24.1 C
Bhubaneswar
December 7, 2021
EnewsOdia.Com
ନ୍ୟୁଜ୍

ଆଖୁ କିଆରିରୁ ମୋଷ୍ଟ ୱାଣ୍ଟେଡ୍‌ ଗୋବିନ୍ଦ ସାହୁକୁ ଗିରଫ କଲା ପୋଲିସ

ସନସାଇନ୍‌ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁ ଗିରଫ ହୋଇଛନ୍ତି। ସନସାଇନ୍‌ ସ୍କୁଲର ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାରେ ପୁଲିସ ଗୋବିନ୍ଦ ସାହୁଙ୍କୁ ଗିରଫ କରିଛି। ଗୋବିନ୍ଦଙ୍କୁ ଗିରଫ କରିବା ନେଇ ବଲାଙ୍ଗୀର ଏସ୍‌ପି ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି।ସୂଚନା ଅନୁସାରେ ମୋଷ୍ଟ ଓ୍ଵାଣ୍ଟେଡ ଗୋବିନ୍ଦ ସାହୁଙ୍କୁ ବଲାଙ୍ଗୀର ପୋଲିସ ବଙ୍ଗୋମୁଣ୍ଡା ବ୍ଲକ ମୁଣ୍ଡୋପଦରରୁ ଗିରଫ କରିଛି। ଗିରଫ ସମୟରେ ଗୋବିନ୍ଦ ନିଜର ସାନଭଉଣୀ ଘରେ ଲୁଚିଥିଲେ।

ଟିଟିଲାଗଡ଼ ପୁଲିସ୍‌ ବାରାକରୁ ଚମ୍ପଟ ମାରିଥିବା ସନସାଇନ୍‌ ପବ୍ଲିକ ସ୍କୁଲର ସଭାପତି ତଥା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କ ବାବଦରେ ସୂଚନା ଦେଲେ ମିଳିବ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିବ ବୋଲି ପୁଲିସ ପକ୍ଷରୁ ଘୋଷଣା କରାଯାଇଥିଲା। ଗୋବିନ୍ଦଙ୍କୁ ମୋଷ୍ଟ ୱାଣ୍ଟେଡ୍‌ ଘୋଷଣା କରାଯିବା ପରେ ପ୍ରଥମେ ତାଙ୍କ ସଂପର୍କରେ ସୂଚନା ଦେଲେ ୨୦,୦୦୦ ଟଙ୍କା ପୁରସ୍କାର ମିଳିବ ବୋଲି କୁହାଯାଇଥିଲା। ପରେ ଏହି ପୁରସ୍କାର ରାଶିକୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ଏଥିସହ ଗୋବିନ୍ଦ ସାହୁଙ୍କ ପୋଷ୍ଟର୍‌ ଜାରି କରିଥିଲା ପୁଲିସ। ବଲାଙ୍ଗୀର ଏସ୍‌ପିଙ୍କ ପକ୍ଷରୁ ଏହି ପୋଷ୍ଟର ଜାରି କରାଯାଇଥିଲା। ଏଥିରେ ୨ଟି ଫୋନ ନମ୍ବର ଦିଆଯାଇଥିଲା। ଯ ବଲାଙ୍ଗୀର ଏସ୍‌ପିଙ୍କ ମୋବାଇଲ ନମ୍ବର ୮୨୮୦୦୭୨୫୮୬ ଏବଂ ଏସ୍‌ପିଙ୍କ କାର୍ଯ୍ୟାଳୟର ନମ୍ବର ୦୬୬୫୨-୨୩୪୦୨୧। ଗୋବିନ୍ଦଙ୍କ ସଂପର୍କରେ ସୂଚନା ଏହି ଦୁଇଟି ନମ୍ବରରେ ଏସପିଙ୍କୁ ଜଣାଇବା ପାଇଁ କୁହାଯାଇଥିଲା।

ନିଖୋଜ ହେବା ପୂର୍ବରୁ ଗୋବିନ୍ଦଙ୍କ ଗାଡିରେ ଯାଇଥିଲେ ମମିତା ମେହେର । ଅଧା ବାଟରୁ ଆସି ମମିତାଙ୍କୁ ତାଙ୍କ ସ୍କୁଲ ମାଲିକ ଗାଡିରେ ନେଇଯାଇଥିଲା । ଯାହାର ସିସିଟିଭି ଭିଜୁଆଲ୍ ଏବେ ସାମ୍ନାକୁ ଆସିଛି । ଖାଲି ସେତିକି ନୁହେଁ, ଗୋବିନ୍ଦଙ୍କ ଗାଡିରେ ଯାଉଥିବା ନେଇ ମମିତା ତାଙ୍କ ମାଙ୍କୁ ଫୋନ୍ କରି ସୂଚନା ଦେଇଥିବା ଏବେ ଖବର ମିଳିଛି ।

ତେବେ ଗାଡିରେ ଯିବା ପରେ ମମିତା ସକାଳ ୯ଟା ୫୦ରେ ହଷ୍ଟେଲରେ ପହଞ୍ଚିଥିଲେ । ଯାହା ସେ ତାଙ୍କ ମାଙ୍କୁ ଫୋନ୍ କରି କହିଥିଲେ । ହେଲେ ଏହାପରଠାରୁ ତାଙ୍କର ଆଉ କୌଣସି ଖୋଜ୍ ଖବର ମିଳିନଥିଲା । ଏହାପରଠାରୁ ସେ ଅଚାନକ ନିଖୋଜ୍ ହୋଇଯାଇଥିଲେ ବୋଲି ସୂଚନା ମିଳିଛି । ତେବେ ଶେଷ ଥର ପାଇଁ ସେ ଗୋବିନ୍ଦଙ୍କ ଗାଡିରେ ଯାଇଥିବା ନେଇ ଏବେ ସିସିଟିଭି ଭିଜୁଆଲ୍ ସାମ୍ନାକୁ ଆସିଛି ।

ଏଣେ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜ ଘଟଣାର ତଦନ୍ତ ନୂଆ ମୋଡ଼ ନେଇଛି। ଆଜି ସକାଳୁ କଳାହାଣ୍ଡି ଓ ଗୋଲାମୁଣ୍ଡା ପୁଲିସ ମହାଳିଙ୍ଗ ହାଇସ୍କୁଲର ନିର୍ମାଣାଧୀନ ଷ୍ଟାଡିୟମରେ ଜେସିବି ସହାୟତାରେ ଖୋଳିବା ଆରମ୍ଭ କରିଥିଲେ। ପୁଲିସ୍ ଏକ ଦଗ୍ଧ ତଥା ଗଳିତ ମୃତଦେହ ମାଟି ତଳୁ ଉଦ୍ଧାର କରିଛି। ଏହି ଶବ ନିଖୋଜ ମମିତାଙ୍କର କି ନୁହେଁ ସେଥିପାଇଁ ପୁଲିସ ପକ୍ଷରୁ ପରିବାରକୁ ଡକାଯାଇଛି। ବଲାଙ୍ଗୀର ପୁଲିସ ପକ୍ଷରୁ ଗଳିତ ଶବର ଡିଏନଏ ପରୀକ୍ଷା କରାଯିବ ବୋଲି ସୂଚନା ଦିଆଯାଇଛି।

ପଢନ୍ତୁ: ପୁରୁଣା ସରକାରୀ କର୍ମଚାରୀଙ୍କ ଶରଣରେ ତାଲିବାନ

 

 

Related posts

ପ୍ରଥମଥର ଶିକ୍ଷକ ଭାବେ ନିଯୁକ୍ତି ପାଇଲେ ମାଙ୍କଡିଆ ସମ୍ପ୍ରଦାୟର ବାୟା ମାଙ୍କଡିଆ

Ratnamani Maharana

୨୦୨୧ କୁମ୍ଭ ଶାହି ସ୍ନାନ ତାରିଖ ଘୋଷଣା

Ratnamani Maharana

ମାୟନଗରୀ ମୁମ୍ବାଇର ଲଗାତାର ବର୍ଷାରେ ବିଗିଡିଲା କୁଶାଲ ଟଣ୍ଡନଙ୍କ ରେଷ୍ଟୁରାଣ୍ଟର ଅବସ୍ଥା

Ratnamani Maharana

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More