News

ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ

ପ୍ରଫେସର ଗଣେଶୀ ଲାଲଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।ଏବେ ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱରେ ମଧ୍ୟ ରହିଛନ୍ତି। ଏସ୍‌.ସି ଜମିରଙ୍କ ଅବସର ପରେ ସତ୍ୟପାଲଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଥିଲା। ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ ଗଣେଶୀ ଲାଲଙ୍କ କାର୍ଯ୍ୟକାଳ ଆରମ୍ଭ ହେବ।

ଉଲ୍ଲେଖ ଥାଉଯେ,ପ୍ରଫେସର ଗଣେଶୀ ଲାଲ ୧୯୯୧ ମସିହାରେ ସିର୍‌ସା ଆସନରୁ ବିଜେପିରୁ ନିର୍ବାଚନ ଲଢ଼ି ପରାଜୟର ସାମ୍ନା କରିଥିଲେ। ତେବେ, ୧୯୯୬ରେ ସେହି ଆସନରୁ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏହାସହିତ ୧୯୯୬-୯୯ରେ ବିଜେପି ଓ ହରିୟାଣା ବିକାଶ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ସରକାରରେ ସେ ଖାଦ୍ୟମନ୍ତ୍ରୀ ଭାବରେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ। ଆରଏସ୍‌ଏସ୍‌ ସହିତ ଘନିଷ୍ଠ ସମ୍ପର୍କ ଥିବା ତଥା ପ୍ରଧାନମନ୍ତ୍ରୀଙ୍କ ଅତ୍ୟନ୍ତ ଘନିଷ୍ଠ ଭାବରେ ଜଣାଶୁଣା ପ୍ରଫେସର ଲାଲ ହରିୟାଣା ବିଜେପି ମୁଖ୍ୟ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

ବିହାର ରାଜ୍ୟପାଳ ସତ୍ୟପାଳ ମଲ୍ଲିକଙ୍କୁ ଓଡିଶାର ଅତିରିକ୍ତ ରାଜ୍ୟପାଳ ଭାବେ ନିଯୁକ୍ତ କରିଥିଲେ ରାଷ୍ଟ୍ରପତି। ଓଡିଶା ରାଜ୍ୟପାଳଙ୍କୁ ନିଯୁକ୍ତ କରିବା ସହ ରାଷ୍ଟ୍ରପତି କୁମ୍ମାନମ ରାଜଶେଖରନଙ୍କୁ ମିଜୋରାମର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ କରିଛନ୍ତି।

ପ୍ରଫେସର ଗଣେଶୀ ଲାଲ ହେଲେ ଓଡ଼ିଶାର ନୂଆ ରାଜ୍ୟପାଳ ganeshi lal

ପଢନ୍ତୁ; ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ପଣସ ମଞ୍ଜି! ଜାଣନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ

Related posts

ମାଛର ଦାମ ୫ ଲକ୍ଷ ଟଙ୍କା,ବଦଳିଲା ଦୁଇ ମତ୍ସ୍ୟଜୀବୀ ଭାଇଙ୍କ ଭାଗ୍ୟ

ENO Beuro

ଛୋଟପରଦାର ଲୋକପ୍ରିୟ ଅଭିନେତ୍ରୀ ଅମିତା ଉଦ୍‌ଗାତାଙ୍କ ପରଲୋକ!

ENO Beuro

ଉତ୍ତରପ୍ରଦେଶ ମେନପୁରୀରେ ବସ୍ ଦୁର୍ଘଟଣା: ୧୭ ଯାତ୍ରୀ ମୃତ ଏବଂ ୧୨ ଗୁରୁତର ଆହତ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More