News

ଓମଫେଡ ଜରି ଓ ପ୍ଲାଷ୍ଟିକ ପାଣି ବୋତଲ ଫେରାଇଲେ ମିଳିବ ଅର୍ଥ

plastic

ଓମଫେଡ ଜରି ଓ ପ୍ଲାଷ୍ଟିକ ପାଣି ବୋତଲ ଫେରାଇଲେ ମିଳିବ ଟଙ୍କା। ଏଜେଣ୍ଟଙ୍କ ମାଧ୍ୟମରେ ଜରି ଓ ବୋତଲ ସଂଗ୍ରହ କରାଯିବ। ଅଗଷ୍ଟ ଶେଷ ସୁଦ୍ଧା ସର୍ବସାଧାରଣରେ ଏନେଇ ସୂଚନା ଦିଆଯିବ। ରାଜ୍ୟରେ ପ୍ଲାଷ୍ଟିକ୍ ନିଷେଧ ନେଇ ଆଜି ସଚିବାଳୟରେ ଏକ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଜନସାଧାରଣଙ୍କ ମତାମତ ପରେ ଜାରି ହେବ ମାର୍ଗଦର୍ଶିକା

ମାର୍ଗଦର୍ଶିକା ଅନୁଯାୟୀ ଯେଉଁମାନେ ସରକାରଙ୍କ ନିର୍ଦିଷ୍ଟ ନୀତି ନିୟମକୁ ଖିଲାପ କରି ପରିବେଶ ପ୍ରଦୂଷଣ କରିବେ ସେମାନଙ୍କ ବିରୋଧରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଆଜି ସରକାରଙ୍କ ପକ୍ଷରୁ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି।

ପରିବେଶ ସୁରକ୍ଷା ଆଇନ ୧୯୮୬ ଅନୁଯାୟୀ ତୁରନ୍ତ ମାର୍ଗଦର୍ଶିକା ଜାରି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତୁହିନ କାନ୍ତ ପାଣ୍ଡେ, କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ଓ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦେଶକ ଡ. କେ ମୃଗେସନ ପ୍ରମୁଖ ଉପସ୍ଥିତ ଥିଲେ।

plastic

ସୂଚନାଯୋଗ୍ୟ,ସେପ୍ଟେମ୍ବର ୧୫ ସୁଦ୍ଧା ପ୍ଲାଷ୍ଟିକ ନିଷେଧ ନିୟମ ଆସିବ ବୋଲି ଜଣାପଡିଛି । ଦୁଇ ସପ୍ତାହ ମଧ୍ୟରେ ନିୟମ ରୂପାୟନ ପାଇଁ ମୁଖ୍ୟ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

 

ପଢନ୍ତୁ;ନିର୍ଯ୍ୟାତ ମିତ୍ର ମୋବାଇଲ ଆପର ଶୁଭାରମ୍ଭ କଲେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ସୁରେଶ ପ୍ରଭୁ

Related posts

ମୁକେଶ ଅମ୍ବାନୀ, ଫୋବର୍ସ ଇଣ୍ଡିଆ ତରଫରୁ ଦେଶର ଧନୀବ୍ୟକ୍ତି ତାଲିକାରେ ୧ମ

ENO Beuro

ସଙ୍କଟରେ ଇମରାନ୍ ଙ୍କ ତୃତୀୟ ବିବାହ

ENO Beuro

୧୫ ଦିନର ଶିଶୁକୁ ମାରିଲା କିଏ ! ମାଙ୍କଡ ନା ମଣିଷ

ENO Beuro

1 comment

Leave a Comment