EnewsOdia.Com

ଶିରିଡିକୁ ଟୁର୍‌-ପ୍ୟାକେଜ୍‌ ଘୋଷଣା କଲା ଆଇଆରସିଟିସି

ଯଦି ଆପଣ ଆସନ୍ତା ମାସ ଦିଲ୍ଳୀରୁ ଶିରିଡ଼ି ଯିବାର ଯୋଜନା କରୁଛନ୍ତି ତେବେ ଆପଣଙ୍କୁ ଆଇଆର୍‌ସିଟିସିର ଶିରିଡ଼ି ଟୁର୍‌ ପ୍ୟାକେଜ୍‌ ବିଷୟରେ ଚିନ୍ତା କରିବା ଉଚିତ। ଏହି ଟୁର୍‌ ପ୍ୟାକେଜ୍‌ର ନାମ ଦିଲ୍ଲୀ-ଶିରିଡ଼ି ଫ୍ଲାଇଟ୍‌ ପ୍ୟାକେଜ୍‌। ଏହି ପ୍ୟାକେଜ୍‌ ଜରିଆରେ ନଭେମ୍ବର ୧୬, ଡିସେମ୍ବର ୭ ଏବଂ ଡିସେମ୍ବର ୨୧ ତାରିଖରେ ଯାତ୍ରୀମାନେ ଯାତ୍ରାରମ୍ଭ କରିପାରିବେ। ଗୋଟିଏ ରାତି ଓ ଦୁଇ ଦିନର ଏହି ପ୍ୟାକେଜର ଦର ରହିଛି ଲୋକପିଛା ୧୪,୯୫୦ ଟଙ୍କା। ଏହି ପ୍ୟାକେଜ୍‌ରେ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ ମଧ୍ୟ ରହିଛି। ଏସ୍‌ଜି-୯୪୬ ବିମାନରେ ଯାତ୍ରୀମାନେ ଦିଲ୍ଲୀରୁ ୧୨.୪୫ରେ ବାହାରି ଶିରିଡ଼ିରେ ୨.୩୫ରେ ପହଞ୍ଚିବ। ସେହିପରି ଏସ୍‌ଜି-୯୪୨ ବିମାନଟି ଦିଲ୍ଲୀରୁ ୩.୦୫ରେ ଉଡ଼ାଣ ଭରି ୪.୪୫ରେ ପହଞ୍ଚିବ।

ଏହି ଟୁର୍‌ ପ୍ୟାକେଜ୍‌ରେ ବିମାନ ଭଡ଼ା ସହ ବିମାନବନ୍ଦରରେ ଛାଡ଼ିବାରୁ ନେଇ ଶିିରିଡ଼ିରେ ପହଞ୍ଚାଇବା, ଡିଲକ୍ସ ହୋଟେଲ୍‌ରେ ଶିରିଡ଼ିରେ ଗୋଟିଏ ରାତ୍ରୀ ଯାପନ ସୁବିଧା ଉପଲବ୍ଧ। ଖାଇବା, ରହିବା ଓ କର ଆଦି ସମସ୍ତ ଖର୍ଚ ଏହି ଟୁର୍‌ ପ୍ୟାକେଜ୍‌ ବହନ କରିବ। ଏହି ଟୁର୍‌ରେ ଦିଲ୍ଳୀରୁ ଶିରିଡ଼ି, ଶିରିଡ଼ିରୁ ସନି ସିଂହାପୁର ଓ ସନିସିଂହାପୁରରୁ ଦିଲ୍ଳୀ ଯାଇ ହେବ। ଏହି ପ୍ୟାକେଜ୍‌ ଅଧୀନରେ ଦିନକୁ ମାତ୍ର ୧୦ ଜଣ ଯାତ୍ରୀ ଯାତ୍ରା କରିପାରିବେ।

ପଢନ୍ତୁ: ୩୧ ତାରିଖରେ ୯ ଘଣ୍ଟା ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ ହେବ

ସମ୍ବନ୍ଧିତ ଖବର

ଜିନ୍ସ ବା କେପ୍ରି ପିନ୍ଧା ମହିଳାଙ୍କୁ ମିଳିବନି ଡ୍ରାଇଭିଂ ଲାଇସେନ୍ସ

Ratnamani Maharana

ପିପିଲିରେ ଏନ୍‌କାଉଣ୍ଟର, କୁଖ୍ୟାତ ଅପରାଧୀ ଭାଗୀରଥି ପ୍ରଧାନ ଆହତ

Ratnamani Maharana

ନୂଆ ରୂପରେ ହେବ କଟକ ଐତିହାସିକ ବାଲିଯାତ୍ରା

Ratnamani Maharana

୫୫ ବର୍ଷ ବୟସରେ ପଦାର୍ପଣ କରିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା

Ratnamani Maharana

ମୃତ୍ୟୁର ସୌଦାଗର ଆଇଏସ ମୁଖ୍ୟ ଅଲ-ବାଗଦାଦି ନିହତ

Ratnamani Maharana

OYO ରୁମ୍‌ ଫାଉଣ୍ଡର ରିତେଶ ଅଗ୍ରଓ୍ବାଲଙ୍କ ନାଁରେ ଠକେଇ ମାମଲା

Ratnamani Maharana