ଏକ ସମସ୍ୟାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି ସଲ୍ମାନ।
୧୯୯୮ କୃଷ୍ଣସାର ମୃଗ ଶିକାର ମାମଲାରେ ଶୁକ୍ରବାର ଯୋଧପୁର କୋର୍ଟରେ ହାଜର ହୋଇଥିଲେ ଅଭିନେତା ସଲମାନ ଖାନ । ଏହି ଅବସରରେ କୋର୍ଟ ପରିସରରେ ଭାଇଜାନ ଙ୍କୁ ମିଳିଛି ଗ୍ୟାଙ୍ଗଷ୍ଟରଙ୍କ ଧମକ ।ଏହି ଗ୍ୟାଙ୍ଗଷ୍ଟାର ବ୍ୟକ୍ତିଙ୍କ ନାମ ଲରେନ୍ସ ବିଷ୍ଣୋଇ।ଗ୍ୟାଙ୍ଗଷ୍ଟାରରେନ୍ସ ଖୋଲାଖୋଲି ଭାବେ ଭାଇଜାନଙ୍କୁ କୋର୍ଟ ପରିସରରେ ଧମକ ଦେଇଛନ୍ତି ।
ଖବର ଅନୁସାରେ,
ସୁରଜ ବଡ଼ତିଆଙ୍କ ‘ହମ ସାଥ୍ ସାଥ୍ ହୈ’ ଫିଲ୍ମର ସୁଟିଂ ବେଳେ ସହ କଳାକାରଙ୍କ ସାଙ୍ଗରେ ମିଶି ସଲମାନ କୃଷ୍ଣକାୟ ମୃଗ ଶିକାର କରିଥିବା ଅଭିଯୋଗ ହୋଇଥିଲା । ମୃଗ ଶିକାର ଉପରେ କଟକଣା ଲାଗିଥିବା ବେଳେ ଏହା ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ସମସ୍ତଙ୍କୁ କୋର୍ଟର କାଠଗଡାକୁ ଟଣାଯାଇଥିଲା । ସେପ୍ଟେମ୍ବର ୧୩ରୁ ମାମଲାର ଚୂଡାନ୍ତ ଶୁଣାଣି ଆରମ୍ଭ ହୋଇଛି । ତେବେ ଗତ ଶୁକ୍ରବାର କ୍ରମାଗତ ଦ୍ୱିତୀୟ ଦିନ ସଲମାନଙ୍କ କୋର୍ଟରେ ହାଜର ହୋଇଥିଲେ ।