ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
ମାର୍ଗଶୀର ମାସରୁ ଥଣ୍ଡା ବଢ଼ିଯାଏ । ଶୀତ ପ୍ରକୋପରୁ ବଞ୍ଚିବାକୁ ଲୋକେ ଶୀତବସ୍ତ୍ର ପିନ୍ଧନ୍ତି । ବଡ଼ଦେଉଳରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ମାନବୀୟ ଳୀଳା । ଠାକୁରଙ୍କୁ ମଧ୍ୟ ରହିଛି ଶୀତ ଭୟ ।
ମାର୍ଗଶୀର ମାସରୁ ଥଣ୍ଡା ବଢ଼ିଯାଏ । ଶୀତ ପ୍ରକୋପରୁ ବଞ୍ଚିବାକୁ ଲୋକେ ଶୀତବସ୍ତ୍ର ପିନ୍ଧନ୍ତି । ବଡ଼ଦେଉଳରେ ଚାଲିଛି ଶ୍ରୀଜଗନ୍ନାଥଙ୍କ ମାନବୀୟ ଳୀଳା । ଠାକୁରଙ୍କୁ ମଧ୍ୟ ରହିଛି ଶୀତ ଭୟ । ପ୍ରଚଣ୍ଡ ଥଣ୍ଡାରୁ ବର୍ତ୍ତିବାକୁ ଶ୍ରୀବିଗ୍ରହ ଶୀତବସ୍ତ୍ର ପରିଧାନ କରନ୍ତି । ଅନୁଷ୍ଠିତ ହୁଏ ମହାପ୍ରଭୁଙ୍କ ‘ଘୋଡ଼ ଲାଗି’ ବେଶ । ଶୀତ ସହ ଲଢ଼ିବାକୁ ଠାକୁରଙ୍କ ଏହା ହେଉଛି ସ୍ୱତନ୍ତ୍ର ପୋଷାକ । ଶ୍ରୀମନ୍ଦିରରେ ଓଢ଼ଣ ଷଷ୍ଠୀ ପର୍ବ ପାଳନ ଅବସରରେ ରତ୍ନ ସିଂହାସନରେ ଦାରୁଦିଅଁ ଘୋଡ଼ ଲାଗି ବେଶରେ ବିଭୂଷିତ ହୋଇଥାନ୍ତି ।
ମାର୍ଗଶୀର ଶୁକ୍ଳ ଷଷ୍ଠୀରୁ ମାଘ ସପ୍ତମୀ ଯାଏଁ ଶୀତ ୪ ମାସ ମହାପ୍ରଭୁଙ୍କ ଏହି ଘୋଡ଼ ଲାଗି ନୀତି ହୁଏ । ୫ମୀ ଦିନ ରାତିରେ ଚନ୍ଦନଲାଗି ପରେ ୩ ଠାକୁରଙ୍କ ଘୋଡ଼ ୨୧ଟି ସହିତ ବିମଳା, ସରସ୍ୱତୀ, ମହାଲକ୍ଷ୍ମୀ, ମଦନମୋହନଙ୍କ ଘୋଡ଼ ଅଧିବାସ ହୁଏ । ଷଷ୍ଠୀରେ ଠାକୁରଙ୍କୁ ୭ ମୂର୍ତ୍ତି ଲେଖାଏଁ ଘୋଡ଼ ଲାଗି କରି ୬ ମୂର୍ତ୍ତି ଅଳଙ୍କାର ଲାଗି କରାଯାଏ । ଖଣ୍ଡୁଆ, ଭେଲ୍ଭେଟର ଘୋଡ଼ ବସ୍ତ୍ର, ଫୁଟା, ମଫଲର୍ ଓ ଟୋପର ଆଦି ଠାକୁରେ ଲାଗି ହୁଅନ୍ତି । ପରମ୍ପରା ଅନୁଯାୟୀ ସପ୍ତାହର ବିଭିନ୍ନ ଦିନରେ ଭିନ୍ନଭିନ୍ନ ରଙ୍ଗର ବସ୍ତ୍ର ଶ୍ରୀବିଗ୍ରହଙ୍କୁ ଲାଗି କରାଯାଏ । ସୋମବାର କଳାଛିଟା ମିଶା ଶୁକ୍ଳ ରଙ୍ଗ ବେଶ ପରିଧାନ କରନ୍ତି । ମଙ୍ଗଳବାର ବାର ପଟିଆ(ପଞ୍ଚ ରଙ୍ଗ ମିଶା) ଓ ବୁଧବାର ନୀଳରଙ୍ଗର ବସ୍ତ୍ର, ଗୁରୁବାର ହଳଦିଆ ରଙ୍ଗର ବସ୍ତ୍ର, ଶୁକ୍ରବାର ଶୁକ୍ଳ ରଙ୍ଗ, ଶନିବାର କଳା, ରବିବାର ଲାଲ ବସ୍ତ୍ର ପରିଧାନ କରିଥାନ୍ତି । ଜ୍ୟୋତିଷ ତଥା ଶାସ୍ତ୍ରଜ୍ଞମାନେ ଘୋଡ଼ର ରଙ୍ଗକୁ ଗ୍ରହର ପ୍ରତୀକ ବୋଲି କହିଥାନ୍ତି ।
ଶ୍ରୀମନ୍ଦିରର ପାରମ୍ପରିକ ଦର୍ଜି ସେବକ ଠାକୁରଙ୍କ ଏହି ସ୍ୱତନ୍ତ୍ର ଶୀତବସ୍ତ୍ର ବେଶ ତିଆରି କରନ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ପୋଷାକ ତିଆରି ହୁଏ । ପତନୀ, ଗୀତଗୋବିନ୍ଦ ପାଟ ଓ ସୂତାପୁଟାରେ ଠାକୁରଙ୍କ ନୂତନ ବସ୍ତ୍ର ତିଆରି ହୁଏ । ଘୋଡ଼ଲାଗି ବେଶ ପାଇଁ ଖଟ ପାଛୋଡ଼ି, ତୁଳିପଟା, ଥୋଡ଼ ପାହାଡ଼ିଆ, ଫୁଲଛେଦା ଓ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ୪ଟି ଘୋଡ଼ ତିଆରି କରାଯାଏ । ସେହିଭଳି ମାର୍ଗଶୀରରେ ଶ୍ରୀମନ୍ଦିରରେ ଠାକୁରଙ୍କ ପ୍ରଥମାଷ୍ଟମୀ, ଉତ୍ପନ୍ନା ଏକାଦଶୀ, ଦେବ ଦୀପାବଳି, ଗୋମତୀ ଏକାଦଶୀ ଓ ପଣ୍ଡୁ ନୃସିଂହ ବିଜେ ନୀତି ପାଳିତ ହୁଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।