News

ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇଛନ୍ତି

ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇ ନୁଆ ଇତିହାସ ସୃଷ୍ଟି କରିଛନ୍ତି । ଇଏ ହେଉଛନ୍ତି ଜଳହାରୀ ନିବାସୀ ଗଙ୍ଗା କୁମାରୀ ।୨୪ ବର୍ଷୀୟା ଗଙ୍ଗାଙ୍କୁ ଦୀର୍ଘ ବର୍ଷର ସଂଘର୍ଷ ଓ ସାଧନା ପରେ ମିଳିଛି ଏହି ସଫଳତା । ଲକ୍ଷେ ପଚିଶ ହଜାର ପ୍ରାର୍ଥିଙ୍କୁ ପଛରେ ପକାଇ ତାଙ୍କୁ ମିଳିଛି ଏହି ସୌଭାଗ୍ୟ । ଗଙ୍ଗା କୁମାରୀ ପୁଲିସ ବିଭାଗରେ ସିପାହୀ ଭାବେ ଯୋଗ ଦେଇଛନ୍ତି ।

କିନ୍ନରରୁ ସିପାହୀ ବନିବା ତାଙ୍କ ପାଇଁ ଏତେ ସହଜ ନଥିଲା । କାରଣ ମେଡ଼ିକାଲ ଯାଞ୍ଚ ସମୟରେ ସେ ତୃତୀୟ ଲିଙ୍ଗ ସ୍ପଷ୍ଟ ହେବା ପରେ ତାଙ୍କ ନିଯୁକ୍ତି ଉପରେ ଅଙ୍କୁଶ ଲଗାଇ ଦିଆଯାଇଥିଲା । ଗଙ୍ଗା କିନ୍ତୁ ହାର ମାନି ନଥିଲେ । ଦୀର୍ଘ  ଦୁଇବର୍ଷ ଧରି ନିଜ ଅଧିକାର ପାଇଁ ରାଜସ୍ଥାନ ହାଇକୋର୍ଟରେ ଲଢିଥିଲେ ଆଇନଗତ ଲଢେଇ । ଶେଷରେ ଏହି ଲଢେଇରେ ତାଙ୍କୁ ନ୍ୟାୟ ମିଳିଥିଲା । ଜଷ୍ଟିସ ଦିନେଶ ମେହେଟ୍ଟା ଏହାକୁ ଲିଙ୍ଗଭିତ୍ତିକ ଭେଦଭାବ ଦର୍ଶାଇ ତୁରନ୍ତ ତାଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଧେଶ କରିଥିଲେ ।

ନିଜର କଠୋର ସାଧନା , ସଂଘର୍ଷ ଓ ଗଭୀର ଆତ୍ମବିଶ୍ଵାସ ପାଇଁ ଗଙ୍ଗା କୁମାରୀ ଏହି ଲଢେଇରେ ବିଜୟ ହୋଇ ଅନ୍ୟ କିନ୍ନରମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛନ୍ତି ।

ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇଛନ୍ତି  ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇଛନ୍ତି

ପଢନ୍ତୁ, ଚିକିତ୍ସା ବିଜ୍ଞାନର ଚମତ୍କାରିତା, ରୋଗୀ ସମ୍ପର୍କରେ ଡାକ୍ତରଙ୍କୁ ସୂଚନା ଦେବ ଡିଜିଟାଲ ମେଡିସିନ

Related posts

ଭାରତରେ ୧୨୧ ଅରବପତି : ପ୍ରଥମସ୍ଥାନରେ ମୁକେଶ ଅମ୍ବାନୀ

Krishna Kumar Manoj

ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ

Krishna Kumar Manoj

କଲେଜ ଛାତ୍ରୀଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More