SPORTS

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଗୌତମ ଗମ୍ଭୀର

gambhir

ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ଗୌତମ ଗମ୍ଭୀର କ୍ରିକେଟର ସମସ୍ତ ଫର୍ମାଟରୁ ମଙ୍ଗଳବାର ତାଙ୍କ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଦିଲ୍ଲୀର ଏହି ବ୍ୟାଟ୍ସମ୍ୟାନ ଟୁଇଟର ଜରିଆରେ ତାଙ୍କ ନିଷ୍ପତ୍ତି ଘୋଷଣା କରିଛନ୍ତି।

gambhir

୨୦୧୬ ମସିହାରେ ଶେଷ ଥର ପାଇଁ ଇଂଲଣ୍ଡ ବିରୋଧରେ ରାଜକୋଟରେ ଟେଷ୍ଟ ଖେଳିଥିଲେ ଗମ୍ଭୀର । ନିଜ ଅନ୍ତର୍ଜାତୀୟ କ୍ୟାରିଅରରେ ଗୌତମ ଗମ୍ଭୀର ୫୮ଟି ଟେଷ୍ଟ ମ୍ୟାଚ ଖେଳି ୪୧.୫୪ ହାରରେ ମୋଟ ୪୧୫୪ ରନ ସଂଗ୍ରହ କରିଛନ୍ତି । ଏଥିରେ ୯ଟି ଶତକ ଏବଂ ୨୨ଟି ଅର୍ଦ୍ଧଶତକ ମଧ୍ୟ ରହିଛି।

ଗମ୍ଭୀର ଏକଦା ଟେଷ୍ଟ୍‌ ମ୍ୟାଚ୍‌ରେ ବିଶ୍ୱର ୧ ନଂ ବ୍ୟାଟସ୍‌ମ୍ୟାନ୍‌ ଭାବେ ପରିଚୟ ହାସଲ କରିଥିଲେ। ୨୦୦୯ରେ ଟି-୨୦ ଫର୍ମାଟରେ ଗମ୍ଭୀର ୧ନଂ ରାଙ୍କରେ ରହିଥିଲେ।

କେବଳ ଅନ୍ତର୍ଜାତୀୟ କ୍ରିକେଟ୍‌ ନୁହେଁ ଆଇପିଏଲ୍‌ରେ ମଧ୍ୟ ଗମ୍ଭୀର ନିଜର ଜଲୱା ଦେଖାଇଥିଲେ। ସେ କୋଲକାତା ନାଇଟ୍‌ ରାଇଡର୍ସର ଅଧିନାୟକ ଭାବେ ୨୦୧୨ ଓ ୨୦୧୪ରେ ଟ୍ରଫି ଜିତିଥିଲେ। ଗମ୍ଭୀର ୧୧ଟି ଆଇପିଏଲ୍‌ ସଂସ୍କରଣର ୧୫୪ଟି ମ୍ୟାଚ୍‌ ଖେଳି ୪୨୧୮ ରନ୍‌ କରିଛନ୍ତି।

ପଢନ୍ତୁ; ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି: ସଂସଦ,ବିଧାନସଭାରେ ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ କର

Related posts

Roelant Oltmans Discharged As Chief Coach Of The Indian Men’s Hockey Team

ENO Beuro

ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂର ନଗରଙ୍କ ସହିତ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ

ENO Beuro

ଏସିଆ କପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆ

ENO Beuro

Leave a Comment