Loading...

ଗିରଫ ପରେ ଖୋଲୁଚି ଭୂତଙ୍କ ସଭାପତି ବିପିନ ରାଉତରାୟଙ୍କ ଗୁମର, ସମ୍ପର୍କୀୟଙ୍କୁ ଗୁଳି ଓ ବାବୁଙ୍କର ୩ ପତ୍ନୀ

ଗିରଫ ପରେ ଖୋଲୁଚି ଭୂତଙ୍କ ସଭାପତି ବିପିନ ରାଉତରାୟଙ୍କ ଗୁମର, ସମ୍ପର୍କୀୟଙ୍କୁ ଗୁଳି ଓ ବାବୁଙ୍କର ୩ ପତ୍ନୀ

୨୦୧୩ ମସିହାରେ ନିଜ ଭାଇ ଏବଂ ୨୦୧୬ରେ ଆଉ ଜଣେ ସମ୍ପର୍କୀୟକୁ ଗୁଳି ମାରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା । ପୈତୃକ ସମ୍ପତିକୁ ନେଇ ବିପିନ ତାଙ୍କୁ ୨୦୧୩ରେ ଗୁଳି ମାରି ପଙ୍ଗୁ କରିଦେଇଛି ।

ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ପ୍ରେତ କୁଆଡେ ବାବୁଙ୍କ ସହ କଥା ହେଉଛନ୍ତି। ନିଜ ଝିଅକୁ ରକ୍ଷକରିବା ପାଇଁ ସହାୟତା ବି ମାଗିଛନ୍ତି। ଆଉ ତ ଆଉ ବାବୁଙ୍କ ପାଖରେ କୁଆଡେ ସବୁ ପ୍ରକାରର ଭୁତ ପ୍ରେତ, ଚଣ୍ଡୀ-ଚିରୁଗୁଟି, ରାକ୍ଷସ-ରକ୍ଷାସୂନୀ ଆଉ ଗୋଟେ ସଇତାନ ବି ଅଛି। ନିକଟରେ ରୁଷିଆରୁ ପୁଟିନ ନାମକ ଜଣେ ପ୍ରେତ ଆସିଥିବା ଏ ଦାବି କରିଥିଲେ ବାବା ବିପିନ କୁମାର ରାଉତରାୟ। ବିପିନଙ୍କ ଘର ରାଜଧାନୀ ଭୁବନେଶ୍ୱର ନିକଟସ୍ଥ ଭରତପୁର ଅଞ୍ଚଳରେ । ତାଙ୍କ ନାମରେ ପୂର୍ବରୁ ପୋଲିସରେ ୩ଟି ୱାରେଣ୍ଟ ରହିଥିବା ବେଳେ ସେ ପୂର୍ବରୁ ପୋଲିସକୁ ଚକମା ଦେଇ ଚାଲିଥିଲେ । ଗିରଫ ଖୋଲୁଚି ବାବୁଙ୍କ ଗୁମର। 

୨୦୧୩ ମସିହାରେ ନିଜ ଭାଇ ଏବଂ ୨୦୧୬ରେ ଆଉ ଜଣେ ସମ୍ପର୍କୀୟକୁ ଗୁଳି ମାରି ଫେରାର ହୋଇ ଯାଇଥିବା ଅଭିଯୋଗ ହୋଇଥିଲା । ପୈତୃକ ସମ୍ପତିକୁ ନେଇ ବିପିନ ତାଙ୍କୁ ୨୦୧୩ରେ ଗୁଳି ମାରି ପଙ୍ଗୁ କରିଦେଇଛି । ସେ ଏବେବି ଉଠି ପାରୁନାହାନ୍ତି । ତାଙ୍କ ପତ୍ନୀଙ୍କ ଆଖିରୁ ଲୁହ ଶୁଖୁନି।ଦୁଇଟି ଗୁଳିମାଡ଼ ଘଟଣାରେ ତା ନାଁରେ ଥିଲା ଜାମିନ ବିହିନ ଗିରଫ ପରଓ୍ବାନା । ତେବେ ତାଙ୍କ ଗିରଫଦାରୀ ପରି ତାଙ୍କର ୩ଟି ପତ୍ନୀ ଥିବା କଥା ମଧ୍ୟ ସାମ୍ନାକୁ ଆସୁଛି। ସେ ମାଟ୍ରିକ୍‌‌ ମାଡ଼ି ନଥିବାବେଳେ କେଉଁ ଏକ ବିଶ୍ୱ ବିଦ୍ୟାଳୟରୁ ଜ୍ୟୋତିଷଶାସ୍ତ୍ର ଅଧ୍ୟୟନ କରି ଫେରିଥିବା ଲୋକଙ୍କୁ କୁହନ୍ତି। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.