News

ମହିଳା ମାନଙ୍କୁ ମଦ୍ୟପାନ କରୁଥିବା ଦେଖି ବହୁତ ଚିନ୍ତିତ : ଗୋଆ ମୁଖ୍ୟମନ୍ତ୍ରୀ

ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକର  ଝିଅ ମାନଙ୍କୁ ମଦ୍ୟପାନ କରୁଥିବା ଦେଖି ବହୁତ ଚିନ୍ତିତ ହୋଇପଡ଼ିଛନ୍ତି।

ବିଧାନସଭା ପ୍ରଶାସନ ଦ୍ୱାରା ଆୟୋଜିତ ଯୁବ ସଂସଦ କାର୍ଯ୍ୟକ୍ରମରେ ସମ୍ବୋଧିତ କରି ନିଜ ମୁଖ୍ୟମନ୍ତ୍ରୀ ନିଜର ଆଶଙ୍କା ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଗୋଆ ବିଚ୍ ରେ ଯୁବତୀମାନଙ୍କୁ ସୁରା ପାନ କରୁଥିବାର ଦେଖିଲେ ମତେ ଡ଼ର ଲାଗେ । ଏବେ ସେମାନେ ସୀମା ପାର କଲେଣି।

ପଣଜୀର ପୋରବୋରିମ୍‌ ଅନ୍ତର୍ଗତ ଗୋମନ୍ତକ ମରାଠା ସମାଜ ହଲ୍‌ରେ ବିଧାନସଭା ସଚିବାଳୟ ଦ୍ୱାରା ଆୟୋଜିତ ରାଜ୍ୟ ଯୁବ ସାଂସଦରେ ଉଦ୍‌ବୋଧନ ଦେଇ ଶୁକ୍ରବାର ଦିନ ପାରିକର କହିଲେ ଯେ ନିଶା ଔଷଧ ଅପବ୍ୟବହାର ଆଜିର ଘଟଣା ନୁହେଁ। ସେ ଆଇଆଇଟିରେ ପଢୁଥିବା ସମୟରେ ମଧ୍ୟ ଦଳେ ଛାତ୍ର ଗଞ୍ଜାଇ ଟାଣୁଥିଲେ। କିନ୍ତୁ, ତାହା ଏତେ ବ୍ୟାପୀ ନ ଥିଲା। କିନ୍ତୁ ଡ୍ରଗ୍‌ ସିଣ୍ଡିକେଟ୍‌ ପାଇଁ ଆମେ ଏବେ ନିଶ୍ଚିୟ ଚିନ୍ତିତ। ୨୦୧୭ ମସିହା ଅଗଷ୍ଟ ୧୩ ତାରିଖ ଦିନ ମୁଁ ନିର୍ଦେଶ ଦେଇଥିଲି ଏବଂ ସେବେଠାରୁ ୧୭୦ ଜଣ ବୁଲା ନିଶା ଔଷଧ ବିକାଳିଙ୍କୁ ଗିରଫ କରାଯାଇଛି।

ରାଜ୍ୟରେ ବ୍ୟାପକ ଭାବରେ ଡ୍ରଗ୍ସ କାରବାର ବୃଦ୍ଧି ପାଇବାରେ ଲାଗିଛି । ଡ୍ରଗ୍ସ କାରବାର କରୁଥିବା ଲୋକଙ୍କ ଉପରେ ଚଢାଉ କରାଗଲେ ଏହା ଯେ ବନ୍ଦ ହୋଇଯିବ ଏପରି ବିଶ୍ୱାସ ମୋର ନାହିଁ ବୋଲି କହିଛନ୍ତି ମନୋହର । କିନ୍ତୁ ଡ୍ରଗ୍ସ କାରବାର ବନ୍ଦ ନହେବା ଯାଏଁ ଗୋଆରେ ଏହା ଉପରେ ଚଢାଉ ଜାରି ରହିବ ବୋଲି ସେ କହିଛନ୍ତି । ଗିରଫ ହୋଇଥିବା ଡ୍ରଗ୍ସ ବେପାରୀ ମାନେ ୧୦/୧୫ ଦିନ ଭିତରେ ଜାମିନ ପାଇ ଯାଇଥିବାରୁ ଏହି ବେପାର ବଢୁଥିବା କୁହାଯାଉଛି।

ପଢନ୍ତୁ;

କମ୍ ବୟସରୁ ବାହାରି ପଡୁଥିବା ପେଟକୁ ନେଇ ଚିନ୍ତିତ ଅଛନ୍ତି କି ?ତେବେ ଆସନ୍ତୁ ଜାଣିବା ଏହାକୁ କିପରି ନିୟନ୍ତ୍ରଣ କରିବା

Related posts

ଜାଣନ୍ତୁ ଅନଲାଇନରେ ଭୋଟର କାର୍ଡ କେମିତି ବାହାର କରିବେ

ENO Beuro

ସମସ୍ତ ଋଣ ଫେରାଇବେ ବିଜୟ ମାଲ୍ୟା, ଟୁଇଟ୍‌ ଜରିଆରେ ଜଣାଇଲେ

ENO Beuro

ରାଜସ୍ଥାନର ଜଣେ କିନ୍ନର ରାଜ୍ୟର ପ୍ରଥମ କିନ୍ନର ଭାବେ ପୋଲିସ ଚାକିରିରେ ଯୋଗଦେଇଛନ୍ତି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More