EnewsOdia.Com

ବଜାରରେ ଏବେ ରସୁଣ ରାଜ୍

ପିଆଜ ଓ ଟମାଟୋ ଦରକୁ ନେଇ ଲୋକମାନେ ଚିନ୍ତାରେ ପଡ଼ିଥିବା ବେଳେ ଏବେ ରସୁଣ ଦର ବି ଅକାଶ ଛୁଆଁ ହୋଇଛି। ଦିଲ୍ଲୀରେ ରସୁଣ କିଲୋ ପିଛା ୩୦୦ଟଙ୍କାରେ ବିକ୍ରି ହେଉଛି। ଖୁଚୁରା ବଜାରରେ ରସୁଣ କିଲୋ ପ୍ରତି ୨୫୦-୩୦୦ଟଙ୍କାରେ ବିକ୍ରି ହେଉଥିବା ବେଳେ ଦୁଇ ସପ୍ତାହ ପୂର୍ବରୁ ଏହା କିଲୋ ପିଛା ୧୫୦-୨୦୦ଟଙ୍କାରେ ମିଳୁଥିଲା। ଶନିବାର ବିଭିନ୍ନ କ୍ୱାଲିଟିର କୁଇଣ୍ଟାଲ ପିଛା ରସୁଣ ମୂଲ୍ୟ ୮,୦୦୦-୧୭୦୦ଟଙ୍କା ରହିଥିଲା ବ୍ୟବସାୟୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସ୍ପେଶାଲ କ୍ୱାଲିଟିର ରସୁଣ ପ୍ରତି କୁଇଣ୍ଟାଲ ପିଛା ୨୧,୭୦୦ଟଙ୍କାରେ ବିକ୍ରି ହେଉଛି। କୋଟାରେ ରସୁଣ ଦର ପ୍ରତି କୁଇଣ୍ଟାଲ ପିଛା ୭,୦୦୦-୧୭,୫୦୦ ଟଙ୍କା ରହିଛି।

ଦେଶରେ ଚଳିତ ବର୍ଷ ରସୁଣ ଉତ୍ପାଦନ ଗତବର୍ଷ ଅପେକ୍ଷା ୭୬ ପ୍ରତିଶତ  ଅଧିକ ରହିଥିବା ସତ୍ତ୍ୱେ ଏହାର ଦର ଆକାଶଛୁଆଁ ହୋଇଛି। ଦେଶର ପ୍ରମୁଖ ରସୁଣ ମଣ୍ଡି ମଧ୍ୟପ୍ରଦେଶର ନିମଚଳ ମଂଦସୋର ଓ ରାଜସ୍ଥାନର କୋଟାର ବ୍ୟବସାୟୀଙ୍କ କହିବାନୁସାରେ, ବର୍ଷା କାରଣରୁ ଗଚ୍ଛିତ ଥିବା ରସୁଣ ନଷ୍ଟ ହୋଇଯାଇଥିବା ହେତୁ ରସୁଣ ଯୋଗାଣ ହ୍ରାସ ପାଇଛି। ତେଣୁ ଏହାର ଦର ବୃଦ୍ଧି ପାଇବାରେ ଲାଗିଛି।

ପଢନ୍ତୁ: ସୋସିଆଲ ମିଡିଆ ଆକାଉଣ୍ଟରେ ଆଧାର ଲିଙ୍କ୍‌ ଆବେଦନ ସୁପ୍ରିମକୋର୍ଟରେ ଖାରଜ

 

ସମ୍ବନ୍ଧିତ ଖବର

ଅଦରକାରୀ ଶିଶୁଙ୍କୁ ଫୋପାଡିବା ପାଇଁ ଝୁଲା ବ୍ୟବସ୍ଥା କରି ଅଡୁଆରେ ପୁରୀ ସିଡିଏମଓ

Ratnamani Maharana

ଏବେ ଉପଭୋକ୍ତା କିସ୍ତିରେ ଦେବେ ବିଜୁଳି ବିଲ

Ratnamani Maharana

ଅଯୁଗ୍ମ ସଂଖ୍ୟା ଥିବା କାର୍‌ରେ ଆସି ଜରିମାନା ଦେଲେ ବିଜେପି ନେତା ବିଜୟ ଗୋଏଲ୍‌

Ratnamani Maharana

ବକେୟା ବିଲ୍ ନଦେଲେ ୧୬ରୁ କଟିବ ବିଦ୍ୟୁତ ସଂଯୋଗ

Ratnamani Maharana

ଦୀପାବଳିରେ ଦିଲ୍ଲୀରେ ସୀମା ଟପିଲା ପ୍ରଦୂଷଣ ହାର

Ratnamani Maharana

ବାତ୍ୟା ‘ବୁଲ୍‌ବୁଲ୍‌’ ଯୋଗୁଁ ଆସନ୍ତାକାଲି ଠାରୁ ଉପକୂଳ ଓଡ଼ିଶାରେ ବର୍ଷା ଆରମ୍ଭ

Ratnamani Maharana