ସଇତାନ ପ୍ରେମିକ, ସାଥୀମାନଙ୍କ ସହ ମିଶି ପ୍ରେମିକାକୁ କଲା ଗଣବଳାତ୍କାର

rape

ଏକତରଫା ପ୍ରେମରେ ବିଫଳ ହେବା ପରେ ପ୍ରେମିକ ଜଘନ୍ୟ କାଣ୍ଡ ଘଟାଇଛନ୍ତି । ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ଜଣେ ଯୁବତୀଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଝିମିରିପାଲିରେ ଯୁବତୀଙ୍କୁ ଘରୁ ଉଠାଇ ନେଇ ଯୁବକ ଓ ତାଙ୍କର ଦୁଇ ସହଯୋଗୀ ଗଣବଳାତ୍କାର କରିଛନ୍ତି ।

rape

ଅଭିଯୋଗ ପରେ ପାଲଲହଡ଼ା ପୋଲିସ ଅଭିଯୁକ୍ତ ପ୍ରେମିକ କାଳିଆ ମହାକୁଳକୁ ଅଟକ ରଖିଛି। ଅଭିଯୁକ୍ତ ଦୁଇ ସାଙ୍ଗ ହେମନ୍ତ ମହାକୁଳ ଓ ଦୁଃଶାସନ ସିତାରୀ ଫେରାର ଥିବା ଜଣାପଡ଼ିଛି। ଗତ ୩୦ ତାରିଖ ରାତିରେ ପ୍ରେମିକା ଘର ବାହାରକୁ ଆସିଥିବା ବେଳେ କାଳିଆ ତାଙ୍କୁ ନିକଟସ୍ଥ ଜଙ୍ଗଲକୁ ଟେକି ନେଇଥିଲେ। ସେଠାରେ ସେ ସାଙ୍ଗମାନଙ୍କ ସହ ମିଶି ବଳାତ୍କାର କରିଥିବା ଯୁବତୀ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ତାଙ୍କ ପରିବାର ଲୋକେ ପାଲଲହଡା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମୁଖ୍ୟ ଅଭିଯୁକ୍ତ କାଳିଆକୁ ଗିରଫ କରିଥିବାବେଳେ ଅନ୍ୟ ଅଭିଯୁକ୍ତମାନେ ଫେରାର ହୋଇଯାଇଛନ୍ତି ।

ପଢନ୍ତୁ; ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋର ଟ୍ରେଲର୍

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More