29.2 C
Bhubaneswar
May 16, 2021
EnewsOdia.Com
ନ୍ୟୁଜ୍

ଇଚ୍ଛା ମୃତ୍ୟୁ ପାଇଁ ୨୪ବର୍ଷର ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଚିଠି

‘ମୁଁ ଆଉ ବଞ୍ଚିବାକୁ ଚାହୁ ନାହିଁ,  ମତେ ମରିବାକୁ ଅନୁମତି ଦିଅନ୍ତୁ’ । ମୁଖ୍ୟ ମନ୍ତ୍ରୀଙ୍କୁ ଏପରି ଏକ କୋହ ଭରା ଚିଠି ଲେଖିଛନ୍ତି ମାଲକାନଗିରି ଜିଲ୍ଲାର ରୋଗାକ୍ରାନ୍ତ ଏହି ଆଦିବାସୀ ଝିଅ । କହାରିକି କିଛି କହିପାରୁ ନାହାନ୍ତି ।  କେବଳ ଆଖିରୁ ଲୁହ ଗଡାଇ ଗଡାଇ ବିତିଯାଇଛି ଦୀର୍ଘ ୧୩ ବର୍ଷ । ଦୁଃଖ ବଖାଣିବାକୁ ତାଙ୍କ ପାଖରେ ଯେମିତି ଆଉ ଭାଷା ନାହି । ସେଇଥି ପାଇଁ ତ କାଗଜରେ ସବୁବେଳେ କିଛି ଲେଖି ଲେଖି ନିଜର ଦୁଃଖ ଜଣାଇ ଆସୁଛନ୍ତି ସେ ।

ପରିବାର ଲୋକଙ୍କ କହିବା ଅନୁସାରେ, ୨୦୦୬ ମସିହାରେ ସପ୍ତମ ଶ୍ରେଣୀ ପାଠ ପଢୁଥିବାବେଳେ ହଠାତ ଚମ୍ପାଙ୍କ ଗୋଡହାତ ଝିମା ମାରିଥିଲା । କାହିଁକି ଏଭଳି ହେଉଛି ସେନେଇ ପରିବାର ଲୋକ ବାରମ୍ବାର ଡାକ୍ତରଙ୍କୁ ଦେଖାଇଲେ, ହେଲେ କିଛି ସୁଫଳ ମିଳିଲାନି।  ପରେ ଧିରେ ଧିରେ ଚମ୍ପାଙ୍କ ଗୋଡ଼ହାତ ଅଚଳ ହେବା ସହ ଶଯ୍ୟାଶାୟୀ ହୋଇପଡିଲେ। ଏମିତିକି ନିଜ ହାତରେ ନିଜେ ଖାଇବାକୁ ମଧ୍ୟ ଅକ୍ଷମ ହୋଇଯାଇଥିଲେ।

ଘରର ଆର୍ଥିକ ସ୍ଥିତି ଶୋଚନୀୟ ଥିବାରୁ ଏବେ ଆଉ ବଂଚିବାକୁ ଚାହୁଁନାହାନ୍ତି ଚମ୍ପା। ଶୈଶବ ଅବସ୍ଥାରୁ ରୋଗାକ୍ରାନ୍ତ ହୋଇ କିଶୋରୀ ବୟସରେ ପହଞ୍ଚିଥିବାରୁ ଶେଷରେ ଇଚ୍ଛାମୃତ୍ୟୁ ନହେଲେ ଚିକିତ୍ସା ପାଇଁ ସରକାରୀ ସହାୟତା ଦେବା ଲାଗି ନିବେଦନ କରିଛନ୍ତି।

Related posts

ରାଜ୍ୟରେ ଆସନ୍ତା ୪ ଦିନ ବର୍ଷା ଓ ବଜ୍ରପାତ

admin

ଓଡିଆଙ୍କ ପାଇଁ ଖୁସି ଖବର, ଗୁଗୁଲରେ ସ୍ଥାନ ପାଇଲା ଓଡିଆ ଅନୁବାଦ

Ratnamani Maharana

ସ୍ମୃତି ଇରାନୀଙ୍କ ନୂଆ ରୂପ

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More