News

କାରରେ ଉଠାଇନେଇ ଗଣବଳତ୍କାର,ଜଣକୁ ଅଟକ ରଖି ପୁଲିସର ତନାଘନ

rape

ରାଜଧାନୀ ଉପକଣ୍ଠ ଚନ୍ଦକା ଥାନା ଅଞ୍ଚଳରେ ଜଣେ ମହିଳାକୁ ଗଣବଳାତ୍କାର କରାଯାଇଛି। ୩ ଜଣ ଯୁବକ ମହିଳାଙ୍କୁ ଏକ କାରରେ ଟେକିନେଇ ମୁହଁରେ କପଡା ବାନ୍ଧି ଗଣବଳତ୍କାର କରିଛନ୍ତି। ଏହି ଅଭାବନୀୟ ଘଟଣା ପରେ ପୀଡ଼ିତା ସଜ୍ଞାହିନ ହୋଇଯାଇଥିଲା। ଚେତା ଫେରିବା ପରେ ସେ ବଳତ୍କାରୀଙ୍କ କବଳରୁ ଖସି ଆସିଥିଲା। ଏ ନେଇ ସମ୍ପୃକ୍ତା ମହିଳା ସୋମବାର ଚନ୍ଦକା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

rape

ସୂଚନାଯୋଗ୍ୟ, ୨୬ବର୍ଷୀୟା ମହିଳା ଜଣଙ୍କ ଘାଟିକିଆ ଅଞ୍ଚଳର ଏକ ଘରୋଇ କମ୍ପାନୀରେ କାମ କରନ୍ତି। ସବୁଦିନ ଭଳି ରବିବାର ସନ୍ଧ୍ୟାରେ ସେ କାମସାରି ଘରକୁ ଚାଲିଚାଲି ଫେରୁଥିଲେ। ଏହି ସମୟରେ ତାଙ୍କ ସହ ଉକ୍ତ କମ୍ପାନୀରେ କାମ କରୁଥିବା ଜଣେ କର୍ମଚାରୀ ସେଠାରେ ପହଞ୍ଚି ତାଙ୍କୁ ଅଟକାଇ ଜଳଖିଆ ଖାଇବାକୁ ଡାକିଥିଲେ। କିନ୍ତୁ ମହିଳା ରାଜି ନ ହେବାରୁ କର୍ମଚାରୀ ଜଣକ ତାଙ୍କ ପଛେ ପଛେ କିଛି ବାଟ ପର୍ଯ୍ୟନ୍ତ ଯାଇଥିଲେ। ପୂର୍ବ ଯୋଜନା ମୁତାବକ, ରାସ୍ତାପାର୍ଶ୍ୱରେ ଛିଡ଼ା ହୋଇଥିବା ଏକ କାର୍‌ରୁ ଅନ୍ୟ ଦୁଇଜଣ ଯୁବକ ବାହାରି ଉକ୍ତ କର୍ମଚାରୀଙ୍କ ସହାୟତାରେ ମହିଳାଙ୍କୁ କାର୍‌ ଭିତରକୁ ଟେକି ନେଇଥିଲେ। କିଛି ବାଟ ଗଲା ପରେ ମହିଳାଜଣକ ଚେତାଶୂନ୍ୟ ହୋଇପଡ଼ିଥିଲେ। ଚେତା ଫେରିବା ବେଳକୁ ସେ ଚନ୍ଦକା ଥାନା ଅଧୀନ ଏକ ଜଙ୍ଗଲର ଭଙ୍ଗାଘରେ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଏବଂ ପାଖରେ ତାଙ୍କ ମୋବାଇଲ୍‌ ଫୋନ୍‌ ଥିବା ଦେଖିବାକୁ ପାଇଥିଲେ।

ପରେ ଫୋନ କଲ୍‌ କରି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ।

ପଢନ୍ତୁ; ନୂଆ ରୂପରେ ପରଦାକୁ ଫେରୁଛନ୍ତି ହାସ୍ୟ ଅଭିନେତା ପପୁ ପମ୍ ପମ୍

Related posts

ଅନାସ୍ଥା ପ୍ରସ୍ତାବ ଆଲୋଚନା:ସଂସଦରେ ବିରଳ ଦୃଶ୍ୟ,ମୋଦିଙ୍କୁ ଆଲିଙ୍ଗନ କଲେ ରାହୁଲ

ENO Beuro

ନ୍ୟୁଜିଲାଣ୍ଡ ମସଜିଦ୍‌ରେ ଗୁଳିକାଣ୍ଡ: ଆକସ୍ମିକ ଗୁଳିମାଡ଼ରୁ ବର୍ତ୍ତିଲେ ବାଂଲାଦେଶ୍‌ର କ୍ରିକେଟ୍‌ ଟିମ୍‌

Ratnamani Moharana

ସୁପ୍ରିମକୋର୍ଟଙ୍କ ଗୁରୁତ୍ଵପୂର୍ଣ ରାୟ:ଅପରାଧ ନୁହେଁ ପରକୀୟା ପ୍ରୀତି

ENO Beuro

Leave a Comment