News

୮ଶହ ବର୍ଷର ରାଜକୀୟ ପରମ୍ପରା ରଥଯାତ୍ରାରେ ରାଜ କୁମାରୀଙ୍କ ରାଜା ବେଶ

Untitled 1

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନେଇ ଅନେକ ପ୍ରଥା ଓ ପରମ୍ପରା । ପୁରୀ ଗଜପତି ମହାରାଜ ଶ୍ରୀଜିଉଙ୍କ ପ୍ରଥମ ସେବକ । ରାଜା ଛେରା ପହଁରା କରିବା ପରେ ହିଁ ଗଡେ ରଥ । ଠିକ ସେମିତି ଗଞ୍ଜାମ ଜିଲ୍ଲା ଧରାକୋଟରେ ରହିଛି ୮ଶହ ବର୍ଷର ରାଜକୀୟ ପରମ୍ପରା । ଆଉ ଏହି ପରମ୍ପରାକୁ ଆଗକୁ ବଢାଇ ନେଉଛନ୍ତି ରାଜ କୁମାରୀ ସୁଲକ୍ଷଣା ଗୀତାଞ୍ଜଳି ଦେବୀ

ରାଜ କୁମାରୀଙ୍କ ରାଜା ବେଶ,ରାଜକୀୟ ପୋଷାକ ଓ ହାତରେ ତରବାରୀ ।ରଥଯାତ୍ରା ଦିନ ଏଭଳି ବେଶରେ ସଜେଇ ହୋଇଥିଲେ ରାଜକୁମାରୀ ସୁଲକ୍ଷଣା ।

Whatsapp Image 2019 07 13 At 9.23.19 Am

ପାଛୋଟି ନେବାକୁ ପ୍ରସ୍ତୁତ ପ୍ରଜା ଓ ପାରିଷଦବର୍ଗ । ପୁରା ରାଜକୀୟ ପରମ୍ପରାରେ ରାଜନଅରରୁ ବାହାରି ଆସନ୍ତି ରାଜକୁମାରୀ । ତାମଜାନରେ ବସି ପଟୁଆରରେ ବାହାରନ୍ତି ରଥ ଅଭିମୁଖେ । ଧରାକୋଟରେ କାହିଁ କେଉଁ କାଳରୁ ରହିଛି ଏଭଳି ପ୍ରଥା । ସ୍ଥାନୀୟ ଲୋକେ ବି ଏହାକୁ ଅତି ନିଷ୍ଠାର ସହ ପାଳନ କରୁଛନ୍ତି । ସମସ୍ତଙ୍କ ଭିତରେ ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସ । ବାଜା ବଜାଇ ଶୋଭାଯାତ୍ରାରେ ନିଜ ପ୍ରିୟ ରାଜକୁମାରୀଙ୍କୁ ପାଛୋଟି ନିଅନ୍ତି ତାଙ୍କ ପାରିଷଦବର୍ଗ ।

ପଢନ୍ତୁ: ଘର କିଣିବାରେ ଦେଶର ସବୁଠାରୁ ସୁଲଭ ସହର ଭୁବନେଶ୍ୱର

Related posts

ଆଜି ସନ୍ଧ୍ୟାରେ ଆନ୍ଧ୍ରରେ ମାଡ ହେବ ‘ପେଥାଇ’,ଦକ୍ଷିଣ-ପଶ୍ଚିମରେ ପ୍ରବଳ ବର୍ଷା

ENO Beuro

Central Research Institute Of Yoga & Naturopathy (CRIYN) at Bhubaneswar

ENO Beuro

ପୁଣି କ୍ଷମତାକୁ ଫେରିବେ ନରେନ୍ଦ୍ର ମୋଦି, ଏନଡିଏକୁ ମିଳିପାରେ ୨୮୩ଟି ଆସନ: ଟାଇମ୍‌ସ ନାଓ ସର୍ଭେ

Ratnamani Moharana

Leave a Comment