୍ୟାଙ୍କ  ହଠାତ ଅଲଗା ହୋଇ ତଳେ ପଡ଼ିଯିବାରୁ ରନ୍‌ୱେରେ ଅଗ୍ନିକାଣ୍ଡ ଘଟିଥିଲା। ଅପରାହ୍ଣ ୨ଟା ବେଳକୁ ଏଭଳି ଘଟଣା ଘଟିଥିଲା। ଫଳରେ ରନ୍‌ୱେରେ ବେଶ୍‌ କିଛି ଅଂଶରେ ନିଆଁ ଲାଗିଯାଇଥିଲା। ଇନ୍ଧନ ଟ୍ୟାଙ୍କ ଖସାଇଥିବା ବିମାନ ଏମ୍‌ଆଇଜି ୨୯କେ  ମଡେଲର ବୋଲି ଜଣାପଡ଼ିଛି। ବର୍ତ୍ତମାନ ଏହା ସୁରକ୍ଷିତ ଅଛି ତେବେ ଗୋଆ ବିମାନବନ୍ଦର କିଛି ସମୟ ପାଇଁ ବନ୍ଦ ରହିଥିଲା। ବର୍ତ୍ତମାନ ବିମାନ ଚଳାଚଳ ସ୍ୱାଭାବିକ ରହିଛି।

ଏହି ଉପକୂଳ ରାଜ୍ୟର ଆୟ ମୁଖ୍ୟତଃ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ହୋଇଥିଲାବେଳେ ଏଠାକୁ ଏବଂ ଏଠାରୁ ଉଡ଼ାଣ ଭରୁଥିବା ବିମାନର ଚଳାଚଳ ପ୍ରଭାବିତ ହୋଇଛି। ଭିସ୍ତାରା ପକ୍ଷରୁ ଟ୍ୱିଟ୍‌ କରି କୁହାଯାଇଛି ଏହାର ଦୁଇଟି ବିମାନର ସମୟ ପ୍ରଭାବିତ ହୋଇଛି। ଏହି ବିମାନବନ୍ଦର ଉଭୟ ବେସାମରିକ ଏବଂ ସାମରିକ ଉଡ଼ାଣ ପାଇଁ ବ୍ୟବହାର ହୋଇଥାଏ।
ପଢନ୍ତୁ: ୨୦୧୯ରେ ‘ଆଟ୍‌ ହୋମ୍‌’ ପାର୍ଟି ଆୟୋଜନ କରିବେନି ରାଜ୍ୟପାଳ

Related posts

ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା:୨୬୬ କୋଟିର ୨୯ଟି କୃଷି ପ୍ରକଳ୍ପକୁ ମଞ୍ଜୁରି

ENO Beuro

କଟକ ସହରରେ ଘଟିଛି ଭୟାବହ ଅଗ୍ନିକାଣ୍ଡ

ENO Beuro

ସ୍ଥଗିତ ହେଲା ‘ଚନ୍ଦ୍ରଯାନ-୨’ର ଉତ୍‌କ୍ଷେପଣ, ତ୍ରୁଟି ଖୋଜିବାକୁ ଲାଗିବ ମାସେ

Ratnamani Moharana

1 comment

Leave a Comment