News

ଲଜ୍ଜା: ବାପା ଆଖି ସାମ୍ନାରେ ଝିଅକୁ ଗଣଦୁଷ୍କର୍ମ

rape

କବାଟ ଖଟଖଟ କରି ପାଣି ମାଗିଲେ,କବାଟ ଖୋଲିବାରୁ ବାପାକୁ ବାନ୍ଧି ଝିଅକୁ ଗଣଦୁଷ୍କର୍ମ କଲେ

ଏମିତି ଏକ ଅତି ଅମାନବୀୟ କାଣ୍ଡ ଘଟିଛି ବିହାର ସହରରେ । ବିହାରର କିଶନଗଞ୍ଜ ଅଞ୍ଚଳରେ ଜଣେ ୧୯ ବର୍ଷୀୟ ଯୁବତୀଙ୍କୁ ତାଙ୍କ ବାପାଙ୍କ ସମ୍ମୁଖରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ମାମଲା ଦାୟାର ହୋଇଛି। ଏହି ଘଟଣା ଗତ ୪ ତାରିଖ ଦିନ ଘଟିଥିବା ପୁଲିସ ସୂଚନା ଦେଇଛି।

ସୂଚନା ଅନୁସାରେ ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ପାଖାପାଖି ୬ ଜଣ ତାଙ୍କ କବାଟ ବାଡ଼େଇଥିଲେ। ସେମାନେ ପାଣି ପିଇବାପାଇଁ ମାଗିବାରୁ ପୀଡ଼ିତାଙ୍କ ବାପା କବାଟ ଖୋଲିଥିଲେ। କିନ୍ତୁ କବାଟ ଖୋଲିବା କ୍ଷଣି ସମସ୍ତ ୬ ଜଣ ଅଭିଯୁକ୍ତ ସେମାନଙ୍କୁ ନିକଟସ୍ଥ ଏକ ନିର୍ଜନ ସ୍ଥାନକୁ ଉଠାଇନେଇଥିଲେ। ପୀଡ଼ିତାଙ୍କ ବାପାଙ୍କୁ ଗଛରେ ବାନ୍ଧି ଦେଇ ସେମାନେ ପୀଡ଼ିତାଙ୍କୁ ଗଣଦୁଷ୍କର୍ମ କରିଥିଲେ। ତେବେ ପୁଲିସରେ ଖବର ଦେଲେ ପୀଡ଼ିତା ଏବଂ ତାଙ୍କ ବାପାଙ୍କୁ ମାରିଦିଆଯିବ ବୋଲି ଅଭିଯୁକ୍ତମାନେ ଧମକ ଦେଇଥିବା ପୀଡ଼ିତା କହିଛନ୍ତି।

ଏବେ ଯାଏଁ କୌଣସି ଅଭିଯୁକ୍ତ ଗିରଫ ହୋଇନାହାନ୍ତି । ପୀଡିତାଙ୍କୁ ଡାକ୍ତରୀ ମଇନା ପାଇଁ ହସ୍ପିଟାଲକୁ ପଠା ଯାଇଥିଲା ।ପୋଲିସ ୬ ଜଣ ଅଭିଯୁକ୍ତଙ୍କୁ ଖୋଜୁଛି।

ପଢନ୍ତୁ;  ବ୍ୟବହାର କରନ୍ତୁ ଚାଉଳଧୁଆ ପାଣି,ମିଳିବ ଅନେକ ଫାଇଦା

Related posts

ଭୁବନେଶ୍ୱରରେ ସାଇକୋ କିଲର୍‌ ଆତଙ୍କ

Ratnamani Moharana

ଆସନ୍ତା ୧୦ରେ ଭାରତ ବନ୍ଦ

ENO Beuro

ବିଶାଖାପାଟଣା- ଅମୃତସର ଏକ୍ସପ୍ରେସ ଲାଇନ୍ ଚ୍ୟୁତରୁ ବଞ୍ଚିଲା

ENO Beuro

Leave a Comment