News

ଆଜି ସନ୍ଧ୍ୟାରେ ଶପଥ ନେବେ ଓଡିଶାର ନୂତନ ରାଜ୍ୟପାଳ ଗଣେଶୀ ଲାଲ !

ଗତକାଲି ପ୍ରଫେସର ଲାଲ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ରାଜ୍ୟ ପୁଲିସ୍ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା

ଆଜି ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ଶପଥ ନେବେ ପ୍ରଫେସର ଗଣେଶୀ ଲାଲ୍ । ସନ୍ଧ୍ୟାରେ ରାଜଭବନରେ ସେ ଶପଥ ଗ୍ରହଣ କରିବେ ।  ସନ୍ଧ୍ୟା ୬ ଟା ୧୦ ମିନିଟରେ ସେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ । ଅସ୍ଥାୟୀ ରାଜ୍ୟପାଳ ଦାୟିତ୍ୱରେ ଥିବା ସତ୍ୟପାଲ ମଲ୍ଲିକଙ୍କ ଠାରୁ ଓଡ଼ିଶାର ୪୫ତମ ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିବେ ।

ଓଡ଼ିଶାର ରାଜ୍ୟପାଳ ହେବା ନେଇ ମେ’ ମାସ ୨୫ରେ ରାଷ୍ଟ୍ରପତି ଭବନରୁ ନିର୍ଦ୍ଦେଶନାମା ଜାରି କାରାଯାଇଥିଲା । ନିର୍ଦ୍ଦେଶନାମା ଅନୁସାରେ ହରିୟାଣାର ସିରସା ମହାବିଦ୍ୟାଳୟର ପୂର୍ବତନ ଗଣିତ ଅଧ୍ୟାପକ ଗଣେଶୀ ଲାଲଙ୍କୁ ଓଡ଼ିଶାର ରାଜ୍ୟପାଳ କରାଯିବା ନିର୍ଦ୍ଧାରଣ କରାଯାଇଥିଲା । ଗତକାଲି ପ୍ରଫେସର ଲାଲ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ରାଜ୍ୟ ପୁଲିସ୍ ପକ୍ଷରୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା ।

ଗଣେଶୀ ଲାଲ ୧୯୯୧ରେ ସିରସା ଆସନରୁ ବିଜେପିରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲେ । ୧୯୯୬ରେ ସେହି ଆସନରୁ ବିଜୟୀ ହୋଇ ହରିୟାଣା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୬-୯୯ରେ ବିଜେପି ଓ ହରିୟାଣା ବିକାଶ ପାର୍ଟି ମଧ୍ୟରେ ହୋଇଥିବା ମେଣ୍ଟ ସରକାରରେ ସେ ଖାଦ୍ୟମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ ।

ରାଜ୍ୟପାଳ ଗଣେଶୀ ଲାଲ ସୋମବାର ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତୃବୃନ୍ଦ ଓ ବରିଷ୍ଠ ଅଧିକାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ଜଣାଇଥିଲେ ।

ପଢନ୍ତୁ ;

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ !

Related posts

ଉତ୍ତରପ୍ରଦେଶ : ଯୋଗୀ ସରକାରଙ୍କ ୨ୟ ବଜେଟ ଉପସ୍ଥାପନ , କୁମ୍ଭମେଳା ପାଇଁ ୧୫୦୦ କୋଟି ଟଙ୍କା ଆବଣ୍ଟନ

ENO Beuro

ତୀବ୍ର ଅବପାତ ରୂପ ନେଲା ଲଘୁଚାପ, ଆଜି ରାତିରେ ଝଡ଼ବାତ୍ୟା ଆଶଙ୍କା

ENO Beuro

ସ୍ୱଚ୍ଛତା,ଉତ୍ତରଦାୟୀ ପାଇଁ ନବୀନଙ୍କ ‘ପୀଠା’

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More