News

ଉଦଘାଟନ ହେବ ‘ଗ୍ଲୋବାଲ କୁଲିଂ ଇନୋଭେସନ୍’ ଶିଖର ସମ୍ମିଳନୀ

global

ଶୀତଳୀକରଣ କାରିଗରୀ କୌଶଳର ବିକାଶରେ ଉଲ୍ଲେଖନୀୟ ସଫଳତା ପାଇବା ପାଇଁ ‘ଗ୍ଲୋବାଲ କୁଲିଂ ପୁରସ୍କାର’ର ଶୁଭାରମ୍ଭ କରିବେ କେନ୍ଦ୍ର ପରିବେଶ ମନ୍ତ୍ରୀ

କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ଆଜି ନୂଆଦିଲ୍ଲୀଠାରେ ଦୁଇ ଦିନିଆ ବିଶ୍ୱ ଶୀତଳୀକରଣ ନବଉନ୍ମେଷ(ଗ୍ଲୋବାଲ କୁଲିଂ ଇନୋଭେସନ) ଶିଖର ସମ୍ମିଳନୀ ଉଦଘାଟନ କରିବେ । ଏହି ଶିଖର ସମ୍ମିଳନୀ ଏହି ଭଳି ସମାଧାନ କରିପାରୁଥିବା ଏଭଳି ପ୍ରଥମ ଆୟୋଜନ ଯେଉଁଥିରେ ସାରା ବିଶ୍ୱର ବିଶେଷଜ୍ଞମାନେ ଏକତ୍ରିତ ହୋଇ ରୁମ୍ ଏୟାର୍ କଣ୍ଡିସନର୍ର ବହୁଳ ବ୍ୟବହାର କାରଣରୁ ଜଳବାୟୁ ପ୍ରତି ପହଂଚୁଥିବା ହାନିକାରକ ପ୍ରଭାବରୁ ମୁକ୍ତି ପାଇବାର ପ୍ରଭାବଶାଳୀ ଉପାୟଗୁଡିକର ସନ୍ଧାନ କରିବେ । ଏହି ସମ୍ମିଳନୀ ଭାରତ ସରକାରଙ୍କ ବିଜ୍ଞାନ ଏବଂ ବୈଷୟିକ ବିଦ୍ୟା ବିଭାଗ ଦ୍ୱାରା ରକି ମାଉଂଟେନ ଇନଷ୍ଟିଟ୍ୟୁଟ୍, ଆଲାଏନ୍ସ ଫର ଆନ୍ ଏନର୍ଜି ଏଫିସିଏଣ୍ଟ ଇକୋନୋମି(ଏଇଇଇ), କଞ୍ଜରଭେସନ ଏକ୍ସ ଲ୍ୟାବ୍ସ ଏବଂ ସିଇପିଟି ବିଶ୍ୱବିଦ୍ୟାଳୟର ମିଳିତ ଉଦ୍ୟମରେ ଆୟୋଜିତ କରାଯିବ ।

global

ଏହି ଶିଖର ସମ୍ମିଳନୀ ଅବସରରେ ‘ଗ୍ଲୋବାଲ କୁଲିଂ ପୁରସ୍କାର’ର ଶୁଭାରମ୍ଭ ମଧ୍ୟ କରାଯିବା ଏହା ମିଶନ ନବଉନ୍ମେଷ ସହିତ ଜଡିତ ଏକ ଆହ୍ୱାନ ଏବଂ ଏହାର ଉଦ୍ଦେଶ୍ୟ ହେଉଛି ଏଭଳି ଘରୋଇ ଶୀତଳୀକରଣ ସମାଧାନର ବିକାଶକୁ ତ୍ୱରିତ କରିବା, ଯାହା ଜଳବାୟୁ ଉପରେ ଥିବା ବର୍ତ୍ତମାନର ସମାଧାନ ତୁଳନାରେ ସର୍ବନିମ୍ନ ପାଞ୍ଚ ଗୁଣ କମ ପ୍ରଭାବ ପକାଇବ । ‘ଗ୍ଲୋବାଲ କୁଲିଂ ପୁରସ୍କାର’ ସାରା ବିଶ୍ୱରେ ପହଂଚିପାରୁଥିବା ତଥା ଅଂଶୀଦାରସଂପନ୍ନ ଏପରି ଏକ ପ୍ରତିଯୋଗିତା ଯାହାର ଉଦ୍ଦେଶ୍ୟ ଶୀତଳିକରଣ ବୈଷୟିକ ଜ୍ଞାନକୌଶଳର ବିକାଶରେ ଉଲ୍ଲେଖନୀୟ ସଫଳତା ହାସଲ କରିବା । ଏହି ପ୍ରତିଯୋଗିତାର ଅନ୍ୟ ଏକ ଉଦ୍ଦେଶ୍ୟ ହେଉଛି ଏପରି ଏକ ଶିତଳୀକରଣ ବୈଷୟିକ ଜ୍ଞାନ କୌଶଳର ବିକାଶ କରିବା ଯାହାକୁ ପରିଚାଳନା କରିବାରେ ଅତି କମ ଶକ୍ତି ଆବଶ୍ୟକ ପଡିବ । ଏଥିରେ ରେଫ୍ରିଜରେଂଟ୍ସ(ଶୀତଳ କରିବାରେ ସହାୟକ)ର ଉପଯୋଗ ହେବ ଏବଂ ଓଜୋନ ସ୍ତରର କ୍ଷୟ ହେବ ନାହିଁ ତଥା ଏଥିରେ ବିଶ୍ୱ ତାପନର ପ୍ରଭାବ ମଧ୍ୟ କମ୍ ରହିବ । ଏହା ବ୍ୟତୀତ ବଡ ଧରଣର ନିର୍ମାଣ କ୍ଷେତ୍ର ସହିତ ସମ୍ବନ୍ଧିତ ଉପକରଣ ମଧ୍ୟ ଶସ୍ତା ହେବ ।

ଏହି ପୁରସ୍କାର କାର୍ଯ୍ୟକ୍ରମ ପାଇଁ ସାରା ବିଶ୍ୱରୁ ଉଲ୍ଲେଖନୀୟ ଭାବନା ଆମନ୍ତ୍ରିତ କରିବା ପାଇଁ ସାରା ବିଶ୍ୱର ଧ୍ୟାନ ଆକର୍ଷିତ କରାଯିବ । ପୁରସ୍କାର ମାଧ୍ୟମରେ ଅଭିନବ ଉତ୍ପାଦ ପ୍ରସ୍ତୁତ କରିଥିବା ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯିବ ଏବଂ ଏଥି ସହିତ ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଏବଂ ସହଯୋଗ କରାଯିବ । ଏହି ପୁରସ୍କାର ଏପରି ଏକ ସହଯୋଗପୂର୍ଣ୍ଣ ପ୍ଲାଟଫର୍ମ ତିଆରି କରିବାରେ ମଧ୍ୟ ସକ୍ଷମ ପ୍ରମାଣିତ ହେବ ଯାହା ଗବେଷକମାନଙ୍କର କ୍ଷମତାର ଉପଯୋଗ କରିପାରିବା ଏହାଦ୍ୱାରା ନୂଆ ନୂଆ ଉଦ୍ଭାବନକୁ ପ୍ରୋତ୍ସାହିତ କରିବାରେ ସାର୍ବଜନିକ ଅନୁସନ୍ଧାନ ଉଲ୍ଲେଖନୀୟ ଯୋଗଦାନ କରିପାରିବ ତଥା ସମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ଏହାର ସକାରାତ୍ମକ ପ୍ରଭାବ ମଧ୍ୟ ପଡିବ । ଏହି ପୁରସ୍କାର ମାଧ୍ୟମରେ କେବଳ ସ୍ୱଚ୍ଛ ଶକ୍ତି ସହିତ ଜଡିତ ଅନୁସନ୍ଧାନ ଏବଂ ବିକାଶରେ ମୁଖ୍ୟ ଯୋଗଦାନ ଦେଇପାରୁଥିବା ଗବେଷକଙ୍କୁ ସମ୍ବର୍ଦ୍ଧିତ କରାଯିବ ନାହିଁ, ବରଂ ଏହାଦ୍ୱାରା ଯୁବ ଗବେଷକମାନଙ୍କୁ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଅଭିନବ ଉତ୍ପାଦଗୁଡିକର ବିକାଶ କରିବା ପାଇଁ ପ୍ରେରଣା ମିଳିବ । ଏହାଦ୍ୱାରା ସ୍ୱଚ୍ଛ ପରିବେଶ ଏବଂ ଜଳବାୟୁ ଦୃଷ୍ଟିରୁ ସାରା ପୃଥିବୀ ଆହୁରି ସୁନ୍ଦର ହୋଇପାରିବ ।

ବିଶ୍ୱ ଶୀତଳିକରଣ ପୁରସ୍କାର ଏବଂ ନବଉନ୍ମେଷ ଶିଖର ସମ୍ମିଳନୀରେ ସାରା ବିଶ୍ୱରୁ ପ୍ରତିଷ୍ଠିତ ବକ୍ତାମାନେ ଅଂଶଗ୍ରହଣ କରିବେ ଯେଉଁଥିରେ ଉଦ୍ଭାବକ, ସମାଜସେବୀ, ପୁଞ୍ଜିପତି ଏବଂ ଅନ୍ୟାନ୍ୟ ଶିଳ୍ପପତିମାନେ ସାମିଲ ଅଛନ୍ତିା ଏହି ଦୁଇ ଦିନିଆ ସମ୍ମିଳନୀ ଅବସରରେ ଏହି ସମସ୍ତ ବିଶିଷ୍ଟ ବ୍ୟକ୍ତିବିଶେଷ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ହେବାକୁ ଥିବା ଆଲୋଚନାରେ ଭାଗ ନେବେ ।

ଶିଖର ସମ୍ମିଳନୀରେ ଭାଗ ନେଇଥିବା ବ୍ୟକ୍ତିବିଶେଷ ଶୀତଳୀକରଣ ସମ୍ପର୍କିତ ଆହ୍ୱାନର ସମାଧାନର ସନ୍ଧାନ ଉପରେ ନିଜ ନିଜର ଦୃଷ୍ଟିକୋଣ ବିଷୟରେ କହିବେ । ଏହା ସହିତ ଏହି ଅବସରରେ ବର୍ତ୍ତମାନ ପ୍ରଚଳିତ ସାର୍ବଜନିକ ନୀତିଗତ ସାଧନ ଉପରେ ଆଲୋଚନା ମଧ୍ୟ ହେବ ।

ପଢନ୍ତୁ;  କରନ୍ତୁ ନାହିଁ ଏହି ୪ଟି ଭୁଲ୍‌ ନେଚେତ୍ ବିଗିଡି ଯାଇପାରେ ଆପଣଙ୍କ ଭାଗ୍ୟ

Related posts

ସଲମାନଙ୍କ ହତ୍ୟା ପାଇଁ ଷଡଯନ୍ତ୍ର: ଲରେନ୍ସ ବିଶନୋଇ ଗ୍ୟାଙ୍ଗର ସଦସ୍ୟ ଗିରଫ

ENO Beuro

ରାଜଧାନୀ ଭୁବନେଶ୍ୱରର ଅବସ୍ଥିତି ଖୋର୍ଦ୍ଧା ଜିଲ୍ଲାକୁ ମିଳିଛି ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା

ENO Beuro

୬କୋଟି ଛୁଇଁଲା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ହିତାଧିକାରୀ

ENO Beuro

Leave a Comment