POLITICALS

ଆସ୍ଥା ଭୋଟ୍‌ ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ

ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ମୃତ୍ୟୁ ପରେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ ହୋଇଥିଲେ ପ୍ରମୋଦ ସାୱନ୍ତ ରାତି ଅଧରେ ନେଇଥିଲେ ଶପଥ। ଗୋଆରେ ବିଜେପି ନେତୃତ୍ବାଧୀନ ନୂତନ ମିଳିତ ସରକାର ଆଜି ଆସ୍ଥା ଭୋଟ୍‌ରେ ବିଜୟୀ  ହୋଇଛି। ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ଆଜି ଆସ୍ଥା ଭୋଟ୍‌ର ସମ୍ମୁଖୀନ ହେବାପାଇଁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଯାଇଥିଲା। ସରକାରଙ୍କ ସପକ୍ଷରେ ୨୦ଟି ଭୋଟ୍‌ ପଡ଼ିଥିବା ବେଳେ ବିରୋଧୀ ଦଳଙ୍କୁ ୧୫ଟି ଭୋଟ୍‌ ମିଳିଥିଲା। ବାଚସ୍ପତି ପ୍ରମୋଦ ସାୱନ୍ତ ତାଙ୍କ ପଦରୁ ଇସ୍ତଫା ଦେଇ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବାରୁ ଉପବାଚସ୍ପତି ମାଇକେଲ  ଲୋବୋ ବାଚସ୍ପତି ଦାୟିତ୍ବ ତୁଲାଇଥିଲେ।

ଆଜି ଗୃହରେ ଦିବଂଗତ ପୂର୍ବ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କଲାବେଳେ ମୁଖ୍ୟମନ୍ତ୍ରୀ ସାୱନ୍ତ କାନ୍ଦି  ପକାଇଥିଲେ। କେବଳ ପାରିକରଙ୍କ ଯୋଗୁଁ ମୁଁ ଆଜି ଏହି ଆସନରେ ବସି ଲୋକଙ୍କ ସେବା କରିବାକୁ ସୁଯୋଗ ପାଇଛି ବୋଲି କହିଥିଲେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ।
ପଢନ୍ତୁ: ବହୁ ଲୋକପ୍ରିୟ ଭଜନର ସ୍ଵରସ୍ରଷ୍ଟା: ସଙ୍ଗୀତ ନିର୍ଦେଶକ ସଞ୍ଜୟଙ୍କ ପରଲୋକ

Related posts

ନାମାଙ୍କନ ପତ୍ର ଦାଖଲ ବେଳେ ଭାବବିହ୍ଵଳ ହେଲେ ହେମା ମାଳିନୀ: ଏହା ମୋର ଶେଷ ନିର୍ବାଚନ ବୋଲି କହିଲେ

Ratnamani Moharana

କଂଗ୍ରେସରେ ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧାରୁନି: ଟିକେଟ ଫେରେଇ କଂଗ୍ରେସ ବିରୋଧୀ ହେଲେ

Ratnamani Moharana

ସମ୍ବିତଙ୍କୁ ମହଙ୍ଗା ପଡିଲା ଜଗନ୍ନାଥ ମୂର୍ତ୍ତି ଧରି ରୋଡ୍ ଶୋ ; କାରଣ ଦର୍ଶାଅ ନୋଟିସ୍ ଜାରି କଲେ ଜିଲ୍ଲାପାଳ

Ratnamani Moharana

2 comments

Leave a Comment