• Home
  • Entertainment
  • ବଲିଉଡ୍‌ର ପ୍ରଥମ ଫିଲ୍ମ ଭାବେ ସାଉଦୀ ଆରବରେ ରିଲିଜ୍‌ ହେଲା ଗୋଲ୍ଡ
Entertainment

ବଲିଉଡ୍‌ର ପ୍ରଥମ ଫିଲ୍ମ ଭାବେ ସାଉଦୀ ଆରବରେ ରିଲିଜ୍‌ ହେଲା ଗୋଲ୍ଡ

ଇତିହାସ ରଚିଲା ଗୋଲ୍ଡ

ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ସ୍ପୋଟର୍‌ସ ଡ୍ରାମା ଫିଲ୍ମ ‘ଗୋଲ୍ଡ’ ଶହେ କୋଟି କ୍ଲବରେ ସାମିଲ ହେବା ପରେ ଏବେ ପୁଣି ଏକ ରେକର୍ଡ ସୃଷ୍ଟି କରିଛି। ବଲିଉଡ୍‌ର ପ୍ରଥମ ଫିଲ୍ମ ଭାବେ ସାଉଦୀ ଆରବରେ ରିଲିଜ୍‌ ହୋଇଛି ଗୋଲ୍ଡ। ଅଗଷ୍ଟ ୩୦ରେ ଏହା ରିଲିଜ୍‌ ହୋଇଛି। ଟୁଇଟ୍‌ କରି ଅକ୍ଷୟ ଏହି ସୂଚନା ଦେଇଥିବା ବେଳେ ଆହୁରି ମଧ୍ୟ ଲେଖିଛନ୍ତି କି ଭାରତର ପ୍ରଥମ ଗୋଲ୍ଡ ମେଡାଲ ଜିତିବାର ଅନୁଭୁତିକୁ ଏବେ କିଙ୍ଗଡମ୍‌ ଅଫ୍‌  ସାଉଦୀ ଆରବ ଦେଖୁଥିବାରୁ ସେ ଖୁବ୍‌ ଖୁସି ଥିବା ପ୍ରକାଶ କରିଛନ୍ତି।

gold ଫିଲ୍ମ ବଲିଉଡ୍‌ର ପ୍ରଥମ ଫିଲ୍ମ ଭାବେ ସାଉଦୀ ଆରବରେ ରିଲିଜ୍‌ ହେଲା ଗୋଲ୍ଡ gold 1

ସେ ଲେଖିଛନ୍ତି କି, ଭାରତ ପ୍ରଥମ ଥର ପାଇଁ ଗୋଲ୍ଡ ମେଡାଲ ଜିତି ଥିବା କାହାଣୀ ଏବେ ସାଉଦୀ ଆରବରେ ରିଲିଜ ହେବାକୁ ଯାଉଛି । ଏହାକୁ ସେୟାର କରି ସେ ବହୁତ ଖୁସୀ ଅନୁଭବ କରୁଛନ୍ତି । କାରଣ ସେଠାରେ ବଲିଉଡର ପ୍ରଥମ ଫିଲ୍ମ ରିଲିଜ ହେବାକୁ ଯାଉଛି। ଗୋଲ୍ଡ ପୂର୍ବରୁ ରଜନୀକାନ୍ତଙ୍କର କାଲା ରିଲିଜ ହୋଇଥିଲା । କାଲା ସାଉଦୀ ଆରବରେ ରିଲିଜ ହୋଇଥିବା ପ୍ରଥମ ଭାରତିୟ ଫିଲ୍ମ ଥିଲା।

ସୂଚନାଯୋଗ୍ୟ,ଅକ୍ଷୟ କୁମାରଙ୍କର ଗୋଲ୍ଡ ୨୦୧୮ର ୧୦୦କୋଟିରେ ସାମିଲ ହୋଇଥିବା ୮ମ ଫିଲ୍ମ । ଏହା ତାଙ୍କ କ୍ୟାରିଅରର ୯ମ ଫିଲ୍ମ ଯାହାକି ୧୦୦ କୋଟି ଛୁଇଁ ଥିଲା । ମୁଭି ୧୫ ଅଗଷ୍ଟରେ ରିଲିଜ ହୋଇଥିଲା । ରୀମା କାଗତୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୧୯୪୮ର ହକି ଅଲମ୍ପିକ୍ ଗୋଲ୍ଡ ଜିତିବା କାହାଣୀ ଉପରେ ଆଧାରିତ।

ପଢନ୍ତୁ; ଆଇଆରସିଟିସି ଦୁର୍ନୀତି ମାମଲା: ଲାଲୁଙ୍କ ପତ୍ନୀ ଓ ପୁଅଙ୍କୁ ମିଳିଲା ଜାମିନ

Related posts

ଯାଆଁଳା ଶିଶୁ କନ୍ୟାକୁ ଜନ୍ମ ଦେଲେ ଅଭିନେତ୍ରୀ ଲିଜା ରାୟ

Krishna Kumar Manoj

ରୁଷୀୟ ପ୍ରେମିକଙ୍କୁ ବିବାହ କରିବେ ଶ୍ରେୟା

Krishna Kumar Manoj

ମେଡମ୍‌ ତୁସାଦ୍‌ ମ୍ୟୁଜିୟମ୍‌ରେ ସ୍ଥାନ ପାଇଲେ ସାଉଥ ସୁପରଷ୍ଟାର ମହେଶ ବାବୁ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More