EnewsOdia.Com

ଆଜି ଅଁଳା ନବମୀ: ରାଧା ପାଦ ଦର୍ଶନ ଲାଗି ଭିଡ଼

ପବିତ୍ର ଅଁଳା ନବମୀ ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଆଜି ଶ୍ରୀରାଧା ପାଦ ଦର୍ଶନ ଲାଗି ଭିଡ଼ ଜମିଛି। ଏହି ଅବସରରେ ଶ୍ରଦ୍ଧାଳୁମାନେ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ଦର୍ଶନ କରିବା ସହ ତାଙ୍କ ପାଦ ଦର୍ଶନ କରୁଛନ୍ତି  । ଶ୍ରୀରାଧାଙ୍କୁ ପାରମ୍ପରିକ ଗହଣା, ସୁବର୍ଣ୍ଣ କିରିଟୀ, ଦ୍ରାବିଡ଼ ଚନ୍ଦ୍ର, ମଥାମଣି, ମୟୂର ବସାଗୁଣା, ନୁଥ, ଚାପସରିଡେଉଁରିଆ, ପଣସକଣ୍ଟା, ଖଡୁ, ପାଉଁଜି, ପାଦପଦ୍ମ ଖୁଣ୍ଟିଆ ଆଦି ଲାଗି ହୋଇଛି । ରାତିରୁ ମନ୍ଦିରର ଦ୍ୱାର ଫିଟାଯାଇ ମଙ୍ଗଳ ଆଳତି, ବେଶ ମଇଲମ, ମର୍ଦ୍ଦନ, ଅବକାଶ ପରେ ସାକ୍ଷୀଗୋପାଳଙ୍କୁ ନଟବର ବେଶରେ ଏବଂ ଶ୍ରୀରାଧାଙ୍କୁ ଓଡ଼ିଆଣୀ ବେଶରେ ସଜ୍ଜିତ କରାଯାଇଛି।

ଭୋର ସମୟରୁ ବିଭିନ୍ନ ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଛି। ପ୍ରଥମେ ସେବାୟତ ଓ ମନ୍ଦିର କର୍ମଚାରୀ ରାଧାପାଦ ଦର୍ଶନ କରିବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ସାହାଣମେଲା ହୋଇଛି । ଗର୍ଭଗୃହ ଭିତରେ ପଶି ଶ୍ରଦ୍ଧାଳୁମାନେ ମା’ଙ୍କ ପାଦ ଦର୍ଶନ କରୁଛନ୍ତି । ତେବେ ଭିଡ଼ ବଢୁଥିବାରୁ ମନ୍ଦିରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

ପଢନ୍ତୁ: ୭ରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମହା’,

ସମ୍ବନ୍ଧିତ ଖବର

ପାକ୍ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସ୍ୱାସ୍ଥ୍ୟାବସ୍ଥା ଉଦବେଗଜନକ

Ratnamani Maharana

ଅତି ଭୟଙ୍କର ରୂପ ନେଲା ‘ବୁଲ୍‌ବୁଲ୍‌’, ରାଜ୍ୟର ବିଭିନ୍ନ ସ୍ଥାନରେ ଆରମ୍ଭ ହେଲା ବର୍ଷା

Ratnamani Maharana

ଅଯୋଧ୍ୟା ପାଇଁ ବଡ଼ ଯୋଜନା

Ratnamani Maharana

ପାକିସ୍ତାନ ଯୁଦ୍ଧ ସଂଗ୍ରାହଳୟରେ ଭାରତୀୟ ବାୟୁସେନାର ଓ୍ବିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କ ଷ୍ଟାଚ୍ୟୁ

Ratnamani Maharana

ଆଜି ସ୍ଵର୍ଗତ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧବାର୍ଷିକି

Ratnamani Maharana

କଟକ ବାଲିଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି

Ratnamani Maharana