News

ଦଳିତ ନାବାଳିକାଙ୍କୁ ନିର୍ଭୟା ଭଳି ଗଣଦୁଷ୍କର୍ମ :କେନାଲରେ ଫିଙ୍ଗିଲେ ଦୁର୍ବୃତ୍ତ

କେନାଲରୁ ଉଦ୍ଧାର ହୋଇଥିିବା ଦଳିତ ନାବାଳିକାଙ୍କୁ ନିର୍ଭୟା ଭଳି ଗଣଦୁଷ୍କର୍ମ କରାଯାଇଛି ବୋଲି ମେଡ଼ିକାଲ ରିପୋର୍ଟ ପ୍ରକାଶ ପାଇଛି । ହରିଆଣାର ଜିନ୍ଦ ଜିଲ୍ଲାରୁ ଶନିବାର ସନ୍ଧ୍ୟାରେ ୧୫ ବର୍ଷୀୟ ନାବାଳିକାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ଉଦ୍ଧାର କରାଯାଇଥିଲା । ଦୁର୍ବୃତ୍ତମାନେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିବା ପୂର୍ବରୁ ଅତି ନୃଶଂସ ଭାବରେ ଆକ୍ରମଣ କରିଥିଲେ ।

ରୋହତକ ଫରେନସିକ ବିଭାଗର ମୁଖ୍ୟ କହିଛନ୍ତି, ଦଶମ ଶ୍ରେଣୀର ଦଳିତ ଛାତ୍ରୀଙ୍କ  ଶରୀରରେ ୧୯ଟି କ୍ଷତ ସ୍ଥାନ ରହିଛି । ତା’ର ମୁହଁ, ମୁଣ୍ଡ, ଛାତି ଓ ହାତକୁ ଦୁର୍ବୃତ୍ତମାନେ ବାରମ୍ବାର ଆକ୍ରମଣ କରିଥିବା ଡାକ୍ତର ଏସ କେ ଦତ୍ତରୱାଲ ରିପୋର୍ଟ ଦାଖଲ କରିଛନ୍ତି ।

ଏହିପରି ଜିନ୍ଦରେ ୧୫ ବର୍ଷୀୟ ଯୁବତୀଙ୍କ ସହ ନିର୍ଭୟା ଘଟଣା ଭଳି ନିର୍ଦ୍ଦୟ ବ୍ୟବହାର କରାଯାଇଥିବା ବେଳେ ପାନିପତ୍‌ରେ ୧୧ ବର୍ଷୀୟ ନାବାଳିକାକୁ ବଳାତ୍କାର କରାଯାଇ ହତ୍ୟା କରାଯାଇଥିବା ଜଣାପଡିଛି। ଗୋଟିଏ ପରେ ଗୋଟିଏ ଲୋମହର୍ଷଣକାରୀ ଘଟଣା ରାଜ୍ୟର ଆଇନ ବ୍ୟବସ୍ଥା ତଥା ଯୁବତୀମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଛି କହିଲେ ଚଳେ। ଘଟଣାକୁ ୨୪ରୁ ଊର୍ଦ୍ଧ୍ୱ ଘଣ୍ଟା ବିତିଯାଇଥିଲେ ମଧ୍ୟ ପୋଲିସର ହାତ ମଧ୍ୟ ଖାଲି ରହିଛି। ଅନ୍ୟପକ୍ଷେ ଖଟ୍ଟାର ସରକାରଙ୍କ ବ୍ୟବସ୍ଥା ଉପରେ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଡାକ୍ତର କହିଛନ୍ତି, ନାବାଳିକାଙ୍କୁ ଅତି ନୃଶଂସ ଭାବରେ ଆକ୍ରମଣ କରାଯାଇଛି । ଘଟଣାକୁ ଅଧିକ ସ୍ପଷ୍ଟ କରିବା ପାଇଁ ଅଧିକ ଫଟୋ ଦରକାର ବୋଲି ସେ କହିଛନ୍ତି । ୨ଟି ଝିଅଙ୍କ ମଧ୍ୟରୁ ପୀଡ଼ିତ ହେଉଛନ୍ତି ପିତା-ମାତାଙ୍କର ବଡ଼ ସନ୍ତାନ । କୁରୁକ୍ଷେତ୍ର ଜିଲ୍ଲାର ଝାନସା ଅଞ୍ଚଳ ନାବାଳିକା କିଛି ଦିନ ତଳେ ଜଣେ ୨୦ ବର୍ଷିଅ ଯୁବକଙ୍କ ସହିତ ନିଖୋଜ ହୋଇ ଯାଇଥିଲା । ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା । କୁରୁକ୍ଷେତ୍ର ଏସପି ଅଭିଷେକ ଗର୍ଗ କହିଛନ୍ତି, ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଡିଏସପିଙ୍କ ନେତୃତ୍ୱରେ ଏସଆଇଟି ଅନ୍ତର୍ଗତ ୪ଟି ଦଳ ଗଠନ କରାଯାଇଛି ।

ଅନ୍ୟପକ୍ଷରେ ପୀଡ଼ିତାଙ୍କ ପରିବାର ମୃତଦେହକୁ ଶବ ସଂସ୍କାର କରିବାକୁ ମନା କରି ଦେଇଥିଲେ । ସେମାନେ ଘଟଣାର ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର, ପରିବାରର ଜଣକୁ ଚାକିରି ଓ ନିର୍ଭୟା ପାଣ୍ଠିରୁ ୫୦ଲକ୍ଷ ଟଙ୍କା ଦାବି କରିଥିଲେ । ପରେ ହରିଆଣା ମନ୍ତ୍ରୀ କେକେ ବେଦି ପ୍ରତିଶ୍ରୁତି ଦେବା ପରେ ଶବ ସଂସ୍କାର କରାଯାଇଥିଲା ।

Related posts

ଚିଲିକାରେ ବିଦେଶୀ ଜାହାଜ ଲାଗିବା ଘଟଣା, କର୍ତ୍ତୃପକ୍ଷ ଏବଂ କମିଶନରଙ୍କ ମନ୍ତବ୍ୟରେ ନାହିଁ ତାଳମେଳ

Ratnamani Moharana

ପାରାଦୀପ ବନ୍ଦରରେ ବିଶାଳ ପଣ୍ୟବାହୀ ଜାହାଜ “ଏମଭି ଊର୍ଜା” ବା କେପ ସାଇଜ ଭେସେଲ

ENO Beuro

ମହଙ୍ଗା ପଡିଲା ଗାଧୁଆ: କୁଆଖାଇରେ ବୁଡି ଇଞ୍ଜିନିୟରିଂ ଛାତ୍ର ମୃତ

ENO Beuro

Leave a Comment