• Home
  • LIFESTYLE
  • କେଶ ସମସ୍ୟାରୁ ମୁକ୍ତି ପାଇଁ ନିତ୍ୟ ବ୍ୟବହାର୍ଜ୍ୟ ଅଦା ର ବ୍ୟବହାର ବିଷୟରେ ନଜର ପକାନ୍ତୁ
LIFESTYLE

କେଶ ସମସ୍ୟାରୁ ମୁକ୍ତି ପାଇଁ ନିତ୍ୟ ବ୍ୟବହାର୍ଜ୍ୟ ଅଦା ର ବ୍ୟବହାର ବିଷୟରେ ନଜର ପକାନ୍ତୁ

ଅଦା ରୋଷେଇଘରେ ଅତି ପରିଚିତ ମସଲାଟିଏ । ଖାଦ୍ୟକୁ ସୁସ୍ଵାଦୁ କରିବାରେ ଏହାର ଭୂମିକା ଗୁରୁତ୍ୱପୂର୍ଣ୍ଣ ।  ଏହା ସହ ଅନ୍ୟାନ୍ୟ ସ୍ୱସ୍ଥ୍ୟଗତ ସମସ୍ୟା ବିଶେଷ କରି ପେଟ ଜନିତ ସମସ୍ୟାରୁ ରକ୍ଷା କରିଥାଏ । ତେବେ କଣ ଆପଣ ଜାଣନ୍ତି କେଶ ଜାତୀୟ ସମସ୍ୟାରୁ ମଧ୍ୟ ମୁ୍କ୍ତି ଦେଇଥାଏ ଅଦା । କେଶକୁ ଝଡିବାରୁ ରକ୍ଷାକରିବା ସହ ବଢିବାରେ ସାହାଯ୍ୟ କରିଥାଏ । ତେବେ ଜାଣନ୍ତୁ କେମିତି କରିବେ ବ୍ୟବହାର ।

  • ଏକ ଚାମଚ ଅଦା ପେଷ୍ଟ ସହ ଏକ ଚାମଚ ଅଲିଭ୍ ତେଲ କିମ୍ବା ନଡିଆ ତେଲ ମିଶାନ୍ତୁ । କେଶ ମୂଳରେ ଧୀରେ ଧୀରେ ଏହି ମିଶ୍ରଣକୁ ଲଗାନ୍ତୁ । ୩୦ ମିନିଟ୍ ପରେ ସାମ୍ପୋରେ ମୁଣ୍ଡ ଧୋଇଦିଅନ୍ତୁ । ସପ୍ତାହକୁ ଏପରି ଦୁଇ ଥର କଲେ କେଶ ଝଡିବା କମିଥାଏ ।
  • ଦୁଇ ଚାମଚ ଅଦା ରସ ସହ ୩ ଚାମଚ୍ ରାଶି ତେଲ ଏବଂ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ । ଏହି ପେଷ୍ଟକୁ କେଶ ମୂଳରେ ଲଗାଇ ୩୦ମିନିଟ ପରେ ଧୋଇ ଦିଅନ୍ତୁ । ଏହିପରି ସପ୍ତାହକୁ ଦୁଇ ଥର କଲେ କେଶ ସମସ୍ୟାରୁ ମୁକ୍ତି ମିଳିଥାଏ ।
  • ୧ ଚାମଚ ଅଦା ରସ , ଅଧା କପ୍ କଟା ଯାଇଥିବା କାକୁଡି , ଏକ ଚାମଚ୍ ନଡିଆ ତେଲ ଏବଂ ଏକ ଚାମଚ ତୁଳସୀ ପତ୍ର ରସ ମିଶାଇ ପେଷ୍ଟ ତିଆରି କରନ୍ତୁ । ଏହି ମିଶ୍ରଣକୁ କେଶ ମୂଳରେ ଭଲ ଭାବରେ ମାଲିସ୍ କରି ୩୦ ମିନିଟ ପରେ ଧୋଇ ଦିଅନ୍ତୁ ।
  • ଦୁଇ ଚାମଚ ଅଦା ରସ ସହ ଏକ ଚାମଚ ପିଆଜ ରସ ମିଶାଇ କେଶ ମୂଳରେ ଲଗାନ୍ତୁ । ୨୦ ମିନିଟ୍ ପରେ ସାମ୍ପୋ କରି ଦିଅନ୍ତୁ । ଏହିପରି ସପ୍ତାହକୁ ତିନି ଥର କଲେ କେଶ ମୂଳ ମଜଭୂତ ହେବା ସହ ବଢିଥାଏ ।
  • ଏକ ଚାମଚ ଅଦା ରସ ସହ କିଛି ସଜନା ଶାଗର ରସ କିମ୍ବା ଗୁଣ୍ଡ ମିଶାଇ କେଶ ମୂଳରେ ଲଗାନ୍ତୁ । ଏହି ମିଶ୍ରଣକୁ ଲଗାଇ ୫ – ୧୦ ମିନିଟ ପରେ କେଶ ଧୋଇ ଦିଅନ୍ତୁ ।

କେଶ ସମସ୍ୟାରୁ ମୁକ୍ତି ପାଇଁ ନିତ୍ୟ ବ୍ୟବହାର୍ଜ୍ୟ ଅଦା ର ବ୍ୟବହାର ବିଷୟରେ ନଜର ପକାନ୍ତୁ   କେଶ ସମସ୍ୟାରୁ ମୁକ୍ତି ପାଇଁ ନିତ୍ୟ ବ୍ୟବହାର୍ଜ୍ୟ ଅଦା ର ବ୍ୟବହାର ବିଷୟରେ ନଜର ପକାନ୍ତୁ

ବାଲେଶ୍ୱର ଓମ୍‌ଫେଡ଼୍‌ ପ୍ଲାଣ୍ଟରେ ଅସ୍ୱାସ୍ଥ୍ୟକର ପରିବେଶ, ମ୍ୟାନେଜର ଲିଙ୍ଗରାଜ ପଣ୍ଡା ବଦଳି

Related posts

୧୦ ମିନିଟ କଠିନ ବ୍ୟାୟାମ ରେ ଶରୀରକୁ କି ଉପକାର ମିଳେ ନଜର ପକାନ୍ତୁ

Krishna Kumar Manoj

ଆସନ୍ତୁ ଜାଣିବା କ୍ୟାପ୍‌ସିକମ୍‌ ଉପକାରିତା ବିଷୟରେ

Krishna Kumar Manoj

କେଶ ଓ ଚର୍ମ ଜନିତ ବିଭିନ୍ନ ସମସ୍ୟାର ସମାଧାନ କରେ ଏହି ତେଲ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More