SPORTS

ଗାଙ୍ଗୁଲି କହିଲେ: କାସ ୨୦୦୩ ବିଶ୍ଵ କପରେ ଧୋନୀ ମୋ ଦଳରେ ଥାଆନ୍ତେ !

ଧୋନୀଙ୍କୁ ପ୍ରଶଂସା କଲେ ଗାଙ୍ଗୁଲି

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ନିଜର ଆତ୍ମଜୀବନୀ ‘ଏ ସେଞ୍ଚୁରି ଇଜ୍‌ ନଟ୍‌ ଏନଫ୍‌’ରେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସା କରିଛନ୍ତି। ଗାଙ୍ଗୁଲି କହିଛନ୍ତି ଯେ କାସ ୨୦୦୩ରେ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିବା ବିଶ୍ଵ କପରେ ମହେନ୍ଦ୍ର ସିଂହ ଧୋନୀ ଦଳର ଅଂଶ ଥାଆନ୍ତେ। ଆଉ ମଧ୍ୟ ଧୋନୀଙ୍କ ପ୍ରଶଂସା କରି କହିଛନ୍ତି ଯେ ସଂଘର୍ଷ ସହିତ ଲଢି ଧୋନୀ ଯେଉଁ ଭଳି ବିଶ୍ଵ କପ ବିଜେତା ଅଧିନାୟକ ହୋଇଛନ୍ତି ତାହା ପ୍ରସଂଶନୀୟ।

ଗାଙ୍ଗୁଲି ନିଜ ବହିରେ ଲେଖିଛନ୍ତି ଯେ ମୁଁ ଗତ ଅନେକ ବର୍ଷରୁ ଏମିତି ଖେଳାଳି ଉପରେ ନଜର ରଖେ ଯିଏ ଚାପରେ ନିଜର ଧୈର୍ୟ୍ୟ ରଖିଥାଏ। ଏମିତି ଖେଳାଳି ଯିଏ ମ୍ୟାଚର ଗତିପଥ ବଦଳାଇ ଦେଉଥିବ। ମହେନ୍ଦ୍ର ସିଂହ ଧୋନୀଙ୍କୁ ମୁଁ ପ୍ରଥମ ଥର ୨୦୦୪ରେ ଦେଖିଥିଲି। ସେ ମୋ ବିଚାର ହିସାବରେ ଖେଳୁଥିବା ଜଣେ ଖେଳାଳି ଥିଲେ। ମୁଁ ପ୍ରଥମ ଦିନରୁ ହିଁ ଧୋନୀଙ୍କୁ ନେଇ ପ୍ରଭାବିତ ଥିଲି।

୨୦୦୩ରେ ଗାଙ୍ଗୁଲିଙ୍କ ଅଧିନାୟକତ୍ୱରେ ଭାରତୀୟ ଟିମ୍‌ ବିଶ୍ୱ କପ୍‌ ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ୧୨୫ ରନ୍‌ରେ ପରାସ୍ତ ହୋଇଥିଲା। ସେହି ସମୟରେ ରାହୁଲ ଦ୍ରାବିଡ଼ ଓ୍ଵିକେଟକିପର ଥିଲେ। ଏହା ପରେ ଧୋନି ୨୦୦୪ ଡିସେମ୍ବରରେ ଗାଙ୍ଗୁଲି ଅଧିନାୟକ ଥିବା ବେଳେ ପ୍ରଥମ ଦିନିକିଆରେ ପ୍ରବେଶ କରିଥିଲେ। ସେ ଲେଖିଛନ୍ତି ଯେ ମୁଁ ଆଜି ଖୁସି ଯେ ମୋର ଆକଳନ ସଠିକ୍ ହେଲା। ଧୋନୀ ବାସ୍ତବରେ ଏକ ବହୁତ ଭଲ ଖେଳାଳି ଯିଏ ଏତେ ବାଧାକୁ ଅତିକ୍ରମ କରି ଆଜି ଏହି ସ୍ତରରେ ପହଞ୍ଚିଛନ୍ତି।

୨୦୦୭ ବିଶ୍ଵ କପ ଟି-୨୦ରେ ଧୋନୀ ପ୍ରଥମ ଥର ଭାରତୀୟ ଦଳର ଅଧିନାୟକ ଦାୟିତ୍ଵ ସମ୍ଭାଳିଥିଲେ। ତାଙ୍କର ଅଧିନାୟକତ୍ଵରେ ଭାରତ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରି ପ୍ରଥମ ଟି-୨୦ ବିଶ୍ଵ କପ ନିଜ ନାମରେ କରିଥିଲା। ଧୋନୀଙ୍କ ଅଧିନାୟକତ୍ଵରେ ଭାରତ ଆଇସିସିର ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚିଥିଲା।

୨୦୧୧ ଆଇସିସି ବିଶ୍ଵ କପ ଓ ୨୦୧୩ ଚମ୍ପିଆନ୍ସ ଟ୍ରଫିରେ ଭାରତ ଧୋନୀଙ୍କ ନେତୃତ୍ଵରେ ଟାଇଟଲ ବିଜେତା ହୋଇଥିଲା। ତିନୋଟି ଆଇସିସି ଟାଇଟଲ ଜିତିବାରେ ସେ ଭାରତ ଏବଂ ବିଶ୍ଵର ପ୍ରଥମ ଅଧିନାୟକ।

ଗାଙ୍ଗୁଲି କହିଲେ: କାସ ୨୦୦୩ ବିଶ୍ଵ କପରେ ଧୋନୀ ମୋ ଦଳରେ ଥାଆନ୍ତେ ! dhoni 1

ପଢନ୍ତୁ;

ଖାଦ୍ୟରେ ସାମିଲ କରନ୍ତୁ “ବ୍ରୋକଲି” ଏବଂ ଅନେକ ସମସ୍ୟାରୁ ମୁକ୍ତି ପାଆନ୍ତୁ !

Related posts

ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଇତିହାସ ରଚିଲେ ସୌରଭ ଚୌଧୁରୀ,ଭାରତ ପାଇଁ ଆଣିଲେ ତୃତୀୟ ସ୍ୱର୍ଣ୍ଣ ପଦକ

ENO Beuro

ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା:ଦୂତି ପାଇବେ ଦେଢ କୋଟି

ENO Beuro

ମାସିକ ଭରଣପୋଷଣ ପାଇଁ ୧୫ ଲକ୍ଷ ଦାବି କଲେ ମହମ୍ମଦ ସାମିଙ୍କ ପତ୍ନୀ

ENO Beuro

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More