LIFESTYLE

ତ୍ୱଚାରେ ଚମକ ଆଣିବାପାଇଁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ

ସୌନ୍ଦର୍ଯ୍ୟ ଚର୍ଯ୍ୟାରେ ଡାଳିମ୍ବର ଭୂମିକା

ମୁଖ ହେଉଛି ଶରୀରର କେନ୍ଦ୍ରବିନ୍ଦୁ । ଏହା ସମସ୍ତଙ୍କୁ ଆକର୍ଷିତ କରିଥାଏ ଏବଂ ଆକର୍ଷଣୀୟ ଦେଖାଯିବାର ଇଚ୍ଛା ସମସ୍ତଙ୍କର ଥାଏ । ତେଣୁ ସୁନ୍ଦର ଦେଖାଯିବାର ଇଚ୍ଛାରେ ଅନେକ ଲୋକ ମହଙ୍ଗା ସୌନ୍ଦର୍ଯ୍ୟ ଦ୍ରବ୍ୟ ବ୍ୟବହାର କରିଥାନ୍ତି । କିନ୍ତୁ ଆପଣ କେବଳ ଡାଳିମ୍ବର ବ୍ୟବହାରରେ ସୁନ୍ଦର, ଉଜ୍ଜଳ ଓ ବେଦାଗ ତ୍ୱଚା ପାଇପାରିବେ । ଏହା ସହିତ ବୟସ ଜନିତ କୁଞ୍ଚିତ ତ୍ୱଚାରେ ମଧ୍ୟ ଏହା କାର୍ୟ୍ୟ କରିଥାଏ । ଯାହା ବୟସ ବଢିବାର ଲକ୍ଷଣକୁ କମ କରିଥାଏ । ଆମେ ଆଜି ଆପଣଙ୍କୁ ଏପରି ଫେସ୍ ମାସ୍କ ବିଷୟରେ କହିବୁ, ଯାହା ସାହାଯ୍ୟରେ ଆପଣ ଉଜ୍ଜଳ, ବେଦାଗ ତ୍ୱଚା ପାଇପାରିବେ ।

  • ଡାଳିମ୍ବର ଦାନାକୁ ପେଷ୍ଟ  କରନ୍ତୁ । ଏହି ପେଷ୍ଟରେ ଗୋଟିଏ ଚାମଚ ମହୁ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ସମ୍ପୂର୍ଣ୍ଣ ଚେହେରା ଓ ବେକରେ ଭଲଭାବେ ଲଗାଇ ଦିଅନ୍ତୁ । କିଛି ସମୟ ଏହାକୁ ଶୁଖିବା ପାଇଁ ଛାଡି ଦିଅନ୍ତୁ । ଏହା ଶୁଖିଗଲା ପରେ ହାଲକା ଉଷୁମ ପାଣିରେ ଚେହେରାକୁ ଧୋଇଦିଅନ୍ତୁ । ଚେହେରାର ଚମକ ଆପଣଙ୍କୁ ସ୍ପଷ୍ଟ ଭାବେ ନଜର ଆସିବ ।
  • ଲେମ୍ବୁରେ ଭିଟାମିନ୍ ସି ପ୍ରଚୁର ପରିମାଣରେ ମିଳିଥାଏ । ସେହିପରି ଡାଳିମ୍ବରେ ଆଣ୍ଟି-ଅକ୍ସିଡାଣ୍ଟର ଗୁଣ ଥାଏ । ଏହି ମିଶ୍ରଣ ତ୍ୱଚାର ଉଜ୍ଜଳ ଆଣିବାରେ ସାହାଯ୍ୟ କରିଥାଏ । ଡାଳିମ୍ବର ଦାନାକୁ ପେସି ତାହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ଲେମ୍ବୁରସ ମିଶାଇ ଚେହେରାରେ ଲାଗାନ୍ତୁ । କିଛି ସମୟ ପରେ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ ।
  • ଉଜ୍ଜଳ ଓ ବେଦାଗ ତ୍ୱଚା ପାଇବା ପାଇଁ ଏହା ସବୁଠାରୁ ଭଲ ଉପାୟ । ଡାଳିମ୍ବର କିଛି ଦାନାକୁ ପେଶି ସେଥିରେ ଦହିକୁ ମିଶାଇ ଦିଅନ୍ତୁ । ଏହି ପେଷ୍ଟକୁ ଚେହେରାରେ ଲଗାଇ କିଛି ଡେରି ପର୍ୟ୍ୟନ୍ତ ଛାଡି ଦିଅନ୍ତୁ । କିଛି ସମୟ ପରେ ଚେହେରାକୁ ସଫା ପାଣିରେ ଧୋଇ ଦିଅନ୍ତୁ । ଫରକ ଆପଣଙ୍କୁ ନିଶ୍ଚୟ ଜଣାପଡିବ ।
  • ଡାଳିମ୍ବ ଓ ଓଟମୀଲ୍‌ର ମିଶ୍ରଣ ଚେହେରାରେ ଚମକ ଆଣିବାର ଏକ ଭଲ ଉପାୟ । ଏହାଦ୍ୱାରା ତ୍ୱଚାରେ ଉଜ୍ଜଳତା ଆଣିଥାଏ । ତାସହିତ ମୃତ କୋଷିକା ହଟାଇବା ସହ ତ୍ୱଚାକୁ କୋମଳ କରିଥାଏ ।
  • ତ୍ୱଚାରେ ଚମକ ଆଣିବାପାଇଁ ଚାହୁଁଛନ୍ତି କି ? ତାହାଲେ ଆପଣାନ୍ତୁ ଏହି ଉପାୟ promigranet

ପଢନ୍ତୁ ;

ମୋଦି ସରକାରଙ୍କ ନିଷ୍ପତ୍ତି : ନିର୍ବାଚନ ପୂର୍ବରୁ ସାରା ଦେଶକୁ ଯୋଡ଼ିବ ପକ୍କା ରାସ୍ତା

Related posts

ତ୍ଵଚା ଓ କେସ ପାଇଁ ବେଲପତ୍ର କେତେ ଉପଯୋଗୀ ଜାଣନ୍ତୁ

Krishna Kumar Manoj

ପୁଅମାନଙ୍କ କେଉଁ ଗୁଣ ଜାଣିଲା ପରେ ପ୍ରେମରେ ଧୋକା ମିଳିଥାଏ ଜାଣନ୍ତୁ 

Krishna Kumar Manoj

ଦାମ୍ପତ୍ୟ ଜୀବନରେ ସୁଖ ଶାନ୍ତି ଚାହୁଁଛନ୍ତି କି? ତେବେ ଘରେ ରଖନ୍ତୁ ନାହିଁ ଏହି ସବୁ ଜିନିଷ !

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More