SPORTS

ଆଇପିଏଲ ଅଧାରୁ ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର!

ଲ୍ଲୀ ଡେୟାର ଡେଭିଲ୍‌ସର ନୂଆ ଅଧିନାୟକ ଶ୍ରେୟସ ଆୟର

ଚଳିତ ଆଇପିଏଲ୍‌ରେ ଦୟନୀୟ ପ୍ରଦର୍ଶନ ପରେ ଦିଲ୍ଲୀ ଡେୟାର ଡେଭିଲ୍‌ସ ଅଧିନାୟକ ପଦରୁ ଗୌତମ ଗମ୍ଭୀର ଓହରିଯାଇଛନ୍ତି । ତାଙ୍କ ସ୍ଥାନରେ ଶ୍ରେୟସ ଆୟର ଦଳର ନୂଆ ଅଧିନାୟକ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ଦିଲ୍ଲୀର ଅସନ୍ତା ମ୍ୟାଚ ଶୁକ୍ରବାର କଲକାତା ନାଇଟରାଇଡର୍ସ ସହ ଅଛି ।ଏହି ମ୍ୟାଚ ପୂର୍ବରୁ ଗମ୍ଭୀର ଅଧିନାୟକ ପଦ ଛାଡିଦେଇଛନ୍ତି ।

ବୁଧବାର ଦିଲ୍ଲୀର ଫିରୋଜ ସାହା କୋଟ୍‌ଲା ଗ୍ରାଉଣ୍ଡରେ ନେଟ୍‌ସ ପୂର୍ବରୁ ଗମ୍ଭୀର ତାଙ୍କ ଇସ୍ତଫା ବିଷୟରେ ଘୋଷଣା କରିଥିଲେ । ଶୁକ୍ରବାର କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷ ମୁକାବିଲାରୁ ଶ୍ରେୟସ ଆୟର ଏହି ଦାୟିତ୍ୱ ସମ୍ଭାଳିବେ । ଧିନାୟକ ପଦ ଛାଡିବା ନେଇ ଗମ୍ଭୀର କହିଛନ୍ତି, ଏହା ତାଙ୍କର ବ୍ୟକ୍ତିଗତ ନିଷ୍ପତି । ଚଳିତ ଆଇପିଏଲରେ ଟିମ୍ ପାଇଁ ଅଧିନାୟକ ଭାବେ ତାଙ୍କର ଯୋଗଦାନ ଖାସ୍ ରହିନାହିଁ । ଏପରିକି ଏବେ ତାଙ୍କ ଦଳ ପଏଣ୍ଟ ତାଲିକାର ଶେଷରେ ରହିଛି । ତେଣୁ ଏଭଳି ନିଷ୍ପତି ନେଇଥିବା କହିଛନ୍ତି ଗମ୍ଭୀର ।

୨୦୧୮ ଆଇପିଏଲ ପାଇଁ କୋଲକାତା ଛାଡି ପୁଣିଥରେ ହୋମ ଟିମକୁ କମବ୍ୟାକ କରିଥିଲେ ଦୁଇଥରର ଚାମ୍ପିୟନ କ୍ୟାପଟେନ । ଏପରିକି ପୂର୍ବ ଦଳକୁ ସମ୍ପୂର୍ଣ୍ଣ ଭାବେ ପରିବର୍ତ୍ତନ କରାଯାଇଥିଲା । ଅଧିନାୟକ ଭାବେ ଗୌତମ ଗମ୍ଭୀରଙ୍କୁ ନୂଆ ଦାୟିତ୍ୱ ମିଳିଥିଲା । ଗୌତମଙ୍କ ନେତୃତ୍ୱରେ ଦଳ ଦମଦାର ପ୍ରଦର୍ଶନ କରିବାକୁ ଆଶା ରଖିଥିଲା କିନ୍ତୁ ଚଳିତ ଆଇପିଏଲର ୬ଟି ମ୍ୟାଚରୁ ୫ମ ପରାଜୟ ସହ ପଏଣ୍ଟ ତାଲିକାର ଶେଷ ସ୍ଥାନରେ ରହିଛି ଦଳ । ଏପରିକି ଖୋଦ ଅଧିନାୟକ ଗୌତମ ଗମ୍ଭୀରଙ୍କ ପ୍ରଦର୍ଶନ ମଧ୍ୟ ଉତ୍ସାହଜନକ ରହିନାହିଁ । ୬ଟି ମ୍ୟାଚରୁ ମାତ୍ର ୮୫ ରନ ସଂଗ୍ରହ କରିଛନ୍ତି ଏହି ବାମହାତୀ ବ୍ୟାଟସମ୍ୟାନ ।

ଆଇପିଏଲ ଅଧାରୁ ଅଧିନାୟକ ପଦ ଛାଡିଲେ ଗୌତମ ଗମ୍ଭୀର! gautam gambhir

ପଢନ୍ତୁ ;

ଧୋନୀ-ରାୟଡୁଙ୍କ ବିସ୍ଫୋରକ ବ୍ୟାଟିଂ, ଛକା ମାରି ଜିତାଇଲେ ଧୋନୀ

Related posts

ମା’ ହେବେ ସାନିଆ ମିର୍ଜା

Krishna Kumar Manoj

ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ଜିତିଲେ ଜୟନ୍ତୀ

Krishna Kumar Manoj

ଟେଷ୍ଟ ବ୍ୟାଟ୍‍ସମ୍ୟାନ ମାନ୍ୟତା ଶୀର୍ଷ ସ୍ଥାନ ହରାଇଲେ କୋହଲି

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More