Loading...

ଆସୁଛନ୍ତି ମା’ ଜଗତ ଜନନୀ ଦୁର୍ଗା, ସଜେଇ ହେଉଛି ପୂଜା ମଣ୍ଡପ

ଆସୁଛନ୍ତି ମା’ ଜଗତ ଜନନୀ ଦୁର୍ଗା, ସଜେଇ ହେଉଛି ପୂଜା ମଣ୍ଡପ

ଆସୁଛନ୍ତି ମା’ ଜଗତ ଜନନୀ ଦୁର୍ଗା । ମା'ଙ୍କ ଆଗମନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଏନେଇ ପୀଠମାନଙ୍କରେ ଆରମ୍ଭ ହେଲାଣି ଦୁର୍ଗତିନାଶିନୀ ମା'ଦୂର୍ଗାଙ୍କ ଷୋଡଶ ଉପଚାର ପୂଜା ସାଙ୍ଗକୁ ନବରାତ୍ର ପୂଜା।

ଆସୁଛନ୍ତି ମା’ ଜଗତ ଜନନୀ ଦୁର୍ଗା । ମା'ଙ୍କ ଆଗମନ ପାଇଁ ଚାରିଆଡେ ଉତ୍ସବର ମାହୋଲ । ଏନେଇ ପୀଠମାନଙ୍କରେ ଆରମ୍ଭ ହେଲାଣି ଦୁର୍ଗତିନାଶିନୀ ମା'ଦୂର୍ଗାଙ୍କ ଷୋଡଶ ଉପଚାର ପୂଜା ସାଙ୍ଗକୁ ନବରାତ୍ର ପୂଜା। ସେପଟେ ଶରତ ଋତୁରେ ଜଗତ ଜନନୀ ମାଙ୍କ ପୂଜା ପାଇଁ ଖିଲି ଖିଲି ହସୁଛି କାଶତଣ୍ଡି। ଚଳିତବର୍ଷ ଅକ୍ଟୋବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ । ପ୍ରତ୍ୟେକ ବର୍ଷ ବିଭିନ୍ନ ପୂଜା କମିଟି ମା'ଙ୍କର ମୃଣ୍ମୟୀ ମୂର୍ତ୍ତିକୁ ଷଷ୍ଠୀରୁ ବେଲବରଣୀ ପୂଜା କରି ଆସୁଛି। ଏନେଇ ଦେବୀ ଦୂର୍ଗାଙ୍କ ସମେତ ବିଭିନ୍ନ କମିଟିରେ ଅନ୍ୟୁନ ୨୦ରୁ ଉର୍ଦ୍ଧ୍ବ ମେଢ଼ ପୂଜା ପାଇ ଆସୁଛନ୍ତି । ତେଣୁ ପୂଜା କମିଟି ଗୁଡିକ ନିଜ ନିଜର ଆକର୍ଷଣ ପାଇଁ ସାଜ ଓ ଡେକୋରେସନ ବାବଦୀୟ ଖର୍ଚ୍ଚ କରିଥାନ୍ତି ଲକ୍ଷାଧିକ ଟଙ୍କା। ତେବେ ଗତ ଦୁଇ ବର୍ଷ ହେବ କୋଭିଡ ମହାମାରୀ ଜନିତ ସଂକ୍ରମଣକୁ ଦୃଷ୍ଟିରେ ରଖି ମୂର୍ତ୍ତି ଗୁଡିକର ଉଚ୍ଚତା ୪ଫୁଟ ସୀମିତ ରହିଥିଲା। ଏନେଇ ସାଧାରଣ ଭକ୍ତଙ୍କ ପାଇଁ ଦର୍ଶନ ନିଷେଧ ନିୟମ ଯୋଗୁଁ ଆଉ ପୂଜାକୁ କରିପାରୁନଥିଲା ଆକର୍ଷଣୀୟ। କେବଳ ବିଧିବ୍ୟବସ୍ଥା ଅନୁଯାୟୀ ମୂର୍ତ୍ତି ପୂଜା ପାଉଥିବା ସ୍ଥାନର ତିନି ପାର୍ଶ୍ବକୁ ଆବଦ୍ଧ କରାଯାଇଲା। ଗୋଟିଏ ପାର୍ଶ୍ବକୁ କପଡ଼ାରେ ଢାଙ୍କି ରଖାଯାଉଥିଲା । ଏଭଳି ପରିସ୍ଥିତିରେ ପୂଜା କମିଟି ଗୁଡିକ ଟଙ୍କା ଖର୍ଚ୍ଚ କରି ମୂର୍ତ୍ତି କରିବାକୁ ମଙ୍ଗି ନ ଥିବା ବେଳେ ଶିଳ୍ପୀର ହାତ ବାନ୍ଧି ହୋଇ ରହିଥିଲା ।

ପ୍ରତ୍ୟେକ ବର୍ଷ ମା'ଙ୍କ ଆଗମନ ପାଇଁ ଗାଁ ଠାରୁ ସହର ଚଳଚଞ୍ଚଳ ହୋଇ ଉଠୁଥିବା ବେଳେ ଗତ ଦୁଇବର୍ଷ କୋଭିଡ ସଂକ୍ରମଣ ଜନିତ କଟକଣା ପାଇଁ ଏହି ଉତ୍ସାହ ଫିକା ପଡିଥିଲା । ତେବେ ଚଳିତବର୍ଷ କୋଭିଡ କଟକଣାରେ କୋହଳ ପୁନର୍ବାର ଆଡମ୍ବରପୂର୍ଣ୍ଣ ମା'ଙ୍କ ପୂଜା ପାଇଁ ଚଳଚଞ୍ଚଳ କରାଇଛି ସମଗ୍ର ଓଡିଶା ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.