News

ଏଣିକି ଛେଳି ଲିଭାଇବେ ନିଆଁ, ଗଠନ କରାଗଲା ଛେଳି ସେନା

Goat Helps To Protect From Fire Thumbnail

ଆପଣ ସେନାବାହିନୀରେ ମଣିଷ ଓ ଡଗ ସ୍କ୍ୱାର୍ଡଙ୍କୁ ଦେଖିଥିବେ | କିନ୍ତୁ ଏବେ ପର୍ତ୍ତୁଗାଲ ଛେଳିଙ୍କୁ ନେଇ ସେନାଟିଏ ଗଠନ କରିବାକୁ ଯାଉଛି ଯେଉଁ ଛେଳିମାନେ ନିଆଁ ଲିଭାଇବାରେ ସରକାରଙ୍କୁ ସାହାଯ୍ୟ କରିବେ ମିଳିଥିବା ସୂଚନା ମୁତାବକ ପର୍ତ୍ତୁଗାଲ ଜଙ୍ଗଲରେ ଲାଗୁଥିବା ନିଆଁକୁ କାବୁ କରିବା ପାଇଁ ଛେଳିମାନଙ୍କୁ ନିୟୋଜିତ କରାଯିବ | ଏଠାରେ କହିରଖୁଛୁ ଯେ ପର୍ତ୍ତୁଗାଲ ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା ପ୍ରଭୂତ କ୍ଷତି ହୋଇଥାଏ ଯାହାକୁ ନେଇ ସେଠାକାର ଜନସାଧାରଣ ଓ ସରକାର ଚିନ୍ତାରେ ପଡିଯାଇଥାନ୍ତି | ତେଣୁ ଏହାକୁ ପ୍ରତିହତ କରିବା ପାଇଁ ଏବେ ସରକାର ଛେଳିଙ୍କୁ ବ୍ୟବହାର କରିବାକୁ ଯାଉଛନ୍ତି |

1q1q 1 1

ଆପଣ ଭାବିବେ କିଭଳି ଏହି ଛେଳିମାନେ ନିଆଁ ଲିଭାଇବେ | ପୂର୍ବରୁ ପର୍ତ୍ତୁଗାଲର ଗ୍ରାମୀଣ ଅଂଚଳରେ ବହୁ ସଂଖ୍ୟାରେ ଛେଳି ପାଳନ କରାଯାଉଥିଲା ଯାହାଫଳରେ ଛେଳିମାନେ ନିଜର ଖାଦ୍ୟ ପାଇଁ ପାଖରେ ଥିବା ଜଙ୍ଗଲ ଉପରେ ନିର୍ଭର କରୁଥିଲେ | ଯାହାଫଳରେ ଜଙ୍ଗଲ ଜନବସତି ଯାଏଁ ବୃଦ୍ଧି ପାଇପାରୁନଥିଲା | କିନ୍ତୁ ଯେତେବେଳେ ଲୋକମାନେ ଗାଁ ଛାଡି ସହର ଅଭିମୁଖେ ପଳାଇଗଲେ ସେତେବେଳେ ଜଙ୍ଗଲ ବଢ଼ିଯାଇ ଗାଁ ସହ ମିଶିଯାଇଥିଲା |

କୌଣସି କାରଣରୁ ନିଆଁ ଲାଗିଲେ ତାହା ଜଙ୍ଗଲ ସହ ସମ୍ପୂର୍ଣ୍ଣ ଗାଁକୁ ଜାଳିପୋଡି ଛାରଖାର କରିଦେଉଥିଲା | ଏହାକୁ ନଜରରେ ରଖି ପରୀକ୍ଷାମୂଳକ ଭାବେ ଯେତେବେଳେ ଏଠାକାର ସରକାର ଗୋଟିଏ ଗାଁରେ ଛେଳି ସଂଖ୍ୟା   ବଢାଇଥିଲେ ସେଠାରେ ଆଉ ନିଆଁ ଲାଗିପାରିନଥିଲା | ଯାହାକୁ ଦେଖି ସରକାର ଏବେ ଛେଳି ପାଳନ ଉପରେ ଗୁରୁତ୍ୱ ଦେବାକୁ ଲାଗିପଡିଛନ୍ତି |

ପଢନ୍ତୁ: ମାଙ୍କଡଙ୍କ ଦରଦୀ ବନ୍ଧୁ କୃପାସିନ୍ଧୁ, ଆନ୍ତରିକତାରେ ବନ୍ଧା ପଡ଼ିଛନ୍ତି ୧୦୦ ବଣୁଆ ମାଙ୍କଡ଼

Related posts

ଏମ୍ସ ଗଲେ ରାମଦେବଙ୍କ ଘନିଷ୍ଠ ବନ୍ଧୁ ବାଳକୃଷ୍ଣ

Ratnamani Moharana

ଧୋକା ଦେଲା ପ୍ରେମିକ : ଜୀବନ ହାରିଲେ କିନ୍ନର

ENO Beuro

ଇସ୍ରୋ ର ଯୋଜନା – ମାତ୍ର ତିନି ଦିନ ମଧ୍ୟରେ ତିଆରି କରାଯାଇ ପାରିବ ଏକ ରକେଟ୍‌

ENO Beuro

1 comment

ପୋଲିସ ଅପରେସନ ପାଇଁ ଆଇଇଡି ଖଞ୍ଜିଥିଲେ ମାଓବାଦୀ,ଡ୍ରୋନ୍‌ ବଞ୍ଚାଇଲା ଜୀବନ August 21, 2019 at 4:17 pm

[…] ଏଣିକି ଛେଳି ଲିଭାଇବେ ନିଆଁ, ଗଠନ କରାଗଲା ଛେ… […]

Leave a Comment