ସିସିଟିଭିରେ ସୁନ୍ଦରୀ ଲୁଟେରା,ଜୁଏଲାରୀ ଦୋକାନରୁ ୨ ମୁଦି ଲୁଟିନେଲେ

girl

ଦେଖିବାକୁ ଖୁବ ସୁନ୍ଦରୀ। ଡ୍ରେସ ପତ୍ର ଓ ହାବଭାବରୁ ଜଣେ ଶିକ୍ଷିତା ଭଳି ଜଣା ପଡ଼ୁଛନ୍ତି ହେଲେ ତାଙ୍କର ଏହି ସୁନ୍ଦରୀ ଚେହେରା ଭିତରେ ଥିବା ଆଉ ଗୋଟିଏ ସଂଘାତିକ ଗୁଣକୁ ଦେଖି ସମସ୍ତେ ତାଜୁବ ହୋଇଯାଇଛନ୍ତି। ସୁନ୍ଦରୀ ଜଣକ ଏକ ଜୁଏଲାରୀ ଦୋକାନରୁ ଅତି ଚତୁରତାର ସହ ଦୁଇଟି ସୁନା ମୁଦି ଲୁଟି ନେଇଛନ୍ତି। ସୁନାମୁଦି ଲୁଟି ନେବାର ଦୃଶ୍ୟ ଜୁଏଲାରୀ ଦୋକାନରେ ଲାଗିଥିବା ସିସିଟିଭିରେ ଉତ୍ତୋଳିତ ହୋଇଛି।

ରାଜଧାନୀର ରାଜମହଲରେ ଥିବା ଏକ ଗହଣା ଦୋକାନରୁ ଯୁବତୀ ଜଣଙ୍କ  ଅଭିନବ ଉପାୟରେ କରିଛି ଗୋଲଡ୍ ଲୁଟ୍। ଗହଣା ନେବା ଆଳରେ ମାଲିକଙ୍କୁ ଚତୁରତାର ସହ ଦୋକାନ ବାହାରକୁ ପଠାଇ ଲୁଟ କରାଯାଇଛି। ସେହି ଯୁବତୀ ଚେହେରା ଦେଖିଲେ କେହି ବି ତାଙ୍କ ମନ୍ଦ ବୁଦ୍ଧି ସଂପର୍କରେ ଅନୁମାନ ଲଗାଇବା କଷ୍ଟକର। କେତେବେଳେ ନିର୍ଭୟରେ କ୍ୟାସ ବକ୍ସ ଅଣ୍ଡାଳୁଛନ୍ତି ତ ଆଉ କେତେ ବେଳେ ଦୋକାନୀଙ୍କ ଉପସ୍ଥିତିରେ ଚତୁରତାର ସହ ଗହଣା ନେଇ ମଙ୍କି କ୍ୟାପରେ ରଖୁଛନ୍ତି। ସୁନା ମୁଦି କିଣିବା ଆଳରେ ଦୋକାନରୁ ୬୦ ହଜାର ଟଙ୍କାର ଗହଣା ନେଇ ଚମ୍ପଟ ମାରିଛି ଏହି ସୁନ୍ଦରୀ ଲୁଟେରା ଜଣଙ୍କ।

ଉଲ୍ଲେଖଯୋଗ୍ୟ,ଅଭିଯୋଗ ପାଇବା ପରେ ଲୁଟେରା ଯୁବତୀଙ୍କୁ ଧରିବା ପାଇଁ ଉଦ୍ୟମ କରୁଛି କ୍ୟାପିଟାଲ ଥାନା ପୁଲିସ।

ପଢନ୍ତୁ; ଭୁବନେଶ୍ୱର ରେଲୱେ ଷ୍ଟେସନରେ ଅଗ୍ନିକାଣ୍ଡ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More