Entertainment

ରିଲିଜ ହେଲା ଫିଲ୍ମ ‘ଜିନିୟସ ’ର ଟ୍ରେଲର

ସନି ଦେୱଲ ଅଭିନୀତ ସୁପରହିଟ ହିନ୍ଦୀ ଚଳଚ୍ଚିତ୍ର ‘ଗଦ୍ଦର: ଏକ୍‍ ପ୍ରେମ କଥା’ର ନିର୍ଦେଶକ ଅନିଲ ଶର୍ମାଙ୍କର ‘ଜିନିୟସ’ ନାମକ ଏକ ହିନ୍ଦୀ ଚଳଚ୍ଚିତ୍ରର ଟ୍ରେଲର ମୁକ୍ତିଲାଭ କରିଛି। ଏହା ଏକ ଆକ୍ସନ ଡ୍ରାମା ଚଳଚ୍ଚିତ୍ର।

ଟ୍ରେଲର ଦେଖି ଜଣାପଡୁଛି ଏହା ‘ର’ରେ କାମ କରୁଥିବା ଜଣେ ଜିନିୟସ ପୁଅର କାହାଣୀ ଯିଏ ଦେଶରେ ଶାନ୍ତି ସ୍ଥାପନା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଉଛି । ତେବେ ଏଥିରେ ଖଳନାୟକ ରୂପେ ନଜର ଆସିଛନ୍ତି ଫାଇନ୍ ଆକ୍ଟର ଭାବେ ଜଣାଶୁଣା ଅଭିନେତା ନୱାଜୁଦ୍ଦିନ ସିଦ୍ଦିକି । ନୱାଜୁଦ୍ଦିନଙ୍କ ସହିତ ଏଥିରେ ମିଥୁନ ଚକ୍ରବର୍ତ୍ତୀ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।

ନୱାଜୁଦ୍ଦିନ ଏଥିରେ ଖୁବ ସୁନ୍ଦର କାର୍ଯ୍ୟ କରିଛନ୍ତି। ଅନୀଲ ଶର୍ମା ଏହା ମଧ୍ୟ କହିଛନ୍ତି ଯେ ନବାଜ ଏବଂ ଉତ୍କର୍ଷ ସିନ ଦେଖି ଦର୍ଶକ ନିଶ୍ଚୟ କରତାଳି ଦେବେ। ସେହିଭଳି ଫିଲ୍ମରେ ଡେବ୍ୟୁ କରୁଥିବା ଉତ୍କର୍ଷ କହିଛନ୍ତି ନବାଜ ଜଣେ ପ୍ରଫେସନାଲ ଏବଂ ସିନିଅର ଅଭିନେତା ଏବଂ ତାଙ୍କ ସହ ଅଭିନୟ କରିବା ସ୍ୱପ୍ନ ଅଟେ । ନବାଜ ତାଙ୍କୁ ଖୁବ ସପୋର୍ଟ କରୁଥିଲେ ଏବଂ ସେ ନୂଆ ବୋଲି କେବେ ଅନୁଭବ ହେବାକୁ ଦେଇ ନାହାନ୍ତି। ତେବେ ଫିଲ୍ମଟି ୨୪ ଅଗଷ୍ଟରେ ରିଲିଜ ହେବ।

ପଢନ୍ତୁ;ଦକ୍ଷିଣ ଆଫ୍ରିକା ଗସ୍ତରେ ମୋଦି,ବ୍ରିକ୍ସ ସମ୍ମିଳନୀକୁ ସମ୍ବୋଧିତ କରି ଭାରତର ପକ୍ଷ ରଖିବେ ପ୍ରଧାନମନ୍ତ୍ରୀ

Related posts

ଦର୍ଶକଙ୍କୁ ଇ-ନିଉଜ୍ଓଡିଆ ର ଆଉ ଏକ ଭେଟି , ରିଲିଜ୍ ହେଲା ” ଓରେ ପିୟା ” ର ଟିଜର !

ENO Beuro

ବଲିଉଡ ଅଭିନେତା ଜିତେନ୍ଦ୍ରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ସମ୍ପର୍କୀୟ ଉଉଣୀ

ENO Beuro

Xamboree–The Cultural-Management Fest of XUB to be held from October 4

ENO Beuro

1 comment

Leave a Comment