News

ରାଜ୍ୟ ସରକାର ରସଗୋଲା ଜିଆଇ ପାଇଁ ୭ଦିନ ମଧ୍ୟରେ ଆବେଦନ କରିବେ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ରାଜ୍ୟ ସରକାର ରସଗୋଲା ଜିଆଇ ପାଇଁ ୭ଦିନ ମଧ୍ୟରେ ଆବେଦନ କରିବେ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ଦୁଇ ଦିନ ତଳେ ‘ବାଙ୍ଗଲାର ରସଗୋଲା‘ ଜିଆଇ ମାନ୍ୟତା ପାଇଛି । ଏଣୁ ଏନେଇ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ଓଡିଶା ସରକାରଙ୍କର ଏବେ ହୋସ ଫେରିଛି । ଗତକାଲି ଉନ୍ନୟନ କମିସନରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଲା ପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଗଣମାଧ୍ୟମ ସାମ୍ନାରେ କହିଛନ୍ତି ଯେ, ରାଜ୍ୟ ସରକାର ଆସନ୍ତା ୭ ଦିନ ମଧ୍ୟରେ ହିଁ  ଜିଆଇ ପାଇଁ ଆବେଦନ କରିବେ ।

ଦୀର୍ଘ ଦୁଇ ବର୍ଷ ଧରି ରସଗୋଲାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ  ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟ ସରକାର ଏ ପର୍ଯ୍ୟନ୍ତ ଜିଆଇ ଆବେଦନ କରିପାରି ନାହାନ୍ତି । ଓଡ଼ିଶାରେ ରସଗୋଲା ବ୍ୟବହାରର ଅନେକ ଐତିହାସିକ ଓ ପୌରାଣିକ ପ୍ରମାଣ ରାଜ୍ୟ ସରକାରଙ୍କ ନିକଟରେ ମହଜୁଦ ଥିଲେ ହେଁ ଏନେଇ କୌଣସି ପଦକ୍ଷେପ ନେଇନଥିଲେ । ବରଂ ରସଗୋଲାକୁ ନେଇ କେଉଁ ବିଭାଗ କାଗଜପତ୍ର ପ୍ରସ୍ତୁତ କରିବ ସେ ନେଇ ଗୋଟିଏ ବିଭାଗରୁ ଅନ୍ୟ ବିଭାଗକୁ ଦାୟିତ୍ୱ ହସ୍ତାନ୍ତର ଚାଲିଛି । ସରକାରୀ ବିଭାଗର ବାବୁମାନଙ୍କର ଏପରି ଦାୟିତ୍ଵହିନତା ପାଇଁ ଦୁଇ ଦିନ ତଳେ ‘ବାଙ୍ଗଲାର ରସଗୋଲା’ ଜିଆଇ ମାନ୍ୟତା ପାଇପାରିଛି ।

ରାଜ୍ୟ ସରକାର ରସଗୋଲା ଜିଆଇ ପାଇଁ ୭ଦିନ ମଧ୍ୟରେ ଆବେଦନ କରିବେ: ମନ୍ତ୍ରୀ ପ୍ରଫୁଲ୍ଲ ସାମଲ

ପଢନ୍ତୁ, ନବୀନ ନିବାସ ର ସୁରକ୍ଷା ବୃଦ୍ଧି ପାଇଁ ସ୍ମାର୍ଟ ସିଟି ବିମାନବନ୍ଦରର ଦୂରାବସ୍ଥା

Related posts

Kathajodi River Trisulia Bridge, Dedicated As Netaji Subhas Chandra Bose Setu

ENO Beuro

ହାତ, ଗୋଡ ହଲାଉଛି ବଳିଆ, ୪-୫ ଦିନ ମଧ୍ୟରେ ଆଇସିୟୁରୁ ବାହାରିବ

ENO Beuro

ଭାରତ ନେଟ ପ୍ରକଳ୍ପ ପାଇଁ ବିବିଏନଏଲ୍ ଗୁରୁତ୍ୱପୂର୍ଣ୍ଣ: ମନୋଜ ସିହ୍ନା

ENO Beuro

Leave a Comment