News

କଠୁଆ ଗଣବଳାତ୍କାର ମାମଲା ୨୮କୁ ଘୁଞ୍ଚିଲା

By ENO Beuro

April 16, 2018

ଏହି ମାମଲାର ଶୁଣାଣି ସୁପ୍ରିମ କୋର୍ଟରେ କରିବାକୁ ପିଡ଼ୀତାଙ୍କ ପରିବାରବର୍ଗ ଗୁହାରି

କଠୁଆ ନାବାଳିକାକୁ ଗଣବଳାତ୍କାର ଓ ହତ୍ୟା ମାମଲାର ଶୁଣାଣିକୁ ଆଜି ଜମ୍ମୁ କାଠୁଆ ସିଜେଏମ ଏପ୍ରିଲ ୨୮କୁ ଘୁଞ୍ଚାଇ ଦେଇଛନ୍ତି । ଆଜି ଶୁଣାଣି ପାଇଁ ମାମଲାରେ ସମ୍ପୃକ୍ତ ୮ଜଣ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯାଇ ଥିଲା । ଅପରପକ୍ଷରେ ଏହି ମାମଲାର ଶୁଣାଣି ସିଧାସଳଖ ସୁପ୍ରିମ କୋର୍ଟରେ କରିବାକୁ ପିଡ଼ୀତାଙ୍କ ପରିବାରବର୍ଗ ଗୁହାରି କରିଛନ୍ତି ।

ଜଣେ ଅଭିଯୁକ୍ତ ନାବାଳକ ହୋଇଥିବାରୁ ତା ବିରୋଧରେ ସ୍ୱତନ୍ତ୍ର ଚାର୍ଜସିଟ୍ ଦାଖଲ କରାଯାଇଛି। ମାମଲାର ଗୁରୁତ୍ୱ ଦୃଷ୍ଟିରୁ ସରକାର ନିଜ ତରଫରୁ ଦୁଇ ଜଣ ବରିଷ୍ଠ  ଓକିଲଙ୍କୁ ନିଯୁକ୍ତ କରିଛନ୍ତି ।

ଅପରପକ୍ଷରେ ଆଜିର ଶୁଣାଣି ସମୟରେ ଗିରଫ ହୋଇଥିବା ଅଭିଯୁକ୍ତ ନାରକୋଟିକ ଟେଷ୍ଟ ପାଇଁ ରାଜି ଅଛନ୍ତି ବୋଲି କୋର୍ଟରେ ସତ୍ୟପାଠ କରିଥିଲେ । ଏହା ବ୍ୟତୀତ ସମସ୍ତ ଅଭିଯୁକ୍ତଙ୍କୁ ତଦନ୍ତ ରିପୋର୍ଟ ହସ୍ତାନ୍ତର କରିବାକୁ ମଧ୍ୟ କୋର୍ଟ ନିର୍ଦେଶ ପ୍ରଦାନ କରିଥିଲେ । ଫଳରେ ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚା ଜୋର ଧରିଛି ।

ପଢନ୍ତୁ ;

ନୂଆ ଅଫର : ଭୀମ ଆପରେ ୧ ଟଙ୍କା ଟ୍ରାଞ୍ଜାକସନ କରି ପାଆନ୍ତୁ ୫୧ ଟଙ୍କାର କ୍ୟାସବ୍ୟାକ୍