LIFESTYLE

କାନରେ ହେଡଫୋନ୍‌ ଲଗାଇ ଶୋଇବା ପଡିଲା ମହଙ୍ଗା,ଚାଲିଗଲା ଜୀବନ!

ଆଜିକାଲି ମୋବାଇଲରେ ଗୀତ ଶୁଣିବା ସମସ୍ତଙ୍କର ନୀତିଦିନର ଅଭ୍ୟାସ ହୋଇଥାଏ। କିନ୍ତୁ ଆପଣ ହୁଏତ ଜାଣିନଥିବେ ଏହା ଆମ ଶରୀର ପାଇଁ କେତେ କ୍ଷତିକାରକ ହୋଇପାରେ। ନିକଟରେ ତାମିଲନାଡୁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା।

କାନରେ ହେଡଫୋନ୍‌ ଦେଇ ଶୋଇବା ହେତୁ ବିଦ୍ୟୁତ ଆଘାତ ଲାଗି ମହିଳାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିିଛି। ମୃତ ମହିଳାଙ୍କ ନାମ ଫତିମା ବୋଲି ଜଣାପଡ଼ିଛି। ସେ ତାମିଲନାଡୁର ରାଜଧାନୀ ଚେନ୍ନାଇରେ ବସବାସ କରନ୍ତି।

ସୂଚନା ଅନୁଯାୟୀ ଏହି ଘଟଣା ରବିବାର ଦିନ ଘଟିଛି। କଥୁର୍‌ରେ ଫତିମା ତାଙ୍କ ଘରେ ଶୋଇଥିବା ସମୟରେ ସ୍ୱାମୀ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ଉଠି ନଥିଲେ। ସନ୍ଦେହ ହେବାରୁ ଫତିମାଙ୍କ ସ୍ୱାମୀ ତୁରନ୍ତ ପତ୍ନୀଙ୍କୁ ହସ୍‌ପିଟାଲ ନେଇ ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ହସ୍‌ପିଟାଲ କର୍ତ୍ତୃପକ୍ଷ ଏହାର ସୂଚନା କଥୁର ପୁଲିସକୁ ଦେଇଥିଲେ ଓ ଶବବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।

ଡାକ୍ତର ଏହା ସ୍ପଷ୍ଟ କରି କହିଥିଲେ କି ମହିଳାଙ୍କ ମୃତ୍ୟୁ ବିଦ୍ୟୁତ ଆଘତ ହେତୁ ଘଟିଛି। ଅଧିକାରୀଙ୍କ କହିବାନୁସାରେ, ‘ମହିଳା ଶନିବାର ରାତିରେ ହେଡ୍‌ଫୋନ୍‌ ଲଗାଇ ଶୋଇଥିଲେ। ପ୍ରାରମ୍ଭିକ ଯାଞ୍ଚରୁ ଜଣାପଡ଼ିଛି କି ସଟ୍‌ ସର୍‌କିଟ୍‌ ହେତୁ ଫତିମାକୁ ବିଦ୍ୟୁତ ଆଘତ ଲାଗିଥିଲା। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ପଢନ୍ତୁ; ବାସ୍ତୁଶାସ୍ତ୍ର ଅନୁସାରେ କେଉଁ ଦିନ କେଉଁ କାର୍ଯ୍ୟ କରିବା ଉଚିତ ହୋଇଥାଏ ! ଆସନ୍ତୁ ଜାଣିବା ସେ ସମ୍ପର୍କରେ

Related posts

ପିଆଜ ଚା ପିଇବା ଦ୍ଵାରା କେଉଁ ରୋଗରୁ ଉପଶମ ମିଳିଥାଏ ଜାଣନ୍ତୁ ?

ENO Beuro

ମୁହଁରେ ଉଠୁଥିବା ଅନାବଶ୍ୟକୀୟ କେଶ ରୁ ମୁକ୍ତି ପାଇଁ କେତେକ ଘରୋଇ ଉପାୟ

ENO Beuro

ହୃତପିଣ୍ଡକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ନିୟମ!

ENO Beuro

1 comment

Leave a Comment