News

ଆସନ୍ତା ଦୁଇମାସ ଭିତରେ ବଢିବ ଫ୍ରିଜ୍‌ ଏବଂ ଏସିର ମୂଲ୍ୟ

ଆସନ୍ତା ଦୁଇମାସ ଭିତରେ ବଢିବ ଫ୍ରିଜ୍‌ ଏବଂ ଏସିର ମୂଲ୍ୟ

ଏବେ ବଢିବ ଫ୍ରିଜ୍‌ ଏବଂ ଏସି ର ଦର । କାରଣ ଫ୍ରିଜ୍‌ ଏବଂ ଏସି ଉତ୍ପାଦନରେ ବ୍ୟବହୃତ କଞ୍ଚାମାଲଗୁଡ଼ିକର ଦର ବଢ଼ିଯାଇଛି। ଫଳରେ ବ୍ୟବସାୟ ଖର୍ଚରେ ସନ୍ତୁଳନ ଆଣିବା ପାଇଁ ଏହି ସବୁ ସାମଗ୍ରୀ ଉତ୍ପାଦନ କରୁଥିବା କଂପାନିଗୁଡ଼ିକ ଫ୍ରିଜ୍‌ ଏବଂ ଏସି ମୂଲ୍ୟ ବଢ଼ାଇବାକୁ ଯୋଜନା ରଖିଛନ୍ତି। ଆସନ୍ତା ମାସରୁ ଏସି ଏବଂ ଫ୍ରିଜ ମୂଲ୍ୟରେ ୩-୬% ଭଳି ବୃଦ୍ଧି ହୋଇପାରେ।

ନଭେମ୍ବର ଏବଂ ଡିସେମ୍ବର ଏହି ଦୁଇ ମାସରେ ବିଭିନ୍ନ କଂପାନି ପକ୍ଷରୁ ଏହି ଦୁଇ ପ୍ରକାର ସାମଗ୍ରୀର ମୂଲ୍ୟ ବୃଦ୍ଧି କରାଯାଇପାରେ। ଯେଉଁ ସାମଗ୍ରୀର କଞ୍ଚାମାଲ ମୂଲ୍ୟ ଯେତିକି ବଢ଼ିଛି, ତାହାର ଚୂଡ଼ାନ୍ତ ଏମ୍‌ଆର୍‌ପିରେ ସେହି ଅନୁପାତରେ ବୃଦ୍ଧି ହେବ।

ଗୋଦରେଜ୍‌ ଆପ୍ଲାଏନ୍‌ସେସ୍‌ କାର୍ଯ୍ୟନିର୍ବାହୀ ଉପସଭାପତି କମଲ ନନ୍ଦୀ କହିଛନ୍ତି। ସେ କହିଛନ୍ତି ଯେ ଚଳିତ ବର୍ଷ ଜାନୁଆରି ପରଠାରୁ ଅନେକ କଞ୍ଚାମାଲ୍‌ର ମୂଲ୍ୟ ବଢ଼ିଛି। କିନ୍ତୁ ଉତ୍ସବ ଋତୁକୁ ଦୃଷ୍ଟିରେ ରଖି କଂପାନି ଦର ବୃଦ୍ଧି ଘୋଷଣା କରିନଥିଲା।

ଚଳିତ ବର୍ଷ ଜାନୁଆରି ପରଠାରୁ ଫ୍ରିଜ୍‌ ଏବଂ ଏସି ନିର୍ମାଣରେ ବ୍ୟବହାର ହେଉଥିବା ଇସ୍ପାତ ମୂଲ୍ୟ ୧୦-୧୫% ବଢ଼ିଥିବା ବେଳେ ପ୍ଲାଷ୍ଟିକ୍‌ ୬-୭% ମହଙ୍ଗା ହୋଇଛି। ତମ୍ବା ମୂଲ୍ୟରେ ୪୦-୪୫% ବୃଦ୍ଧି ହୋଇଛି। ଏମ୍‌ଡିଆଇ ନାମକ ରାସାୟନିକ ପଦାର୍ଥ ମୂଲ୍ୟରେ ୧୪୦% ଭଳି ବୃଦ୍ଧି ହୋଇଛି। ଏହା ବ୍ୟତୀତ ଟିକସ ଢ଼ାଞ୍ଚାରେ ହୋଇଥିବା ପରିବର୍ତ୍ତନ ମଧ୍ୟ କଂପାନିଗୁଡ଼ିକୁ ପ୍ରଭାବିତ କରିଛି। ପୂର୍ବରୁ ଫ୍ରିଜ ଏବଂ ଏସି ଉପରେ କଂପାନିଗୁଡ଼ିକୁ ୨୩-୨୫% ହାରରେ ଟିକସ ଦେବାକୁ ପଡ଼ୁଥିଲା। ମାତ୍ର ଜିଏସ୍‌ଟି ଲାଗୁ ହେବା ପରେ ଟିକସ ମାତ୍ରା ୨୮%କୁ ବୃଦ୍ଧି ପାଇଛି।

ଆସନ୍ତା ଦୁଇମାସ ଭିତରେ ବଢିବ ଫ୍ରିଜ୍‌ ଏବଂ ଏସିର ମୂଲ୍ୟ

ପଢନ୍ତୁ, ଆଜି ସ୍ୱଳ୍ପ ବର୍ଷା, ୧୫ ରୁ ଅତି ପ୍ରବଳ ବୋଲି ପାଣିପାଗ ସଂସ୍ଥା ର ପୂର୍ବାନୁମାନ

Related posts

ପୁଣି ଚର୍ଚ୍ଚାରେ ବୋଫର୍ସ ବିବାଦ ! ସୁପ୍ରିମକୋର୍ଟ ଦ୍ୱାରସ୍ଥ ହେଲା ସିବିଆଇ

ENO Beuro

ଇ-କମର୍ସ କମ୍ପାନି ପେଟିଏମ୍‌ ତରଫରୁ ଗ୍ରାହକଙ୍କୁ ଭେଟି, ଲଞ୍ଚ କଲା “ବାଏ ନାଓ ପେ ଲେଟର”

ENO Beuro

ଓୟୁଏଟି ପ୍ରବେଶିକା ପରୀକ୍ଷା କେଳେଙ୍କାରୀ: ଟଙ୍କା ନେଇ ପରୀକ୍ଷା ଦେଉଛନ୍ତି ନକଲି ପରୀକ୍ଷାର୍ଥୀ

Ratnamani Moharana

1 comment

Leave a Comment