News

ଗ୍ୟାଙ୍ଗଷ୍ଟର ଟିଟୋ ଗିରଫ

By Krishna Kumar Manoj

July 04, 2018

ଟିଟୋ ଗଲା ଜେଲ୍‌

ଏନ୍‌କାଉଣ୍ଟରରେ ଆହତ ହୋଇଥିବା କେନ୍ଦ୍ରାପଡାର ଗ୍ୟାଙ୍ଗଷ୍ଟର ଟିଟୋ ଓରଫ୍‌ ସୟଦ ଉସ୍‌ମାନ୍‌ ଅଲ୍ଲୀର କଟକ ଏସ୍‌ସିବି ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ପରେ ମଙ୍ଗଳବାର ଅପରାହ୍ଣରେ କ୍ରାଇମ୍‌ବ୍ରାଞ୍ଚ ହସ୍ପିଟାଲ୍‌ରୁ ନେଇ କେନ୍ଦ୍ରାପଡା କୋର୍ଟରେ ହାଜର କରିଛି। ଟିଟୋକୁ ୧୦ ଦିନ ରିମାଣ୍ଡରେ ନେବା ଲାଗି ଏସ୍‌ଟିଏଫ୍‌ ପକ୍ଷରୁ ଆବେଦନ କରାଯାଇଛି। ଏସ୍‌ଟିଏଫ୍‌ର ଏସ୍‌ପି ପ୍ରଶାନ୍ତ କୁମାର ଭୋଇଙ୍କ ନେତୃତ୍ୱରେ ଏକ ଟିମ୍‌ ହସ୍ପିଟାଲ୍‌ରେ ପହଞ୍ଚି ଟିଟୋକୁ କଡ଼ା ସୁରକ୍ଷାବଳୟରେ କେନ୍ଦ୍ରାପଡା ନେଇ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା ।

ଶନିବାରଠାରୁ ଟିଟୋ କୁ କଟକ ବଡ଼ ମେଡିକାଲ୍‌ରେ ଚିକିତ୍ସାଧୀନ ଥିଲା । ରାଜ୍ୟର ଅନେକ ସଂଗଠିତ ଅପରାଧରେ ଟିଟୋ ଏବଂ ଏହାର ଗ୍ୟାଙ୍ଗ ସମ୍ପୃକ୍ତ ଥିବାରୁ ଏସ୍‌ଟିଏଫ୍‌ ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିବ ବୋଲି ସୂଚନା ମିଳିଛି। କେବଳ ଓଡ଼ିଶା ନୁହେଁ ରାଜ୍ୟ ବାହାରେ ଅନେକ ଅପରାଧରେ ସେ ସମ୍ପୃକ୍ତ ଥିବା ଜଣାପଡିଛି। ।

ଗତ ୩୦ ତାରିଖରେ ଡକାୟତି ଓ ହତ୍ୟା ପାଇଁ ଯୋଜନା କରୁଥିବା ବେଳେ ଟିଟୋକୁ ଏସ୍‌ଟିଏଫ୍‌ର ଏକ ଟିମ୍‌ ଏନ୍‌କାଉଣ୍ଟର କରିବା ସହିତ ଏହାର ଅନ୍ୟ ୬ ସହଯୋଗୀଙ୍କୁ ଗିରଫ କରିଥିଲା ।

ପଢନ୍ତୁ : ଓଆର୍‌ଏଚ୍‌ଡିସି ଦୁର୍ନୀତି ମାମଲା: ଆଇଏଏସ୍ ବିନୋଦ କୁମାର ଦୋଷୀ