News

ନିୟମକୁ ଖୁଲମଖୁଲା ଉଲ୍ଲଂଘନ କଲେ ଅତିରିକ୍ତ ଆର୍‌ଟିଓ

Untitled 1

ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରିଛନ୍ତି ସରକାରୀ ବାବୁ। ଯିଏ କି ଲୋକଙ୍କୁ ନିୟମର ପାଠ ପଢ଼ାଉଛନ୍ତି, ନିୟମ ଉଲ୍ଲଂଘନ କଲେ ମୋଟା ଅଙ୍କର ଫାଇନ କାଟୁଛନ୍ତି, ସେ କିନ୍ତୁ ନିୟମକୁ ଖୁଲମ୍‌ଖୁଲା ଉଲ୍ଲଂଘନ କରୁଥିବା ନଜର ଆସିଛନ୍ତି। ଏହି ଅଧିକାରୀଜଣକ ହେଉଛନ୍ତି, ଗଞ୍ଜାମ ଜିଲ୍ଲା ଅତିରିକ୍ତ ପରିବହନ ଅଧିକାରୀ ଶାନ୍ତନୁ ପରିଡ଼ା । ମିଳିଥିବା ସୂଚନା ମୁତାବକ, ଗତକାଲି ୧୬ ନମ୍ବର ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ କରି କିଛି କର୍ମଚାରୀଙ୍କ ସହ ଚାରି ଚକିଆ ଗାଡ଼ିରେ ଶାନ୍ତନୁ ଫେରୁଥିଲେ। ଏହି ସମୟରେ ଶାନ୍ତନୁ ଓ ତାଙ୍କ ଡ୍ରାଇଭର ସିଟ୍ ବେଲ୍ଟ୍ ଲଗାଇ ନଥିଲେ। ଯାହାକୁ ନେଇ ଲୋକେ ତାଙ୍କୁ ଘେରି ଏସମ୍ପର୍କରେ ବାରମ୍ବାର ପଚାରିଥିଲେ। ହେଲେ ଏନେଇ କୌଣସି  ସନ୍ତୋଷଜନକ ଜବାବ ଦେଇ ନ ପାରି ଶାନ୍ତନୁ ସେଠାରୁ ପଳାଇ ଯାଇଥିଲେ ।

ଗତ କିଛି ଦିନ ଭିତରେ ପରିବହନ ବିଭାଗ ଟ୍ରାଫିକ ନିୟମ ଉଲଙ୍ଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା  ଆଦାୟ କରୁଛି । ହେଲେ ଯେତେବେଳେ କଥା ନିଜ ଉପରକୁ ଆସୁଛି ଭୁଲ ମାନିବା ପରିବର୍ତେ ଦୋଷ ଲୁଚାଇବାକୁ ଚେଷ୍ଟା କରୁଥିବା ଛତ୍ରପୁରର ଏହି ଅତିରିକ୍ତ ଆରଟିଓଙ୍କର ଆଭିମୁଖ୍ୟଙ୍କ ଉପରେ ପ୍ରଶ୍ନ ଛିଡା କରୁଛି ।

ପଢନ୍ତୁ: ପଞ୍ଚଭୂତରେ ଲୀନ ହେଲା ଜେଠମଲାନିଙ୍କ ପାର୍ଥିବ ଶରୀର

Related posts

ହତ୍ୟା କରାଗଲା ମହିଳା ଜଣକୁ ୩ ମହଲା ଉପରୁ ଠେଲି

ENO Beuro

ମହାପ୍ରସାଦ ଦର ତାଲିକା ପ୍ରସଙ୍ଗ: ଆଜି ହେବ ପରୀକ୍ଷାମୂଳକ ଅବଢ଼ା ‌ରୋଷେଇ

ENO Beuro

ମାଙ୍କଡଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ, ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼

Ratnamani Moharana

1 comment

ହାଇକୋର୍ଟଙ୍କ ନିଶା ନିବାରଣ ଆଦେଶକୁ ମାନୁ ନାହାନ୍ତି ସରକାର September 9, 2019 at 12:18 pm

[…] ନିୟମକୁ ଖୁଲମଖୁଲା ଉଲ୍ଲଂଘନ କଲେ ଅତିରିକ୍ତ… […]

Leave a Comment