News

ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ବଟନ୍‌ ଦାବିଲେ ଭୋଟ୍‌ ବିଜେପିକୁ ଯାଉଛି

ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ବଟନ୍‌ ଦାବିଲେ ଭୋଟ୍‌ ବିଜେପିକୁ ଯାଉଛି

ମିରଟର ଗୋଟିଏ ବୁଥ୍‌ରେ ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ଯେ କୌଣସି ବଟନ୍‌ ଦାବିଲେ ମଧ୍ୟ ଭୋଟ୍‌ ବିଜେପିକୁ ଯାଉଛି ବୋଲି ଅଭିଯୋଗ ଆସିଛି । ବୁଧବାର ଦିନ ଉତ୍ତରପ୍ରଦେଶରେ ପୌର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଥିଲା ଓ ଦିନତମାମ ଏଭଳି ଅଭିଯୋଗକୁ ନେଇ ଗଣ୍ଡଗୋଳ ମଧ୍ୟ ହେଇଥିଲା ।

ମେସିନ୍‌ରେ ତ୍ରୁଟି ଥିବା କଥା ସ୍ୱୀକାର କରି ଅଧିକାରୀମାନେ ତାହାକୁ ବଦଳାଇ ଦେଇଥିଲେ। କିନ୍ତୁ, ତାହାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଅଣବିଜେପି ଦଳ । ତାହାକୁ ଟାମ୍ପରିଙ୍ଗ୍‌ କରାଯାଇଛି ବୋଲି ଅଣବିଜେପି ଦଳର ଲୋକେ ଅଭିଯୋଗ କରିଥିଲେ ।

ଅଧିକାରୀମାନେ ତୁରନ୍ତ ସେ ମେସିନ୍‌ଟିକୁ ବଦଳାଇ ଦେଇଥିଲେ ମଧ୍ୟ ସବୁ ଭୋଟ୍‌ ବିଜେପି ଯାଇଥିବା କଥା ବଡ଼ ଅଡୁଆ ପରିସ୍ଥିତି ଉପୁଜାଇ ଥିଲା ବୋଲି ବିଏସ୍‌ପି ବିଧାୟକ ଯୋଗେଶ ବର୍ମା କହନ୍ତି।

ମିରିଟ ଜୋନ୍‌ର ଡିଭିଜନାଲ୍‌ କମିସନର୍‌ ପ୍ରଭାତ କୁମାର କହନ୍ତି, ଦୁଇ ମାସ ତଳେ ନିର୍ବାଚନ କମିସନ୍‌ କହିଥିଲେ ଯେ ଇଭିଏମ୍‌କୁ ଟାମ୍ପରିଙ୍ଗ୍‌ କରି ହେବ ନାହିଁ। କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଏମିତି ହୋଇଥିବ।

ସୂଚନାଯୋଗ୍ୟ, ନିଜ ପସନ୍ଦର ଜଣେ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବାକୁ ଚେଷ୍ଟା କରି ବିଫଳ ହେଉଥିବା ଜଣେ ଭୋଟ୍‌ର ଅହମଦ୍‌ ଅଭିଯୋଗ କରିଥିଲେ । ମୁଁ ବିଏସ୍‌ପି ପ୍ରାର୍ଥୀଙ୍କୁ ଭୋଟ୍‌ ଦେଲି। ମୁଁ ବିଏସ୍‌ପି ବଟନ୍‌ ଦାବି ଧରିଲେ ବି ମୋ ଭୋଟ୍‌ ଖଣ୍ଡକ ବିଜେପି ପ୍ରାର୍ଥୀଙ୍କୁ ମିଳିଲା। ମୁଁ ଘଣ୍ଟାଏ ହବ ଏଠି ଛିଡ଼ା ହୋଇଛି। ଏ ପର୍ଯ୍ୟନ୍ତ କିଛି ସମାଧାନ ହେଲା ନାହିଁ। ଏ କଥା ଅହମଦ୍‌ କହିଛନ୍ତି।

ଭୋଟ୍‌ ରେକଡ୍‌ କରିବା ମାତ୍ରେ ଇଭିଏମ୍‌ ଲକ୍‌ ହୋଇ ଯାଏ। ତେଣୁ ଭୋଟର୍‌ ଆଉ ଅଲଗା ଅପ୍‌ସନ୍‌ ପାଏ ନାହିଁ। ପୁଣି ପରବର୍ତ୍ତୀ ଭୋଟର୍‌ଙ୍କ ପାଇଁ ମେସିନ୍‌ର ଲକ୍‌ ଖୋଲେ।

ଇଲେକ୍ଟ୍ରୋନିକ୍‌ ଭୋଟିଙ୍ଗ୍‌ ମେସିନ୍‌ର ବଟନ୍‌ ଦାବିଲେ ଭୋଟ୍‌ ବିଜେପିକୁ ଯାଉଛି

ପଢନ୍ତୁ, ବାସ୍ତୁଶାସ୍ତ୍ର ମୁତାବକ ଜଳଉତ୍ସ ଘରର କେଉଁ ସ୍ଥାନରେ ରହିଲେ କିପରି ଫଳ ଦେଇଥାଏ

Related posts

ସେନାରେ ସମଲିଙ୍ଗୀ ସମ୍ପର୍କକୁ ନା: ସେନା ଅଧ୍ୟକ୍ଷ

ENO Beuro

ନମ୍ବର ୱାନ ସ୍ମାର୍ଟ ସିଟିର ନମ୍ବର ୱାନ ରାସ୍ତାରେ ମୁକୁଳା ଡ୍ରେନ

Ratnamani Moharana

ପ୍ରବଳ ବର୍ଷାରେ ରାଜଧାନୀ ଉବୁଟୁବୁ, ରାଜରାସ୍ତାରେ କୁତ୍ରିମ ବନ୍ୟାରେ ଜନଜୀବନ ବ୍ୟତିବ୍ୟସ୍ତ

ENO Beuro

Leave a Comment