EnewsOdia.Com

ରାସ୍ତାରୁ ପ୍ଲାଷ୍ଟିକ ଆଣି ଦେଲେ ମିଳିବ ମାଗଣା ଖାଦ୍ୟ

ରାସ୍ତାରେ ପଡିଥିବା ପ୍ଲାଷ୍ଟିକ ଗୋଟାଇ ଆଣିଲେ ପେଟପୁରା ମାଗଣା ଖାଦ୍ୟ ମିଳିବ | କିଛି ଏଭଳି ନିଆରା ଚିନ୍ତାକୁ ନେଇ ଛତିଶଗଡ଼ର ଅମ୍ବିକାପୁରରେ ଆଜି ଏକ କାଫେର ଉଦଘାଟନ କରାଯାଇଛି | ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଟି ଏସ ସିଂହଦେଓ ଦେଶର ପ୍ରଥମ ଗାରବେଜ କାଫେର ଶୁଭାରମ୍ଭ କରିଛନ୍ତି | ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ପାଇଁ ଏଭଳି ଏକ ନୂଆ ନିଷ୍ପତ୍ତି ନିଆଯାଇଛି |

ଛତିଶଗଡ଼ର ଅମ୍ବିକାପୁର ନଗର ନିଗମ ପକ୍ଷରୁ ଏହି କାଫେକୁ ପରିଚାଳନା କରାଯାଉଥିବାବେଳେ ପ୍ଲାଷ୍ଟିକ ଆବର୍ଜନା ବଦଳରେ ପେଟପୁରା ଖାଦ୍ୟ ଖାଇବାକୁ ଦିଆଯାଉଛି | ବଡ କଥା ହେଉଛି ଯେ ଏହି କାଫେ ୨୪ ଘଣ୍ଟା ଖୋଲା ରଖାଯିବାକୁ ନିଷ୍ପତ୍ତି ନିଆଯାଇଥିବାବେଳେ ଯେ କୌଣସି ବ୍ୟକ୍ତି ଯେତେବେଳେ ଚାହିଁବେ ଯାଇ ଖାଇପାରିବେ |

 

ଯଦି ଆପଣ ଏକ କିଲୋ ପ୍ଲାଷ୍ଟିକ ନେଇ କାଫେକୁ ଯାଆନ୍ତି ତେବେ ଆପଣଙ୍କୁ ପେଟପୁରା ଖାଦ୍ୟ  ଖାଇବାକୁ ମିଳିବ |  ୫୦୦ କିଲୋଗ୍ରାମ ପ୍ଲାଷ୍ଟିକ ନେଇ ଯାଆନ୍ତି ଜଳଖିଆ ମାଗଣାରେ ଖାଇବାକୁ ଦିଆଯିବ | ଏହି କାଫେରୁ ସଂଗ୍ରହ ହୋଇଥିବା ପ୍ଲାଷ୍ଟିକକୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯିବ | ରାଜ୍ୟ ସରକାରଙ୍କ ବଜେଟରେ ଏହି କାଫେ ପାଇଁ ୫ ଲକ୍ଷ ଟଙ୍କାର ବ୍ୟବସ୍ଥା ମଧ୍ୟ କରାଯାଇଛି |

ପଢନ୍ତୁ: ଛାଡ଼ୁନି ସାରଥି ମୋହ, ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା

ସମ୍ବନ୍ଧିତ ଖବର

ସତେ କେତେ ସୁନ୍ଦର ଏ ପୃଥିବୀ ! ଅନ୍ତରୀକ୍ଷରୁ ଫଟୋ ଜାରି କଲା ନାସା

Ratnamani Maharana

ସ୍ୱର୍ଗୀୟ ବାପାଙ୍କ ଖୁସି ପାଇଁ ମଶାଣିରେ କାର ଜାଳିଦେଲା ପୁଅ

Ratnamani Maharana

ପାଖେଇ ଆସୁଛି ବାତ୍ୟା ବୁଲ୍‌ବୁଲ୍‌ : ପ୍ରଭାବରେ ଓଡ଼ିଶାରେ ବର୍ଷା, ବଢ଼ୁଛି ପବନର ବେଗ

Ratnamani Maharana

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପାଇବେ ଇଟାଲୀୟ ଗୋଲ୍‌ଡେନ୍‌ ବାଲୁକା କଳା ପୁରସ୍କାର

Ratnamani Maharana

ଶୀତ ପାଇଁ ବନ୍ଦ କେଦାରନାଥ ମନ୍ଦିର

Ratnamani Maharana

ପ୍ରଶ୍ନପତ୍ର ନିଅଣ୍ଟ ହେବାରୁ କଳାପଟାରେ ଲେଖାଗଲା ପ୍ରଶ୍ନ

Ratnamani Maharana