News

ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ୍‌ଙ୍କ ପରଲୋକ

george_fernandes

ଆରପାରିରେ ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ଗତ କିଛି ଦିନ ଧରି ସେ ସ୍ବାଇନ୍‌ ଫ୍ଲୁରେ ପୀଡ଼ିତ ଥିଲେ। ଏହାପୂର୍ବରୁ ଦୀର୍ଘ ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ଭାଜପା ନେତୃତ୍ୱାଧୀନ ଏନଡିଏ ସରକାରରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ କ୍ୟାବିନେଟ୍‌ରେ ସେ ପ୍ରତିରକ୍ଷା ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ଜରୁରୀକାଳୀନ ପରିସ୍ଥିତି ପରେ ସେ ରାଜନୀତିକୁ ଆସିଥିଲେ । ଜେଲରେ ରହି ସେ ବିହାର ମୁଜାଫରନଗରରୁ ନିର୍ବାଚନ ଲଢିଥିଲେ ଓ ଜିତିଥିଲେ । ୧୯୭୪ରେ ସେ ଅଲଇଣ୍ଡିଆ ରେଲେଓ୍ଵ ମେନ୍‌ ଫେଡେରେସନ୍‌ର ପ୍ରମୁଖ ଥିଲେ । ଏହି ସମୟରେ ସେ ଐତିହାସିକ ରେଲେଓ୍ଵ ଷ୍ଟ୍ରାଇକ୍‌ କରିଥିଲେ । ଯାହାକି ସରକାରଙ୍କୁ ଅସୁବିଧାରେ ପକାଇଥିଲା । ଲୋକସଭାକୁ ୯ଥର ନିର୍ବାଚିତ ହୋଇଥିଲେ ଫର୍ଣ୍ଣାଡିଜ୍‌ । ଜର୍ଜ ଫର୍ଣ୍ଣଡିଜ୍‌ଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସୂଚନାଯୋଗ୍ୟ,୧୯୩୦ ଜୁନ୍‌ ୩ରେ ସେ କର୍ନାଟକରେ ଜନ୍ମଗ୍ରହଣ କରିଥିଲେ।

ପଢନ୍ତୁ; ତୃତୀୟ ଦିନିକିଆ: ଭାରତ ୭ ୱିକେଟରେ ବିଜୟୀ

Related posts

ମାଲକାନଗିରି ମୁନସା ଗାଁରୁ ଉଦ୍ଧାର କୁମ୍ଭୀର ଗଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରକୁ

ENO Beuro

କାଞ୍ଚି କାମକୋଟି ପୀଠର ଶଙ୍କରାଚାର୍ଯ୍ୟଙ୍କ ପରଲୋକ

ENO Beuro

ଆନ୍ତଃଜାତି ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା

ENO Beuro

Leave a Comment