News

ପରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର

goa

ଚାଲିଗଲେ ପାରିକର

ଆରପାରିରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର। ୬୩ବର୍ଷ ବୟୟରେ ପାରିକରଙ୍କ ଦେହାନ୍ତ ହୋଇଛି।ପାରିକର ଅନେକ ଦିନ ହେବ ପାନକ୍ରିଆଟିକ୍‌ କ୍ୟାନସରରେ ପୀଡିତ ଥିଲେ। ସେ ଅନେକଦିନ ଧରି ବିଦେଶରେ ଚିକିତ୍ସା କରାଇଛନ୍ତି। ଗତ କିଛିମାସ ପୂର୍ବରୁ ସେ ମୁମ୍ବାଇ ଫେରିଥିଲେ। ଗୋଆରେ ତାଙ୍କର ଚିକିତ୍ସା ଚାଲିଥିଲା।

ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ହୋଇଥିଲା। ପାରିକରଙ୍କ ମୃତ୍ୟୁକୁ ନେଇ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜନୀତି ସହ ଜଡ଼ିତ ସମସ୍ତ ନେତା, କଳାକାର, ଖେଳ ଜଗତର ପ୍ରମୁଖମାନେ ଶୋକ ପ୍ରକାଶ କରିଛନ୍ତି।

ଅନ୍ୟପଟେ ପାରିକରଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ କେନ୍ଦ୍ର ମନ୍ତ୍ରୀ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ପାରିକରଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିବା ସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରି ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପାରିକରଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରି ଦେଶ ଜଣେ ମହାନ ରାଜନେତାଙ୍କୁ ହରାଇଲା ବୋଲି କହିଛନ୍ତି।

ପଢନ୍ତୁ; ‘ମୁଁ ବି ଚୌକିଦାର’ ଅଭିଯାନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

Related posts

ୟୁପିରେ ପ୍ରବଳ ବର୍ଷା,୧୬ ମୃତ

ENO Beuro

ଓଡିଶା ଆସିଛନ୍ତି ନେପାଳର ରାଜା : ଶ୍ରୀକ୍ଷେତ୍ର ଯାଇ ୧୧ରେ କରିବେ ଶ୍ରୀଜିଉମାନଙ୍କୁ ପୂଜା

ENO Beuro

କଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ଓଡ଼ିଆ ଯବାନ

Ratnamani Moharana

Leave a Comment