EnewsOdia.Com

ଗ୍ୟାଲେରିଆ ମଲ୍‌ ଜବରଦଖଲ ଭାଙ୍ଗିବାକୁ ଡର !

ମ୍ୟୁଜିୟମ ଛକରେ ଉତ୍କଳ-କନିକା ଗ୍ୟାଲେରିଆ ମଲ୍‌  ପ୍ରାୟ ୨୦୦ମିଟର ସରକାରୀ ଜମି ଜବରଦଖଲ କରି ସୌନ୍ଦର୍ଯ୍ୟକରଣ କରିଥିଲେ ହେଁ ଏହାକୁ ଭାଙ୍ଗିବାକୁ କେହି ସାହସ କରୁନାହାନ୍ତି। ବିଏମ୍‌ସି, ବିଡିଏ ଓ କମିସନରେଟ୍ ପୁଲିସର ମିଳିତ ଉଚ୍ଛେଦକାରୀ ଟିମ୍ ପ୍ରତ୍ୟେକ ଦିନ କ୍ୟାବିନ୍ ଓ ଚାଳିଆ ଦୋକାନ ଉଚ୍ଛେଦ କରୁଥି‌ଲେ ହେଁ ଏହି ମଲ୍‌ର ଜବରଦଖଲ ପ୍ରତି ଆଖି ବୁଜି ଦେଇଛନ୍ତି। ଏହି ଜବରଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଥାଇ ବି କାହିଁକି ଉଚ୍ଛେଦ କରୁନାହାନ୍ତି ସେନେଇ ପ୍ରଶ୍ନ ଉଠିଲାଣି।

ମଲ୍‌ ସମ୍ମୁଖରେ ସରକାରୀ ଜମି ଉପରେ ହୋଇଥିବା ଜବରଦଖଲକୁ ଭାଙ୍ଗିବାକୁ ଅଗଷ୍ଟ ୧୭ରେ ନିର୍ଦ୍ଦେଶ ହୋଇଥିଲା। ସେହି ନିର୍ଦ୍ଦେଶନାମାରେ ମାଉସୀ ମା’ ଛକରୁ କଳ୍ପନା ଛକ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଥିଲା। କିନ୍ତୁ ଉଚ୍ଛେଦକାରୀ ଟିମ୍ ମାଉସୀ ମା’ ଛକରୁ ବିଏମ୍‌ସି ଅଫିସ ସମ୍ମୁଖ ପର୍ଯ୍ୟନ୍ତ ରାସ୍ତାରୁ ଜବରଦଖଲ ଉଚ୍ଛେଦ କରିଥିଲା। ଏହାପରେ ହଠାତ୍ ଉଚ୍ଛେଦ ବନ୍ଦ ହୋଇଯାଇଥିଲା। ବିଏମ୍‌ସି  କର୍ତ୍ତୃପକ୍ଷ ଗତ ୧୩ ତାରିଖରେ କହିଥିଲେ ଯେ, ୭ଦିନ ଭିତରେ ଏହି ଜବରଦଖଲ ଉଚ୍ଛେଦ ହେବ। କିନ୍ତୁ ଆଜିକୁ ୧୦ଦିନ ବିତିଯାଇଥିଲେ ହେଁ କିଛି ନିଷ୍ପତ୍ତି ନିଆଯାଇ ପାରିଲାନି।

ପଢନ୍ତୁ: କେବିସିର କର୍ମବୀର ଅଧ୍ୟାୟରେ ଦୂତିଙ୍କ ସହ ସେହବାଗ

ସମ୍ବନ୍ଧିତ ଖବର

ଏବେ ମୋବାଇଲ ସିମ୍ ଭଳି ଉପଭୋକ୍ତା ବଦଳାଇ ପାରିବେ ବିଦ୍ୟୁତ୍ କମ୍ପାନୀ

Ratnamani Maharana

ପୂଜା ପରେ ପୁଣି ଆରମ୍ଭ ହେଲା ଟ୍ରାଫିକ ଚେକିଙ୍ଗ

Ratnamani Maharana

ଅଯୋଧ୍ୟା ପାଇଁ ବଡ଼ ଯୋଜନା

Ratnamani Maharana

ଭିକାରୀ ମୁକ୍ତ ହେବ ପୁରୀ ଏବଂ ଭୁବନେଶ୍ବର

Ratnamani Maharana

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

Ratnamani Maharana

ମେଡିକାଲ ବୁଲୁଛନ୍ତି କିନ୍ତୁ ଗୁହାରି ଶୁଣିବାକୁ ସମୟ ନାହିଁ ପାଣ୍ଡିୟାନଙ୍କୁ !

Ratnamani Maharana