SPORTS

ଡୋପ୍ ଟେଷ୍ଟରେ ବିଫଳ ଓଡ଼ିଆ ୱେଟଲିଫ୍ଟର କେ. ରବିକୁମାର ନିଲମ୍ବିତ

222

ଡୋପ୍ ଟେଷ୍ଟରେ ବିଫଳ ହୋଇଛନ୍ତି ଓଡ଼ିଆ ୱେଟ ଲିଫ୍ଟର କେ. ରବିକୁମାର। ନ୍ୟାସନାଲ ଆଣ୍ଟି ଡୋପିଂ ଏଜେନ୍ସି NADA ଦ୍ୱାରା ହୋଇଥିବା ଡୋପ୍ ଟେଷ୍ଟରେ ରବିକୁମାରଙ୍କ ସମେତ ମୋଟ୍ ୧୯ ଜଣ ଆଥଲେଟ୍  ବିଫଳ ହୋଇଛନ୍ତି । ଗତ ଫେବୃୟାରୀରେ ରବିକୁମାରଙ୍କ ଡୋପ୍ ଟେଷ୍ଟ ହୋଇଥିଲା। ବିଶାଖାପାଟଣାରେ ହୋଇଥିବା ଜାତୀୟ ସିନିୟର ଭାରୋତ୍ତଳନ ଚାମ୍ପିନଶିପରେ ରବି କୁମାର ୮୯ କିଲୋଗ୍ରାମ ବର୍ଗରେ ଚାମ୍ପିୟାନ ହେବା ସହ ୱେଟଲିଫ୍ଟର ଅଫ ଦି ଚାମ୍ପିଅନ୍‌ଶିପ୍‌ ଆଖ୍ୟା ଅର୍ଜନ କରିଥିଲେ।

ନାଡା ଦ୍ଵାରା ହୋଇଥିବା ପରୀକ୍ଷାରେ ତାଙ୍କ ଏ-ସାମ୍ପଲ ପଜେଟିଭ ଆସିଥିଲା। ଏହାପରେ ନାଡା ସୁପାରିସକ୍ରମେ ବାରଣ କରାଯାଇଥିବା ଏକ ଶକ୍ତିବର୍ଦ୍ଧକ ସାମଗ୍ରୀ ସେବନ କରିଥିବା ଅଭିଯୋଗରେ ତାଙ୍କୁ ନିଲମ୍ବନ କରାଯାଇଛି। ନାଡା ୱେବସାଇଟରେ ସୋମବାର ଏହି ସୂଚନା ଦିଆଯାଇଛି।

ପଢନ୍ତୁ: ୨୦୫୦ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିବ ଭାରତ: ଜାତିସଂଘ

Related posts

ଆଇପିଏଲର ଆଜି ପ୍ରଥମ କ୍ଵାଲିଫାୟର : ଚେନ୍ନାଇ ସୁପରକିଙ୍ଗସ୍ ବନାମ ସନରାଇଜର୍ସ ହାଇଦ୍ରାବାଦ

ENO Beuro

ବାରବାଟୀ ଆସିପାରନ୍ତି ବାହୁବଳୀ ପ୍ରଭାସ

ENO Beuro

ମହିଳା ଏସିଆ କପ ହକିରେ ଭାରତର ହ୍ୟାଟ୍ରିକ ବିଜୟ, ୨-୦ ଗୋଲରେ ମାଲେସିଆକୁ ପରାସ୍ତ

ENO Beuro

1 comment

ଧାୱନଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା "ତମକୁ ପିଚ ମିସ କରିବ" June 21, 2019 at 2:16 pm

[…] ଡୋପ୍ ଟେଷ୍ଟରେ ବିଫଳ ଓଡ଼ିଆ ୱେଟଲିଫ୍ଟର କେ. ର… […]

Leave a Comment