EnewsOdia.Com

ପୁରୀ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ

ପଇତା, ଶ୍ରୀଫଳ ଭେଟି ଦେଲେ ୧୬ ଶାସନ ଶୋତ୍ରୀୟ ବ୍ରାହ୍ମଣ

ପୁରୀରେ ଗଜପତି ମହାରାଜଙ୍କ ପୁଷ୍ୟାଭିଷେକ ନୀତି ହୋଇଛି । ପୁଷ୍ୟାଭିଷେକ ନୀତି ପାଇଁ ଶ୍ରୀନଅର ବାଦ୍ୟ ଓ ମନ୍ତ୍ର ଧ୍ୱନିରେ ପୁରିଉଠିଥିଲା । ରାଜଗୁରୁ ଅଭିଷେକ କରାଇ ମଙ୍ଗଳାର୍ପଣ ନୀତି ସଂପନ୍ନ କରିଥିଲେ ।ଏହି ଉପଲକ୍ଷେ ଶ୍ରୀନଅରରେ ବରୁଣ ପୂଜା, ବର୍ଦ୍ଧନୀକଳସ ପୂଜା, ରାମାଭିଷେକ, ପଞ୍ଚଦେବତା, ମହାପ୍ରଭୁଙ୍କ ପୂଜା ଶାସ୍ତ୍ରୀୟ ଉପଚାରରେ ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବ ଓ ମହାରାଣୀ ଲୀଳାବତୀ ପାଟ୍ଟମହାଦେବୀ ପୂଜାସ୍ଥଳୀକୁ ବିଜେ କରିଥିଲେ।  ରାଜଗୁରୁଆଣୀ ପ୍ରଜ୍ଞାପରମିତା ରାଜଗୁରୁ ମହାରାଜ ଓ ମହାରାଣୀଙ୍କୁ ବନ୍ଦାପନ କରିଥିଲେ।

ବନ୍ଦାପନା ପରେ ମହାପ୍ରଭୁଙ୍କ ପାଖରୁ ଆସିଥିବା ସ୍ୱତନ୍ତ୍ର ତାଟ ଭୋଗ ଗଜପତି ମହାରାଜ ସେବନ କରି ଗାଦିକୁ ବିଜେ କରିଥିଲେ। ଏହାପରେ ୧୬ ଶାସନ ବ୍ରାହ୍ମଣମାନେ ସୁତା ଓ ବିଭିନ୍ନ ଧାତୁର ପଇତା, ଶ୍ରୀଫଳ ଗଜପତିଙ୍କ ଉଦ୍ଦେଶ୍ୟରେ ରାଜଗୁରୁଙ୍କୁ ପ୍ରଦାନ କରିଥିଲେ। ରାଜଗୁରୁ ଏହାକୁ ଗଜପତିଙ୍କ ମସ୍ତକରେ ଛୁଆଁଇବା ପରେ ପରେ ୧୬ ଶାସନର ବ୍ରହ୍ମଣମାନେ ଗଜପତି ମହାରାଜଙ୍କୁ ଆଶୀର୍ବାଦ କରିଥିଲେ।

ପଢନ୍ତୁ: ଏଣିକି ମାତ୍ର ୧୦ ଟଙ୍କାରେ ହୋଇପାରିବ ‘ବ୍ଲଡ଼ ଟେଷ୍ଟ’

ସମ୍ବନ୍ଧିତ ଖବର

ମୋବାଇଲ ଗ୍ରାହକଙ୍କୁ ଜୋରଦାର୍ ଝଟକା, ଉଭୟ ଡାଟା ଏବଂ କଲିଂ ପାଇଁ ଦେବାକୁ ପଡିପାରେ ଅଲଗା ଅଲଗା ଟଙ୍କା

Ratnamani Maharana

୨୫ ହଜାରରୁ ଊର୍ଦ୍ଧ୍ୱ ପିଲା ଦାନ୍ତ ଘଷି ଗିନିଜ ବୁକ ଅଫ ଓ୍ଵାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଲା କିସ୍‌

Ratnamani Maharana

ଲଗାଣ ବର୍ଷାରେ ବେହାଲ ଓଡିଶା

Ratnamani Maharana

ଗେରୁଆ ଦାଢ଼ି ପ୍ରେମରେ ବାଂଲାଦେଶ ମୁସଲମାନ

Ratnamani Maharana

କଟକ ବାଲିଯାତ୍ରାକୁ ମିଳିଲା ରାଜ୍ୟସ୍ତରୀୟ ଉତ୍ସବ ମାନ୍ୟତା

Ratnamani Maharana

ସୁନାପୁର ବେଳାଭୂମିରେ ବିରଳ ସାମୁଦ୍ରିକ ବୃକ୍ଷ

Ratnamani Maharana