EnewsOdia.Com

ଜମ୍ମୁ-କାଶ୍ମୀରର ପ୍ରଥମ ଉପ ରାଜ୍ୟପାଳ ଭାବେ ଶପଥ ନେଲେ ଗିରୀଶ ଚନ୍ଦ୍ର ମୁର୍ମୁ

କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବରେ ଶପଥ ନେଇଛନ୍ତି ଓଡ଼ିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଜମ୍ମୁ କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୟୂରଭଞ୍ଜ ବେତନଟୀରେ ଜନ୍ମିତ ଏହି ଓଡ଼ିଆ ପୁଅ ପୂର୍ବରୁ କେନ୍ଦ୍ରର ଅନେକ ବିଭାଗର ସଚିବ ରହିଥିଲେ। ୧୯୮୫ ମସିହାରେ ଗୁଜରାଟ କ୍ୟାଡରର ଆଇଏଏସ ହେଉଛନ୍ତି ଗିରୀଶ।

ଆଜି ମଧ୍ୟରାତ୍ରିରୁ ଜମ୍ମୁ ଓ କଶ୍ମୀର ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଛି। ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ କଶ୍ମୀରକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ଦେଉଥିବା ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏହାପରେ ଅକ୍ଟୋବର ୩୧ରୁ ଜମ୍ମୁ କଶ୍ମୀର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କଶ୍ମୀର ଓ ଲଦାଖ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା।

ପଢନ୍ତୁ: ଇତିହାସ ସୃଷ୍ଟି କଲେ ରକ୍ତଦାତା : ୪ ଜଣ ଦାନ କଲେ ବିରଳ ବମ୍ବେ ଫିନୋଟାଇପ୍‌ ରକ୍ତ

ସମ୍ବନ୍ଧିତ ଖବର

ଲୋକଙ୍କ ସହ ଧାଡ଼ିରେ ଛିଡ଼ାହୋଇ ଆହାର କେନ୍ଦ୍ରରେ ଭାତ ଡାଲମା ଖାଇଲେ ଭି.କେ ପାଣ୍ଡିଆନ

Ratnamani Maharana

କ୍ଷେତରେ ନିଆଁ ଲଗାଇ ଦିଲ୍ଲୀ ପ୍ରଦୂଷଣକୁ ବଢ଼ାଉଥିବା ୨,୯୨୩ ଚାଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପଞ୍ଜାବ ସରକାର

Ratnamani Maharana

ଡ଼ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାଁରେ ହେବ ଏସିଆର ସବୁଠାରୁ ବଡ଼ ସୁଡ଼ଙ୍ଗ

Ratnamani Maharana

ଝାଡଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ୨୭ରେ ଶପଥ ନେବେ ହେମନ୍ତ ସୋରେନ୍

Ratnamani Maharana

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସିରିଆ ରାଷ୍ଟ୍ରଦୂତ ରିଆଦ୍‌ କାମେଲ

Ratnamani Maharana

ପାକିସ୍ତାନୀ ଅପପ୍ରଚାରକାରୀଙ୍କ ଗୁମର ଖୋଲିଲେ ୟୁରୋପୀୟ ପ୍ରତିନିଧି

Ratnamani Maharana