News

ଦୁବାଇରେ ଫସିଲେ ଓଡ଼ିଆ ଶ୍ରମିକ, ଉଦ୍ଧାର ପାଇଁ କଲେ ନିବେଦନ

Square

ପୁଣି ଦାଦନ ଦୁଃଖ । ୧୮ ଜଣ ଦାଦନ ଶ୍ରମିକ  ଫସିଛନ୍ତି ଦୁବାଇରେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍ କଇରାସି ଓ ମାଣିକପୁର ଅଞ୍ଚଳର ୧୮ଜଣ ଦାଦନ ଶ୍ରମିକ ଦୁବାଇରେ ଫସିଛନ୍ତି । ୭ମାସ ପୂର୍ବେ ସେହି ଅଞ୍ଚଳର ଜଣେ ଏଜେଣ୍ଟ ଦ୍ବାରା ଦାଦନ ଖଟିବା ପାଇଁ ଦୁବାଇ ଯାଇଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।ମାଲିକ ସେମାନଙ୍କୁ କାମ କରାଇ ପାରିଶ୍ରମିକ ଦେଉନଥିବା ଅଭିଯୋଗ ଆଣିଛନ୍ତି ଏହି ଶ୍ରମିକ । ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିବାରୁ ଉଦ୍ଧାର ପାଇଁ ଶ୍ରମିକମାନେ ଏକ ଭିଡିଓ ସୁଟିଂ କରି ସେମାନଙ୍କ ଯନ୍ତ୍ରଣା, ଦୁଃଖକୁ ପ୍ରକାଶ କରିଛନ୍ତି ।

ସୂଚନାନୁଯାଇ, ଗାଁର ଜଣେ ଦଲାଲ ମାସିକ ୩୫ ହଜାର ଟଙ୍କା ଦିଆଯିବ ବୋଲି କହି ୭ମାସ ତଳେ ଦୁବାଇର ନେଇଥିଲେ  । ତେବେ ସେଠାରେ କାମ ବଦଳରେ ନିର୍ଯାତନା   ଦିଆଯାଉଥିବା ଅଭିଯୋଗ ହୋଇଛି  । ଏପରିକି ଖାଇବାକୁ ଦେଉନଥିବା ଓ ଏହାର ପ୍ରତିବାଦ କଲେ ମାଡ଼ ମରାଯାଉଥିବା ମଧ୍ୟ ଶ୍ରମିକ ମାନେ ଅଭିଯୋଗ ଆଣିଛନ୍ତି  ।  ଏନେଇ ଫସି ରହିଥିବା ଶ୍ରମିକ ମାନେ ଏକ ଭିଡିଓ ମାଧ୍ୟମରେ ତାଙ୍କୁ ଉଦ୍ଧାର କରିବା ଲାଗି ପରିବାର ଲୋକଙ୍କୁ  ଓ ରାଜ୍ୟ ସରକାରଙ୍କୁ  ନିବେଦନ କରିଛନ୍ତି  ।

ପଢନ୍ତୁ: ଋଣ ସୁଝିବା ପାଇଁ ସମ୍ପତ୍ତି ବିକ୍ରି କରିବେ ଅନୀଲ ଅମ୍ବାନୀ

Related posts

ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ଅଫିସ୍‌ରଙ୍କ ନୋଟିସ: ରସଗୋଲାର ଜିଆଇ ମାନ୍ୟତା ପ୍ରତ୍ୟାହାର କରାଯିବନି କାହିଁକି?

ENO Beuro

ଦିଲ୍ଲୀଠାରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ENO Beuro

ବ୍ୟାପିଲା ବାର୍ଡ ଫ୍ଲୁ, ଆଜିଠାରୁ କୁକୁଡାମରା ଅଭିଯାନ

ENO Beuro

Leave a Comment