February 16, 2019

ଶହୀଦ୍ ଏଏସଆଇ ଅବଦୁଲ୍ ରଶିଦ୍ ଙ୍କ ଝିଅ ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର

ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର

ଶହୀଦ୍ ଏଏସଆଇ ଅବଦୁଲ୍ ରଶିଦ୍ ଙ୍କ ଝିଅ ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର । ଜମ୍ମୁ-କଶ୍ମୀରର ଅନନ୍ତନାଗ ଅଂଚଳରେ ଆତଙ୍କବାଦୀ ଆକ୍ରମଣରେ  ଏଏସଆଇ ଅବଦୁଲ୍ ରଶିଦ୍ ସହିଦ ହେଇଥିଲେ । ଗମ୍ଭୀର ଏକ ଟ୍ୱିଟ୍ ମାଧ୍ୟମରେ ଜୋହରାଙ୍କର ସମସ୍ତ ପଢା ଖର୍ଚ୍ଚ ବହନ କରିବେ ବୋଲି ଜଣାଇଛନ୍ତି । ଗମ୍ଭୀରଙ୍କର ଏହି ମହତ ଉଦ୍ଦେଶ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି ।

ଜୋହାରା ମଧ୍ୟ ଉତରରେ ଗୌତମ୍ ଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିବା ସହ କହିଥିଲେ ଯେ ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । କିନ୍ତୁ ଗମ୍ଭୀର ମଧ୍ୟ ନିଜର ମହାନତାରେ ଜୋହାରାଙ୍କୁ ଧନ୍ୟବାଦ ନଦେବା ପାଇଁ କହି ନିଜର ଦୁଇ ଝିଅ ଆଜେନ ଓ ଆନାଇଜ ପରି ସେ ମଧ୍ୟ ଜଣେ ବୋଲି କହିଥିଲେ ।

ଏଠାରେ ଆମେ କହିରଖୁଚୁ ଯେ, ଗୈାତମ ଗମ୍ଭୀର ସୁକମାରେ ଚଳିତ ବର୍ଷ ଅପ୍ରେଲ ମାସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଶହୀଦ ସିଆରପିଏଫ୍ ଜବାନଙ୍କ ପରିବାରକୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ । ସେ ୨୫ ଜଣ ଶହୀଦ ଜବାନଙ୍କ ପିଲାଙ୍କ ପଢା ଖର୍ଚ୍ଚ ବହନ କରିବେ ବୋଲି କହିଥିଲେ । ସେ ଗୈାତମ ଗମ୍ଭୀର ଫାଉଣ୍ଡେସନ ଜରିଆରେ ସାହାଯ୍ୟ କରିବାକୁ ଘୋଷଣା କରିଥିଲେ ।

ରଶିଦଙ୍କ ଅନ୍ତିମ ସଂସ୍କାର ସମୟରେ ଜୋହରାର ଦୁଃଖଦ ଫଟୋ ସମସ୍ତଙ୍କୁ ବ୍ୟଥିତ କରିଦେଇଥିଲା । ସୋସିଆଲ୍ ମିଡିଆରେ ଦକ୍ଷିଣ କଶ୍ମୀର ର ଡିଆଇଜି ଏସପି ପାଣିଙ୍କ ସହ ଲୋକେ ଜୋହରା ପ୍ରତି ନିଜର ସମ୍ବଦନା ବ୍ୟକ୍ତ କରିଥିଲେ ।

ଜୋହରାଙ୍କ ସମସ୍ତ ପଢା ଖର୍ଚ୍ଚ ବହନ କରିବେ ଭାରତୀୟ କ୍ରିକେଟର ଗୈାତମ ଗମ୍ଭୀର

ମୁଁ ଖାଣ୍ଟି ଓଡିଆ ଝିଅ ଓ ଭୈରବ ଆଗାମୀ ୮ ତାରିଖରେ ମୁକ୍ତିଲାଭ କରିବ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More