EnewsOdia.Com

ଦେଶଓଡ଼ିଆ ପୁଅ ଗିରିଶ ହେଲେ ଜାମ୍ମୁ-କାଶ୍ମୀରର ପ୍ରଥମ ଲେପ୍ଟନାଣ୍ଟ ଗଭର୍ଣ୍ଣର

ଓଡ଼ିଶା ଜନ୍ମିତ ଗୁଜରାଟ କ୍ୟାଡର ଆଇଏଏସ୍‌ ଗିରୀଶ ଚନ୍ଦ୍ର ମୁର୍ମୁ ନବଗଠିତ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରର ପ୍ରଥମ ଉପ-ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଜମ୍ମୁ-କଶ୍ମୀର ଏବଂ ଲଦାଖ୍‌ ୨ଟି ଭିନ୍ନ ଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳ ହେବା ନେଇ ପୂର୍ବରୁ ଘୋଷଣା ସରିଥିଲେ ହେଁ ଏହା ଅକ୍ଟୋବର ୩୧ରୁ ହିଁ ବିଧିବଦ୍ଧ ଭାବେ ଲାଗୁ ହେବ। ଏହି ଦିନଠାରୁ ହିଁ ଗିରୀଶ ଦାୟିତ୍ୱ ନେବେ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ସହ ଏଥିନେଇ ନିଷ୍ପତ୍ତି ନିଆଯାଇଥିଲା। କେନ୍ଦ୍ରଶାସିତ ଅଞ୍ଚଳ ହୋଇଥିବାରୁ ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବେ ଗିରୀଶ। ବିଧାନସଭାର କ୍ଷମତା ଅତିବେଶୀରେ ୧୦୭ ରହିବା ନେଇ ନିୟମ ଅଛି ଯାହାକି ବର୍ତ୍ତମାନ ପରିବର୍ତ୍ତନ କରି ୧୧୪କୁ ବୃଦ୍ଧି କରାଯିବ। ପୂର୍ବବତ୍‌ ପିଓକେ ପାଇଁ ୨୪ ଆସନ ଛଡ଼ାଯିବ।

ତାଙ୍କ ଜନ୍ମ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲା ବେତନଟୀରେ। ମୁର୍ମୁ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ ରାଜନୀତିକ ବିଜ୍ଞାନରେ ପିଜି କରିଛନ୍ତି। ଏହାପରେ ସେ ବର୍ମିଂହାମ୍‌ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ।ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ସେ ପ୍ରିନ୍ସିପାଲ ସେକ୍ରେଟାରୀ ଦାୟିତ୍ୱ ତୁଲାଇଥିଲେ। ସେ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ସହଯୋଗୀ ରୂପେ ପରିଚିତ ଥିଲେ।

ପଢନ୍ତୁ: ସରିଲା ମୋଦିଙ୍କୁ ମିଳିଥିବା ଉପହାରର ଇ-ନିଲାମୀ

ସମ୍ବନ୍ଧିତ ଖବର

୫ରୁ ରାଜ୍ୟରେ ବର୍ଷା ଓ ଘୂର୍ଣ୍ଣିଝଡ଼ ଆଶଙ୍କା

Ratnamani Maharana

ଓଡ଼ିଆ ପୁଅ ଶ୍ରୀତମ ପାଇଲେ ଅନ୍ତର୍ଜାତୀୟ ଫଟୋଗ୍ରାଫି ଆୱାର୍ଡ

Ratnamani Maharana

ଅଯୋଧ୍ୟା ମାମଲାର ଶୁଣାଣି: ଜାଣନ୍ତୁ କଣ ରହିଛି ରାୟ

Ratnamani Maharana

ଧନତେରସ ପାଇଁ ବଜାରକୁ ଆସିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ସୁନାଗହଣା

Ratnamani Maharana

ଆତଙ୍କବାଦୀଙ୍କ ହିଟ୍‌ ଲିଷ୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ୟାପଟେନ ବିରାଟ କୋହଲି

Ratnamani Maharana

ଭୟଙ୍କର ରୂପ ନେଉଛି ବାତ୍ୟା ମହା, ୬ରେ ଗୁଜରାଟ ତଟରେ ହୋଇପାରେ ମାଡ଼

Ratnamani Maharana