POLITICALS

ଅନ୍‌ଲାଇନ୍‌ରେ ନିଲାମ ହେବ ମୋଦିଙ୍କୁ ମିଳିଥିବା ଉପହାର

Modi 2

ନିଲାମ ହେବ ମୋଦିଙ୍କୁ ମିଳିଥିବା ଦେଶବିଦେଶର ଉପହାର। ଅନଲାଇନରେ ଏହି ସବୁ ଉପହାର ନିଲାମ କରାଯିବାନେଇ ସୂଚନା ରହିଛି।  ଆସନ୍ତା ସେପ୍ଟେମ୍ବର ୧୪ରୁ ଏହି ନିଲାମ  ଆରମ୍ଭ  ଏବଂ ଅକ୍ଟୋବର ୩ ତାରିଖରେ ଏହି ନିଲାମ ସରିବ।   ଏଥିରୁ ମିଳିବାକୁ ଥିବା ଟଙ୍କା ନମାମି ଗଙ୍ଗେ ପ୍ରକଳ୍ପକୁ ଯିବ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂହ ପଟେଲ କହିଛନ୍ତି। ଗତ ୬ ମାସରେ ମିଳିଥିବା ମୋଟ ୨,୭୭୨ଟି ଉପହାର ଏକ ଇ-ପୋର୍ଟାଲ ଜରିଆରେ ନିଲାମ କରାଯିବ।

ଏଥିପାଇଁ ସର୍ବନିମ୍ନ ଦର ୨୦୦ ଟଙ୍କା ରଖାଯାଇଥିବାବେଳେ ସର୍ବାଧିକ ୨ ଲକ୍ଷ ଟଙ୍କା ରଖାଯାଇଛି। ଏହି ଉପହାରଗୁଡ଼ିକ ମଧ୍ୟରେ ଗଣେଶ, ହନୁମାନ, ଭୀମରାଓ ଆମ୍ବେଦକର, ଶିବାଜୀ ଓ ବିବେକାନନ୍ଦଙ୍କ ପ୍ରତିକୃତି ଏବଂ ୫୭୬ଟି ଶାଲ, ୯୬୪ଟି ଅଙ୍ଗବସ୍ତ୍ର, ୮୮ଟି ପଗଡ଼ି ଏବଂ ଅନ୍ୟ କିଛି ସାମଗ୍ରୀ ରହିଛି। ଏଥିମଧ୍ୟରେ ଏକ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୁହଁ ଥିବା ଏକ ସିଲ୍କ ପ୍ରିଣ୍ଟ  ରହିଛି। ଏହାର ବେସିକ୍‌ ମୂଲ୍ୟ ୨.୫ ଲକ୍ଷ ରଖାଯାଇଛି। ଚଳିତ ବର୍ଷ ଫେବୃଆରୀରେ ମୋଦିଙ୍କୁ ମିଳିଥିବା ୧,୮୦୦ ମେମେଣ୍ଟୋ ବିକ୍ରି କରାଯାଇଥିଲା।

 

Related posts

ଆସନ୍ତା ୧୨ ତାରିଖରେ କଂଗ୍ରେସରେ ଯୋଗ ଦେବେ ହାର୍ଦ୍ଦିକ

ENO Beuro

ଦେଶ ଚନ୍ଦ୍ରବାବୁଙ୍କ ‘ପ୍ରଜା ବେଦିକା’ ବଙ୍ଗଳା ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲେ ଜଗନ ରେଡ୍ଡି

Ratnamani Moharana

ଆଜି ବିଜେପିରେ ସାମିଲ ହେଲେ ବଳଭଦ୍ର ମାଝି

ENO Beuro

1 comment

ପିତ୍ତଳ ଥାଳିରେ ଖାଉଛନ୍ତି ମହାପ୍ରଭୁ! ଭଣ୍ଡାର ଘରେ ସାଇତା ହୋଇଛି ସୁନା ଓ ରୁପା ଥାଳି September 12, 2019 at 11:30 am

[…] ଅନ୍‌ଲାଇନ୍‌ରେ ନିଲାମ ହେବ ମୋଦିଙ୍କୁ ମିଳି… […]

Leave a Comment